ଟୋକିଓ:ଶକ୍ତିଶାଳୀଭୂକମ୍ପ ଝଟକାରେ ଥରିଲା ଜାପାନ । ସୋମବାର ବିଳମ୍ବିତ ରାତି ପାଖାପାଖି 12ଟା 59 ମିନିଟ୍ ସମୟରେ ଉତ୍ତର ଜାପାନର ଲଓ୍ୱେତ ଓ ଆଓମୋରି ଅଞ୍ଚଳରେ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.1 ରେକର୍ଡ କରାଯାଇଥିବା ନେଇ ଜାପାନ ପାଣିପାଗ ଏଜେନ୍ସି ପକ୍ଷରୁ ସୂଚନା ଜାରି କରାଯାଇଛି ।
ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ଭୂକମ୍ପ ହୋଇଥିବା ବେଳେ ଏବେସୁଦ୍ଧା ସୁନାମି ନେଇ କୌଣସି ଆଲର୍ଟ ଜାରି କରାଯାଇ ନାହିଁ । ଅନ୍ୟପଟେ ଭୂକମ୍ପ ଜନିତ କ୍ଷୟକ୍ଷତି ନେଇ ମଧ୍ୟ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଭୂକମ୍ପ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ଅନ୍ୟପଟେ ସୋମବାର ରାତି 10ଟା 37 ରେ ଦେଶର ହିମାଚଳ ପ୍ରଦେଶ ଲହୌଲ ଓ ସ୍ପିତିରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.5 ରେକର୍ଡ କରାଯାଇଛି ।
ଏହାମଧ୍ୟ ପଢନ୍ତୁ.. ଚୀନରେ ୭.୨ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ; ଥରିଲା ଦିଲ୍ଲୀ-ଏନସିଆର
ଜାପାନରେ ଅନେକ ଥର ଭୂମିକମ୍ପର ଭୟବହତା ଦେଖିବାକୁ ମିଳିଛି । ଏହାପୂର୍ବରୁ ଚଳିତ ବର୍ଷ ଆରମ୍ଭରେ ମଧ୍ୟ ଜାପାନରେ ଭୟଙ୍କର ଭୂମିକମ୍ପ ହୋଇଥିଲା । ଜାନୁଆରୀ 1 ତାରିଖରେ ଜାପାନକୁ ଶକ୍ତିଶାଳୀ ଭୂମିକମ୍ପର ଝଟକା ସହିବାକୁ ପଡିଥିଲା । ଗୋଟିଏ ଦିନରେ ଏକାଧିକ ସ୍ଥାନରେ ସିରିଜ ଭୂକମ୍ପ ହୋଇଥିଲା । ନୋଟେ ଦ୍ୱୀପାଞ୍ଚଳର ଇସିକାଓ୍ବାରେ 7.6 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଆଉମଧ୍ୟ ଇସିକାୱା ଉପକୂଳବର୍ତ୍ତୀ ଜାପାନ ସମୁଦ୍ରରେ 12ରୁ ଅଧିକ ଥର ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ଯାହାଫଳରେ ଇସକାଓ୍ବା ପ୍ରିଫେକ୍ଟରର ଶିଖା ଆଣବିକ ବିଦ୍ୟୁତ୍ କେନ୍ଦ୍ରରେ ବିସ୍ଫୋରଣ ହୋଇଥିଲା ।
ଏହାମଧ୍ୟ ପଢନ୍ତୁ..ଜାପାନରେ ଶକ୍ତିଶାଳୀ ଭୂକମ୍ପ, ମୃତ୍ୟୁ ସଂଖ୍ୟା 48କୁ ବୃଦ୍ଧି
ଏହାମଧ୍ୟ ପଢନ୍ତୁ..ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା, ତୀବ୍ରତା ୭.୪, ସୁନାମି ଆଲର୍ଟ
ଏହାପରେ ସୁନାମି ଆଲର୍ଟ ଜାରି କରାଯାଇଥିଲା । ଏଥିରେ ସିରିଜ ଭୂମିକମ୍ପରେ 50ରୁ ଅଧିକ ଜଣଙ୍କ ଜୀବନ ଯାଇଥିବା ବେଳେ ଘର ଦ୍ୱାର ଭାଙ୍ଗିଯିବା ସହ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଥିଲା । ଭୂକମ୍ପ ପରେ ବିଲ୍ଡିଂ ଭୁଶୁଡିବା ସହ ଅଗ୍ନିକାଣ୍ଡ ଘଟିଥିଲା ।ଦେଶର କେନ୍ଦ୍ରୀୟ ସହର ୱାଜିମାଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା ଏବଂ ଏହି ଅଗ୍ନିକାଣ୍ଡରେ 100ରୁ ଅଧିକ ଦୋକାନ ଓ ଘର ଜଳି ପୋ଼ଡି ପାଉଁଶ ହୋଇଯାଇଥିଲା ।