ଓଡିଶା

odisha

ଟେଲିଗ୍ରାମ ପ୍ରତିଷ୍ଠାତା ମୁଖ୍ୟ ବିମାନ ବନ୍ଦରରୁ ଉଠାଇନେଲା ପ୍ୟାରିସ ପୋଲିସ - Telegram CEO Pavel Durov Arrests

By ETV Bharat Odisha Team

Published : Aug 25, 2024, 11:23 AM IST

Telegram CEO Arrested In France: ‘ଟେଲିଗ୍ରାମ’ ପ୍ରତିଷ୍ଠାତା ମୁଖ୍ୟ ପାଭେଲ ଡୁରୋଭଙ୍କୁ କାହିଁକି ବିମାନ ବନ୍ଦରରୁ ଗିରଫ କଲା ଫ୍ରାନ୍ସ ପୋଲିସ । କଣ ଥିଲା ଟେଲିଗ୍ରାମ ବିରୋଧରେ ଅଭିଯୋଗ । ଅଧିକ ପଢନ୍ତୁ

ଟେଲିଗ୍ରାମ ସିଇଓ ପାଭେଲ ଡୁରୋଭ ଗିରଫ
ଟେଲିଗ୍ରାମ ସିଇଓ ପାଭେଲ ଡୁରୋଭ ଗିରଫ (ETV Bharat Oidsha)

ହାଇଦ୍ରାବାଦ:ଲୋକପ୍ରିୟ ମେସେଜିଂ ଆପ୍ଲିକେସନ ‘ଟେଲିଗ୍ରାମ’ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପାଭେଲ ଡୁରୋଭଙ୍କୁ ଗିରଫ କରାଯାଇଛି । ଗତକାଲି ସଂଧ୍ୟାରେ ଫ୍ରାନ୍ସର ବୁର୍ଜେଟ୍ ବିମାନ ବନ୍ଦରରେ ପ୍ୟାରିସ ପୋଲିସ ଏକ ଟିମ୍‌ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଦୁରୋଭ ତାଙ୍କ ବ୍ୟକ୍ତିଗତ ଟାର୍ଟାର୍ଡ ଫ୍ଲାଇଟରେ ଆଜେରବାଇଜାନ ଅଭିମୁଖେ ଉଡାଣ ଭରିବାକୁ ଯାଉଥିବା ବେଳେ ତାଙ୍କୁ ବିମାନ ବନ୍ଦରରୁ ଗିରଫ କରାଯାଇଛି । ତେବେ ଟେଲିଗ୍ରାମ ମେଜେସିଂ ଆପରେ ମୋଡରେଟରର ଅଭାବ ରହିଛି । ଫଳରେ ଏହାକୁ ଅପରାଧିକ କ୍ଷେତ୍ରରେ ବ୍ୟବହାର କରାଯାଇ ପାରୁଛି ବୋଲି ଅଭିଯୋଗ ରହିଥିଲା । ଏହା ସହ ଏହି କାରଣରୁ ତାଙ୍କ ନାମରେ ପୂର୍ବରୁ ପୋଲିସ ଓ୍ବେରଣ୍ଟ ମଧ୍ୟ ଜାରି କରିଥିଲା । ଗତକାଲି ହଠାତ ତାଙ୍କୁ ବିମାନ ବନ୍ଦରରୁ ଗିରଫ କରିନେବା ସମ୍ପର୍କରେ ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନି । ମାତ୍ର ପ୍ୟାରିସ ପୋଲିସ ଘଟଣାକୁ ସ୍ବୀକାର କରିଛି ଓ ସ୍ଥାନୀୟ ଗଣମାଧ୍ୟମରେ ଗିରଫଦାରୀ ସମ୍ପର୍କରେ ଖବର ମଧ୍ୟ ପ୍ରସାରିତ ହୋଇଛି ।

