ଓଡିଶା

odisha

ETV Bharat / international

କୁଏତରେ ଶୁଭିଲା ଜୟ ଜଗନ୍ନାଥ, ଓଡ଼ିଆ ପୁଅ ସହ କଥା ହେଲେ ମୋଦି - NARENDRA MODI KUWAIT VISIT

କୁଏତରେ ଗଞ୍ଜାମ ପୁଅ ସହ କଥାହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ମୋଦିଙ୍କୁ ଧନ୍ୟବାଦ ଦେଲେ ଯୁବକ ।

Narendra Modi Kuwait visit
Narendra Modi Kuwait visit (X/@MEAIndia)

By ETV Bharat Odisha Team

Published : Dec 22, 2024, 6:38 PM IST

କୁଏତ ସିଟି: କୁଏତରେ ଓଡ଼ିଆ ପୁଅଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨ ଦିନିଆ ଗଲ୍ପ ଦେଶ ଗସ୍ତରେ ଅଛନ୍ତି ମୋଦି । ଶନିବାର ଦିନ ସେ କୁଏତର ଲେବର କ୍ୟାମ୍ପ ଗସ୍ତ କରି ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିଛନ୍ତି । ସେଠାରେ ଗଞ୍ଜାମର ଓଡ଼ିଆ ପୁଅଙ୍କ ସହ କଥା ହୋଇଛନ୍ତି ।

କୁଏତରେ ଓଡ଼ିଆଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

କୁଏତ ଏମିର ଶେଖ ମିଶଲ ଅଲ- ଅହମ୍ମଦ ଅଲ-ଜାବର ଅଲ- ସବାହଙ୍କ ନିମନ୍ତ୍ରଣ ରକ୍ଷା କରି ୨ ଦିନିଆ କୁଏତ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶନିବାର ଦିନ ସେ ଲେବର କ୍ୟାମ୍ପ ଯାଇ ପ୍ରବାସୀ ଭାରତୀୟମାନଙ୍କୁ ଭେଟିବା ସହ ଆଲୋଚନା କରିଛନ୍ତି । ଏହି ସମୟରେ ଓଡ଼ିଶା ଗଞ୍ଜାମ ଜିଲ୍ଲାର ଜଣେ ଓଡ଼ିଆ ପୁଅଙ୍କ ସହ କଥା ହୋଇଛନ୍ତି । ଜୟ ଜଗନ୍ନାଥ କହି ମୋଦି ତାଙ୍କ ସହ କଥା ହୋଇଥିଲେ । ଓଡ଼ିଶାର କେଉଁଠାରୁ ଆସିଛ ଓ ଏଠାରେ କଣ କାମ କରୁଛ ବୋଲି ପଚାରିଥିଲେ ମୋଦି । ଭାରତ ବିକାଶରେ ଆପଣମାନଙ୍କ ଯୋଗଦାନ ରହିଛି । ଆପଣମାନେ ଯେଉଁ ପଇସା ପରିବାରକୁ ପଠାଉଛନ୍ତି ସେ ଟଙ୍କା ଦେଶର ବିକାଶରେ ଲାଗୁଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଆଉ ମଧ୍ୟ ସେମାନଙ୍କୁ ଓଡ଼ିଶା ଆସି ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ।

କୁଏତର ସର୍ବୋଚ୍ଚ ସମ୍ମାନରେ ମୋଦିଙ୍କୁ ସମ୍ମାନିତ

କୁଏତର ସର୍ବୋଚ୍ଚ ସମ୍ମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରାଗଲା ସମ୍ମାନିତ । ୨ ଦିନିଆ କୁଏତ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୪୩ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ସେ ଗଲ୍ପ ଦେଶକୁ ଗସ୍ତ କରିଥିବା ବେଳେ ଆଜି(ରବିବାର) ସେଠାରେ ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ 'ଦି ଅର୍ଡର ଅଫ୍ ମୁବାରକ ଅଲ କବୀର' ସମ୍ମାନିତ କରାଯାଇଛି । ଏହା କୌଣସି ବିଦେଶୀ ରାଷ୍ଟ୍ର ଦ୍ୱାରା ତାଙ୍କୁ ଦିଆଯାଇଥିବା ୨୦ତମ ଅନ୍ତରାଷ୍ଟ୍ରୀୟ ସମ୍ମାନ । ଏହା ବନ୍ଧୁତାର ପ୍ରତୀକ ଭାବେ ଏହା ରାଷ୍ଟ୍ରମୁଖ୍ୟ ତଥା ବିଦେଶୀ ସାର୍ବଭୌମତ୍ବ ତଥା ବିଦେଶୀ ରାଜ ପରିବାର ସମସ୍ୟମାନଙ୍କୁ ଦିଆଯାଏ ।

କୁଏତରେ ମୋଦିଙ୍କୁ ଗାର୍ଡ ଅଫ ଅନର

ଏହା ପୂର୍ବରୁ ତାଙ୍କୁ କୁଏତ ପ୍ୟାଲେସରେ ଔପଚାରିକ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହି ସମାରୋହରେ କୁଏତର ଏମିର ଶେଖ ମିଶଲ ଅଲ- ଅହମ୍ମଦ ଅଲ-ଜାବର ଅଲ-ସବାହ ଉପସ୍ଥିତ ଥିଲେ ।

୨ ଦିନିଆ କୁଏତ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଥମ ଥର ପାଇଁ ଗଲ୍ଫ ଦେଶ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶନିବାର ଦିନ ସେ କୁଏତରେ ପହଞ୍ଚିଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଜି (ରବିବାର) ସେ କୁଏତଏମିର ଶେଖ ମିଶଲ ଅଲ- ଅହମ୍ମଦ ଅଲ-ଜାବର ଅଲ- ସବାହଙ୍କ ସହ ୨ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଆଲୋଚନା କରିଛନ୍ତି । ପ୍ରତିରକ୍ଷା, ବାଣିଜ୍ୟ, ଶକ୍ତି ଆଦି କ୍ଷେତ୍ରରେ ୨ ଦେଶର ସମ୍ପର୍କ କିପରି ମଜଭୁତ ହେବ ସେନେଇ ଆଲୋଚନା କରିଥିବା ସୂଚନା ରହିଛି । ୪୩ ବର୍ଷ ପରେ ପ୍ରଥମ ଥର ପାଇଁ ଗଲ୍ଫ ଦେଶ ଯାଇଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ । ଏହାପୂର୍ବରୁ ୧୯୮୧ ମସିହାରେ ଇନ୍ଦିରା ଗାନ୍ଧୀ କୁଏତ ଗସ୍ତ କରିଥିଲେ ।

ଏହାମଧ୍ୟ ପଢନ୍ତୁ...

୪୩ ବର୍ଷରେ ପ୍ରଥମ, ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଗଲ୍ପ ଦେଶ ପରିଦର୍ଶନ

ଆମେରିକାରେ ଟ୍ରମ୍ପ ଯୁଗ ଆରମ୍ଭ, ବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details