ଦମାସକସ:ସିରିଆରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଦେଶ ଛାଡିଲେ ରାଷ୍ଟ୍ରପତି । ବିଦ୍ରୋହୀ ଗୋଷ୍ଠୀ ଗୋଟିଏ ପରେ ଗୋଟିଏ ସହରକୁ ଦଖଲ କରୁଛନ୍ତି । ଏଭଳି ସ୍ଥିତିରେ ରାଷ୍ଟ୍ରପତି ବଶର-ଅଲ-ଅସଦ ଦେଶ ଛାଡି ଚାଲି ଯାଇଥିବା ଚର୍ଚ୍ଚା ହେଉଛି । ସେପଟେ ରାଷ୍ଟ୍ରପତି ଦେଶ ଛାଡିବା ନେଇ ଚର୍ଚ୍ଚା ଭିତରେ ସେଲିବ୍ରେସନ କରିବା ଆରମ୍ଭ କରିଦେଇଛନ୍ତି ବିରୋଧୀ । ଅନ୍ୟପଟେ ହିଂସା କାରଣରୁ ଦେଶରେ ଦେଖାଦେଇଛି ଖାଦ୍ୟ ସଙ୍କଟ । ପ୍ରଭାବିତ ହୋଇଛନ୍ତି ଜନସାଧାରଣ ।
ବିଦ୍ରୋହୀଙ୍କ ନିୟନ୍ତ୍ରଣରେ ରାଜ୍ୟ:
ସିରିଆରେ ଦୀର୍ଘ ସମୟ ଧରି ଜାରି ରହିଛି ଗୃହ ଯୁଦ୍ଧ । ସବୁଠୁ ବଡ଼ କଥା ହେଉଛି, ବର୍ତ୍ତମାନ ସୁଦ୍ଧା କେବଳ ଦମିଶକ, ଲତାକିୟା ଏବଂ ଟାରଟସକୁ ମିଶାଇ ୧୪ ରାଜଧାନୀ ସରକାରଙ୍କ ନିୟନ୍ତ୍ରଣରେ ରହିଛି । ଦେଶର ବିଭିନ୍ନ ସ୍ଥାନକୁ ବିଦ୍ରୋହୀ ଗୋଷ୍ଠୀ କବଜା କରିସାରିଥିବାବେଳେ ଶେଷରେ ରାଜଧାନୀ ଦମିଶକକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେଇଛନ୍ତି । ଅନ୍ୟପଟେ ରାଷ୍ଟ୍ରପତି ବଶର-ଅଲ-ଅସଦ ଦେଶ ଛାଡି ଚାଲିଯିବା ଚର୍ଚ୍ଚା ପରେ ଖୁସି ମନାଇଛନ୍ତି ବିଦ୍ରୋହୀ ।
ଭାରତୀୟଙ୍କୁ ସିରିଆ ନଯିବାକୁ ପରାମର୍ଶ:
ସିରିଆରେ ଭୟଙ୍କର ସ୍ଥିତି କାରଣରୁ ଭାରତୀୟଙ୍କୁ ସିରିଆ ନଯିବାକୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହାସହ ସେଠାରେ ଥିବା ଭାରତୀୟଙ୍କ ପାଇଁ ହେଲ୍ପ ଲାଇନ ନମ୍ବର ( +963993385973) ଜାରି ହୋଇଛି । ଦମାସକସରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।
ହିଂସା ପଛର କାରଣ: