କାବୁଲ: ଆଫଗାନିସ୍ତାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ । ଶନିବାର ରାତିରେ ଆଫଗାନିସ୍ତାନର ବଡାଖାସ୍ତାନ ନିକଟରେ ଏହି ବିମାନ ଦୁର୍ଘଟଣା ଘଟିଥିବା ନେଇ ସୂଚନା ରହିଛି । ଘଟଣାସ୍ଥଳକୁ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ନେଇ ସୂଚନା ରହିଛି । ଆଫଗାନି ମିଡିଆରେ ଏହି ବିମାନ ଭାରତର ହୋଇଥିବା ନେଇ କୁହାଯାଇଥିବା ବେଳେ ଭାରତ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବିମାନ ଭାରତର ହୋଇନଥିବା ନେଇ ଭାରତୀୟ ବେସାମରିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଆଫଗାନିସ୍ତାନରେ ମରକ୍କୋ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଏହା ଏକ ଚାଟାର୍ଡ ବିମାନ ହୋଇଥିବା ନେଇ ସୂଚନା ରହିଛି । ତେବେ ଏହି ବିମାନ କେଉଁଆଡକୁ ଯାଉଥିଲା ତାହା ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଆଫଗାନୀ ମିଡିଆ ଏହି ଦୁର୍ଘଟଣାଗ୍ରସ୍ତ ବିମାନ ଭାରତୀୟ ଯାତ୍ରୀବାହୀ ବିମାନ ହୋଇଥିବା ନେଇ ସୂଚନା ଜାରି କରିଥିବା ବେଳେ ଏହାକୁ ଭାରତୀୟ ବେସାମରିକ ମନ୍ତ୍ରାଳୟ ପକ୍ଷରୁ ଖଣ୍ଡନ କରାଯାଇଛି । ଭାରତୀୟ ବେସମାରିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, 'ଆଫଗାନିସ୍ତାନରେ ଏକ ବିମାନ ଦୁର୍ଘଟଣା ହୋଇଛି । ଏହି ବିମାନ ଭାରତୀୟ ବିମାନ ନୁହେଁ । ଏହି ବିମାନ ମରକ୍କୋ ପଞ୍ଜିକୃତ ଏକ ଚାଟାର୍ଡ ବିମାନ ଅଟେ । ତେବେ ଏନେଇ ଅଧିକ ସୂଚନା ମିଳିପାରିନାହିଁ ।