ଓଡିଶା

odisha

ETV Bharat / international

ନ୍ୟୁ ହାମ୍ପସାୟାର ରିପବ୍ଲିକାନ ପ୍ରାଇମେରୀରେ ଟ୍ରମ୍ପଙ୍କ ବାଜିମାତ, ବାଇଡେନଙ୍କ ସହ ହୋଇପାରେ ଟକ୍କର

US Nikki Haley Congratulates Trump: ନ୍ୟୁ ହାମ୍ପସାୟାରରୁ ରିପବ୍ଲିକାନ୍ ପ୍ରାଥମିକ ନିର୍ବାଚନରେ ବାଜି ମାରିଲେ ଟ୍ରମ୍ପ । ଶୁଭେଚ୍ଛା ଜଣାଇଲେ ପ୍ରତିଦ୍ବନ୍ଦ୍ବୀ ନିକ୍କି । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 24, 2024, 11:10 AM IST

US Nikki Haley Congratulates Trump
ରିପବ୍ଲିକାନ୍ ପ୍ରାଥମିକ ନିର୍ବାଚନରେ ବିଜୟୀ ଟ୍ରମ୍ପ

ଓ୍ବାଶିଂଟନ: ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ କଡା ଟକ୍କର ଦେଖିବାକୁ ମିଳିବ । ଏହା ପୂର୍ବରୁ ପ୍ରାଇମେରୀ ଏବଂ କକସ୍ ପର୍ଯ୍ୟାୟରେ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା କରାଯାଉଛି । ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ନ୍ୟୁ ହାମ୍ପସାୟାରରୁ ପ୍ରାଥମିକ ନିର୍ବାଚନ ଜିତିଛନ୍ତି । ରିପୋର୍ଟ ଅନୁସାରେ, ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ଡେମୋକ୍ରାଟ ପ୍ରାର୍ଥୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ହାମ୍ପସାୟାରରୁ ପ୍ରାଇମେରୀରେ ବାଜିମାତ କରିଥିବା କୁହାଯାଉଛି। ଆମେରିକୀୟ ମିଡିଆ ରିପୋର୍ଟ ଅନୁସାରେ, ସେ ସମର୍ଥକଙ୍କୁ ଏକଜୁଟ କରି ରଖିବା ପାଇଁ ଅନୌପଚାରିକ ଭାବେ ସାଇଟ ଇନ ଅଭିଯାନ ଆରମ୍ଭ କରିଛନ୍ତି ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନ୍ୟୁ ହାମ୍ପସାୟାରର ପ୍ରାଇମେରୀରେ ଏକ ବଡ ବିଜୟ ହାସଲ କରିଛନ୍ତି । ରିପବ୍ଲିକାନ ପ୍ରାର୍ଥୀ ଭାବେ ସେ ବିଜୟୀ ହୋଇଛନ୍ତି । ଭାରତୀୟ ବଂଶୋଦ୍ଭବ ନିକ୍କି ହାଲିଙ୍କୁ ପଛରେ ପକାଇଛନ୍ତି। ଏହା ପରେ ଡୋନାଲ୍ଡ ଟ୍ରମ୍ପ ନିକ୍କିଙ୍କୁ କଟାକ୍ଷ କରିଛନ୍ତି । ତାଙ୍କ ପାଇଁ ଖରାପ ରାତ୍ରୀ ରହିଥିଲା ବୋଲି ନିକ୍କିକୁ କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ଼୍ ଟ୍ରମ୍ପ ।

ଏହି ବିଜୟ ପରେ ଟ୍ରମ୍ପ ତାଙ୍କ ଦଳରୁ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ କରିବା ତଥା ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିପକ୍ଷରେ ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଆଉ ଏକ ପାଦ ନିକଟତର ହୋଇଛନ୍ତି । 26 ପ୍ରତିଶତ ଭୋଟ୍ ଗଣିବା ପରେ ଟ୍ରମ୍ପ 53.8 ପ୍ରତିଶତ ଭୋଟ୍ ସହ ଆଗୁଆ ରହିଥିଲେ । ରିପବ୍ଲିକାନ୍ ରାଷ୍ଟ୍ରପତି ପଦ ଆଶାୟୀ ନିକ୍କି ହାଲି ଏହି ବିଜୟ ପରେ ଟ୍ରମ୍ପଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଲଢେଇ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ ଏବଂ ଅନେକ ରାଜ୍ୟରେ ଭୋଟ୍ ଗ୍ରହଣ ହେବା ବାକି ରହିଛି ବୋଲି ମଧ୍ୟ ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ : ଟ୍ରମ୍ପଙ୍କ ସମର୍ଥନରେ ରାମାସ୍ବାମୀ, ଜିଓପି ପ୍ରାଥମିକ ମତଦାନରୁ ଓହରିବାକୁ ନିଷ୍ପତ୍ତି

ଆମେରିକା ରାଜନୀତିରେ ମୁହାଁମୁହିଁ ଟକ୍କର: ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବାଇଡେନଙ୍କ ରାଇଟ ଇନ ଅଭିଯାନ ପୂର୍ବରୁ ଡେମୋକ୍ରାଟ କ୍ୟାମ୍ପ ହତାଶ ହୋଇଥିଲା । ନ୍ୟୁ ହାମ୍ପସାୟରରେ ନିର୍ବାଚନ ପ୍ରତି ବାଇଡେନଙ୍କ ଉଦାସୀନତା, କମ୍ ଉତ୍ସାହ ଏବଂ ତୁଳନାତ୍ମକ ଭାବେ କମ୍ ଆଲୋଚନା ହେତୁ ଡେମୋକ୍ରାଟ୍ କ୍ୟାମ୍ପ ପରାଜୟ ହେବାର ଆଶଙ୍କା ଅଧିକ ରହିଥିଲା। କିନ୍ତୁ ବର୍ତ୍ତକମାନ ସମୟରେ ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି । ପ୍ରାଇମେରୀ ସ୍ତରରେ ବିଜୟୀ ହେବା ପରେ ବାଇଡେନଙ୍କର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ନେତା ଟ୍ରମ୍ପଙ୍କ ସହ ଟକ୍କର ହେବା ନେଇ ଚର୍ଚ୍ଚା ହେଉଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details