ଓଡିଶା

odisha

ETV Bharat / international

ନାଇଜେରିଆରେ ହିଂସା: ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳିମାଡ, 50ରୁ ଊର୍ଦ୍ଧ୍ୱ ମୃତ - ନାଇଜେରିଆ ହିଂସା

Nigeria Violence: ନାଇଜେରିଆରେ ହିଂସାକାଣ୍ଡ । ଦେଶର ପ୍ଲାଟୋଉ ରାଜ୍ୟ ମଙ୍ଗୁ ଜିଲ୍ଲାରେ କିଛି ବନ୍ଧୁକଧାରୀ ଗାଁରେ ଆଖିବୁଜା ଗୁଳିମାଡ କରିଛନ୍ତି । ଏହି ଆକ୍ରମଣରେ 50 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଆଗକୁ ପଢନ୍ତୁ

Nigeria Violence
ନାଇଜେରିଆରେ ହିଂସା

By ETV Bharat Odisha Team

Published : Jan 26, 2024, 10:26 AM IST

ନାଇଜେରିଆ: ହିଂସାର ନିଆଁରେ ଜଳୁଛି ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜେରିଆ । ଦେଶର ପ୍ଲାଟୋଉ ରାଜ୍ୟ ମଙ୍ଗୁ ଜିଲ୍ଲାରେ ହିଂସାକାଣ୍ଡ ଘଟିଛି । କିିଛି ବନ୍ଧୁକଧାରୀ 2 ଦିନ ମଧ୍ୟରେ ପାଖାପାଖି 50 ଜଣ ଗ୍ରାମବାସୀଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡିଛି । ଏଥିସହ ଅନେକ ଘରେ ନିଆଁ ଲଗାଇ ଦେଇଥିବା ସୂଚନା ରହିଛି । ସ୍ଥିତି ନିୟନ୍ତ୍ରଣ ପାଇଁ ସମଗ୍ର ଅଞ୍ଚଳରେ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି । ତେବେ ଜିଲ୍ଲାରେ ପଶୁପାଳକ ଓ କୃଷକ 2 ଗୋଷ୍ଠୀ ମଧ୍ୟରେ ହିଂସା ଜାରି ରହିଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଛି । 2 ମାସ ମଧ୍ୟରେ ରାଜ୍ୟରେ ଏହା ଦ୍ୱିତୀୟ ବଡ ଆକ୍ରମଣ ଘଟଣା ଅଟେ । ଏହା ପୂର୍ବରୁ ଡିସେମ୍ବର ମାସରେ ଏକ ଆକ୍ରମଣରେ 140 ଜଣଙ୍କ ମୃତ୍ୟୁ ହୋଇଥିଲା ।

ଅଶାନ୍ତ ନାଇଜେରିଆ । ଦେଶର ଉତ୍ତର ମଧ୍ୟ ରାଜ୍ୟ ପ୍ଲାଟୋଉର ମଙ୍ଗୁ ଜିଲ୍ଲାରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଜିଲ୍ଲାର ପଶୁପାଳକ ଓ କୃଷକ ସମୁଦାୟ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗି ରହିଛି । ଏହାକୁ ଆୟତ୍ତ କରିବା ପାଇଁ ସମଗ୍ର ଅଞ୍ଚଳରେ 24 ଘଣ୍ଟିଆ କଫ୍ୟୁ ଜାରି କରାଯାଇଥିଲେ ମଧ୍ୟ ଅନେକ ସ୍ଥାନରେ ହିଂସାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ମଙ୍ଗୁ ଜିଲ୍ଲାରେ 3 ଦିନ ମଧ୍ୟରେ କିଛି ବନ୍ଧୁକଧାରୀ ପାଖାପାଖି 50 ଜଣ ଗ୍ରାମବାସୀଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ ଏବେବି ଅନେକ ନିଖୋଜ ରହିଥିବା ନେଇ ଜଣାପଡିଛି । ଅନେକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । କିଛି ବନ୍ଧୁକଧାରୀ ଆତତାୟୀ ଗୁଳିକରି ହତ୍ୟା କରିବା ସହ ଅନେକ ଘରେ ନିଆଁ ଲଗାଇ ଦେଇଥିବା ସୂଚନା ରହିଛି । ତେବେ ଏହି ଆକ୍ରମଣ ପାଇଁ ଏବେସୁଦ୍ଧା କୌଣସି ସଂଗଠନ ନିଜକୁ ଦାୟୀ କରିନାହିଁ । ଏହି ଆକ୍ରମଣ ଫୁଲାନି ଟ୍ରାଇବ୍ ପଶୁପାଳକ ଗୋଷ୍ଠୀ କରିଥିବା ନେଇ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ମଣିପୁରରେ ପୁଣି ହିଂସା: ବାପ-ପୁଅଙ୍କ ସମେତ 4 ଜଣଙ୍କୁ ହତ୍ୟା

ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ କହିବା ଅନୁଯାୟୀ, ହିଂସାକୁ ଆୟତ୍ତ କରିବା ପାଇଁ ସମଗ୍ର ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି । ଅନେକ ସ୍ଥାନରୁ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏଭଳି ଅନେକ ସ୍ଥାନ ରହିଛି ଯେଉଁଠିକି ପ୍ରଶାସନ ପହଞ୍ଚିବା ସମ୍ଭବ ହେଉନାହିଁ । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରୀ ବଢିପାରେ ଆଶଙ୍କା କରାଯାଉଛି । ଅନେକ ଲୋକ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ତେବେ ଦୀର୍ଘ ବର୍ଷ ଧରି ଭୂମି ଓ ଜଳ ବିବାଦକୁ ନେଇ ଏହି ଅଞ୍ଚଳରେ ଖ୍ରୀଷ୍ଟିଆନ ଓ ମୁସଲିମ ସମ୍ପ୍ରଦାୟ ମଧ୍ୟରେ ବିବାଦ ଲାଗି ରହିଛି ।

ABOUT THE AUTHOR

...view details