ହାଇଦ୍ରାବାଦ: ଜର୍ଜିଆରେ ମାଉଣ୍ଟେନ ରିସର୍ଟ ଗୌଦାଉରୀର ଏକ ରେସ୍ତୋରାଁରେ ବିଷାକ୍ତ ଗ୍ୟାସ ଲିକ ହେବାରୁ 11 ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି । ଏନେଇ ଜର୍ଜିଆରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଜର୍ଜିଆର ବୈଦେଶୀକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ପ୍ରାଥମିକ ଯାଞ୍ଚରୁ ଜଣାପଡିଛି କୌଣସି ଆକ୍ରମଣ କିମ୍ବା ହିଂସା ଯୋଗୁ ମୃତ୍ୟୁ ହୋଇନାହିଁ । କାର୍ବନ ମନୋକ୍ସାଇଡ୍ ଯୋଗୁ 11 ଭାରତୀୟଙ୍କ ମୃତ୍ୟୁ ଘଟିଥିବା ପୋଲିସ ସୂଚନା ଦେଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି।
ରାଜଧାନୀ ଟବଲିସିରେ ଥିବା ଭାରତୀ ଦୂତାବାସ କହିଛି, ''ଗୌଦାଉରୀର ଏଗାର ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଖବର ଶୁଣି ଆମେ ଦୁଃଖିତ । ମୃତକଙ୍କ ପରିବାର ପ୍ରତି ଆମେ ଗଭୀର ସମବେଦନା ଜଣାଉଛୁ, ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ଆମେ ପ୍ରତିଶ୍ରୁତି ବଦ୍ଧ। ମୃତଦେହକୁ ତୁରନ୍ତ ସ୍ବଦେଶ ଫେରାଇବାକୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛୁ । ଏନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ''
ଏହା ମଧ୍ୟ ପଢନ୍ତୁ-ସିରିଆ ଗୃହଯୁଦ୍ଧ: ଉଦ୍ଧାର ହୋଇ ସ୍ବଦେଶ ଫେରୁଛନ୍ତି ୭୫ ଭାରତୀୟ - INDIAN EVACUATED FROM SYRIA