ଋଷ ଜନ୍ମିତ ପାଭେଲ୍ ଦୁରୋଭ:-

ଋଷର ଜନ୍ମିତ ପାଭେଲ ଡୁରୋଭ 2013 ରେ ତାଙ୍କ ଭାଇଙ୍କ ସହ ମିଶି ‘ଟେଲିଗ୍ରାମ’ ମେସେଜିଂ ଆପ ପ୍ରସ୍ତୁତ କରିଥିଲେ । ପରବର୍ତ୍ତୀ ସମୟରେ ଏହା ବିଶ୍ବର ବିଭିନ୍ନ ଦେଶରେ ଆଦୃତ ହୋଇଥିଲା । ସେ ଏହାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଏହା ପରେ ଋଷ ସରକାର ବିରୋଧୀ ଦଳକୁ ତାଙ୍କ ‘VKontakte’ ଆପରେ ବ୍ୟବହାରରୁ ଦୂରରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେ ଏହାକୁ ବିରୋଧ କରିବା ସହ 2014ରେ ଏହି କାରଣରୁ ରୁଷ ମଧ୍ୟ ଛାଡିଥିଲେ । ନିକଟରେ ସେ ଜଣେ ଆମେରିକୀୟ ସାମ୍ବାଦିକ ଟକର କାର୍ଲସନଙ୍କୁ ଋଷ ଛାଡିବା ସମ୍ପର୍କରେ କହିଥିଲେ, କାହା ଠାରୁ ନିର୍ଦ୍ଦେଶ ଗ୍ରହଣ କରିବା ଅପେକ୍ଷା ସେ ସ୍ବାଧୀନ ରହିବା ପାଇଁ ପସନ୍ଦ କରନ୍ତି, ସେଥିପାଇଁ ସେ ଋଷ ଛାଡିବାକୁ ନିଷ୍ପତ୍ତି ଗ୍ରହଣ କଲେ ବୋଲି କହିଥିଲେ ପାଭେଲ ।

ଋଷ-ୟୁକ୍ରେନ ଯୁଦ୍ଧ ଘଟଣାରେ ଟେଲିଗ୍ରାମର ଭୂମିକା:-

2022 ମସିହାରେ, ଋଷ ଏବଂ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧରେ ‘ଟେଲିଗ୍ରାମ’ ଆପ୍ଲିକେସନ ବାର୍ତ୍ତା ଆଦାନ ପ୍ରଦାନ କରିବାର ଏକ ମୁଖ୍ୟ ଉତ୍ସ ଭାବରେ ସାମ୍ନାକୁ ଆସିଥିଲା । ଏହି ଆପ୍ଲିକେସନରେ ସଠିକ ମୋଡରେଟରର ନଥିବା କାରଣରୁ ଏହାକୁ ଦୁରୂପଯୋଗ କରାଯାଉଥିବା ଅଭିଯୋଗ ହୋଇଥିଲା । ଏହି ଆପ୍ଲିକେସନ ଏକ ଭର୍ଚ୍ଚୁଆଲ ଯୁଦ୍ଧ କ୍ଷେତ୍ର ବୋଲି ମତ ପ୍ରକାଶ ପାଇଥିଲେ । ଏହି ଆପ୍ଲିକେସନକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ତାଙ୍କ ଅଧିକାରୀମାନେ ବ୍ୟବହାର କରୁଛନ୍ତି । ଅନ୍ୟପଟେ ଏହାକୁ ଋଷ ସରକାରର ବହୁ ଅଧିକାରୀ ମଧ୍ୟ ବହୁଳ ଭାବରେ ବ୍ୟବହାର କରୁଥିବା ସୂଚନା ମିଳିଛି । ତେବେ ଏହି କରଣରୁ ଏବେ ଗିରଫ ହୋଇଛନ୍ତି ସଂସ୍ଥାର ପ୍ରତିଷ୍ଠାତା ମୁଖ୍ୟ ପାଭେଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details