ଓଡିଶା

odisha

ETV Bharat / international

US Presidental Election: ଭୋଟିଂ ପରେ ଗଣତି ଆରମ୍ଭ, ପ୍ରାରମ୍ଭିକ ଟ୍ରେଣ୍ଡରେ ହାରିସଙ୍କଠାରୁ ଆଗରେ ଟ୍ରମ୍ପ୍‌ - US PRESIDENTAL ELECTION 2024

ପ୍ରାରମ୍ଭିକ ଟ୍ରେଣ୍ଡରେ ହାରିସଙ୍କୁ ପଛରେ ଛାଡିଲେ ଟ୍ରମ୍ପ୍‌ । ଗଣତି ଜାରି, ଫଳାଫଳ ଉପରେ ବିଶ୍ବର ନଜର । କଡା ପ୍ରତିଦ୍ୱନ୍ଦ୍ୱିତା ପୂର୍ବାକଳନ କରିଛନ୍ତି ଏକାଧିକ ସଂସ୍ଥା ।

US Presidental Election: ଭୋଟିଂ ପରେ ଗଣତି ଆରମ୍ଭ, ପ୍ରାରମ୍ଭିକ ଟ୍ରେଣ୍ଡରେ ହାରିସଙ୍କଠାରୁ ଆଗରେ ଟ୍ରମ୍ପ୍‌
US Presidental Election: ଭୋଟିଂ ପରେ ଗଣତି ଆରମ୍ଭ, ପ୍ରାରମ୍ଭିକ ଟ୍ରେଣ୍ଡରେ ହାରିସଙ୍କଠାରୁ ଆଗରେ ଟ୍ରମ୍ପ୍‌ (ETV Bharat Odisha)

By ETV Bharat Odisha Team

Published : Nov 6, 2024, 7:58 AM IST

ହାଇଦ୍ରାବାଦ:ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଶେଷ ହେବା ପରେ ଗଣତି ଆରମ୍ଭ ହୋଇଛି । ଆଜି ସକାଳେ (ଭାରତୀୟ ସମୟ) ଭୋଟିଂ ଶେଷ ହେବା ପରେ ବିଭିନ୍ନ ରାଜ୍ୟର ପ୍ରାଦେଶିକ କେନ୍ଦ୍ରରେ ମତ ଗଣନା ଜାରି ରହିଛି । ତେବେ ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ୱିତା ହେଉଥିଲେ ସୁଦ୍ଧା ପ୍ରାରମ୍ଭିକ ଫଳାଫଳରେ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ, ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ କମଲା ହାରିସଙ୍କୁ ପଛରେ ପକାଇଛନ୍ତି । ସ୍ଥାନୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏପର୍ଯ୍ୟନ୍ତ ଟ୍ରମ୍ପ 99 ଆସନରେ ବିଜୟୀ ହୋଇଥିବା ବେଳେ 27ଟି ଆସନରେ ବିଜୟୀ ହୋଇଛନ୍ତି ହାରିସ । ତେବେ ଗଣତି ଅନୁସାରେ ଏହି ଧାରାରେ ପରିବର୍ତ୍ତନ ମଧ୍ୟ ଦେଖାଯାଇପାରେ । ଏହି ଗଣତି ଓ ଟ୍ରେଣ୍ଡ ଉପରେ ଏବେ ସାରା ବିଶ୍ବର ନଜର ରହିଛି ।

  • କିଏ କେଉଁ ରାଜ୍ୟରେ ଆଗରେ;-

ଏକାଧିକ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ହାରିସ 27ଟି ଆସନରେ ବିଜୟୀ ହୋଇଛନ୍ତି । କଲମ୍ବିଆ ଜିଲ୍ଲା (ଓ୍ବାଶିଂଟନ-ଡିସି)ର ସମସ୍ତ 3 ଆସନ, ମେରିଲ୍ୟାଣ୍ଡର 10 ଇଲୋକ୍ଟୋରାଲ ଆସନ, ମାସାଚୁସେଟ୍ଟାସର 11 ଆସନ ଓ ବରମୋଣ୍ଟର 3 ଆସନରେ ହାରିସଙ୍କ ପାର୍ଟିର ଇଲେକ୍ଟର ବିଜୟୀ ହୋଇଛନ୍ତି । ସେହିପରି ଟ୍ରମ୍ପ ଏହି ବ୍ୟବଧାନରେ ହାରିସଙ୍କଠାରୁ ଭଲ ବ୍ୟବଧାନରେ ଆଗରେ ଚାଲିଛନ୍ତି । ଆଲାବାମାର 9 ଆସନ, ଫ୍ଲୋରିଡା 30, ଇଣ୍ଡିଆନା 11, କେଣ୍ଟୁକି 8, ମିସୌରୀ 10, ଚକାଲୋମାର 7 ଆସନ ସହ ଦକ୍ଷିଣ-କାରୋଲିନା 9, ଟେନେସୀ 11 ଓ ପଶ୍ଚିମ-ଭର୍ଜିନିଆର 4 ଟି ଆସନକୁ ମିଶାଇ ଟ୍ରମ୍ପ ଏପର୍ଯ୍ୟନ୍ତ 99 ଟି ଆସନରେ ବିଜୟୀ ହୋଇଛନ୍ତି ।

US Presidental Election: ଭୋଟିଂ ପରେ ଗଣତି ଆରମ୍ଭ, ପ୍ରାରମ୍ଭିକ ଟ୍ରେଣ୍ଡରେ ହାରିସଙ୍କଠାରୁ ଆଗରେ ଟ୍ରମ୍ପ୍‌ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- US Election: ଭୋଟ୍ ଦେଉଛି ଆମେରିକା: ଟ୍ରମ୍ପ ନା ହାରିସ, କିଏ ମାରିବେ ବାଜି?

  • ବିଜୟୀ ହେବା ପାଇଁ ଆବଶ୍ୟକ 270 ଆସନ:-

ଆମେରିକାରେ ଉଭୟ ସଦନର 538 ଆସନରେ ଭୋଟିଂ ଶେଷ ହୋଇଛି । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପାଇଁ ସଂଖ୍ୟାବହୁମତ 270 ଆବଶ୍ୟକ । ଟ୍ରମ୍ପ ବିଜୟୀ ହେଲେ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବେ । ହାରିସ ବିଜୟୀ ହେଲେ ଆମେରିକା ଇତିହାସର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଇତିହାସ ରଚିବେ ।

US Presidental Election: ଭୋଟିଂ ପରେ ଗଣତି ଆରମ୍ଭ, ପ୍ରାରମ୍ଭିକ ଟ୍ରେଣ୍ଡରେ ହାରିସଙ୍କଠାରୁ ଆଗରେ ଟ୍ରମ୍ପ୍‌ (ETV Bharat Odisha)
US Presidental Election: ଭୋଟିଂ ପରେ ଗଣତି ଆରମ୍ଭ, ପ୍ରାରମ୍ଭିକ ଟ୍ରେଣ୍ଡରେ ହାରିସଙ୍କଠାରୁ ଆଗରେ ଟ୍ରମ୍ପ୍‌ (ETV Bharat Odisha)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details