ETV Bharat / state

ନ୍ୟାୟ ମାଗୁଛନ୍ତି ହୀରାକୁଦ ବିସ୍ଥାପିତ: କେବେ ଥଇଥାନ ଓ କ୍ଷତିପୂରଣ ? - HIRAKUD DAM

ହୀରାକୁଦ ବୁଡି ଅଞ୍ଚଳ ସବୁ ବିସ୍ଥାପିତଙ୍କୁ ମିଳିନି ଘରବାଡ଼ି ପଟ୍ଟା-କ୍ଷତିପୂରଣ । ନାଲି ଫିତା ତଳେ ଫାଇଲ ! ସମ୍ବଲପୁରରୁ ବାଦଶାହ ଯୁଷ୍ମନ ରାଣାଙ୍କ ରିପୋର୍ଟ ।

HIRAKUD DISPLACED PEOPLE PROTEST
HIRAKUD DISPLACED PEOPLE PROTEST (ETV Bharat Odisha)
author img

By ETV Bharat Odisha Team

Published : Jan 23, 2025, 1:00 PM IST

ସମ୍ବଲପୁର: ନନ୍ଦଲାଲ ସାହୁ, ବୟସ ପାଖାପାଖି ୮୦ । ଘର ସମ୍ବଲପୁର ଜିଲ୍ଲା ଜମନକିରା । ୬୯ ବର୍ଷ ବିତିଲାଣି, ହରାଇଥିଲେ ଭିଟା ମାଟି । ଏଯାଏଁ ମିଳିନି ପୂରା ସହାୟତା ରାଶି କମ୍ବା ଚିହ୍ନଟ ହୋଇନି ଘରବାଡ଼ି । ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହୋଇଥିବା ନନ୍ଦଲାଲ, ପରିଣତ ବୟସରେ ନ୍ୟାୟ ପାଇଁ ଜାରି ରଖିଛନ୍ତି ସଂଘର୍ଷ । "ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତି" ପକ୍ଷରୁ ବିସ୍ତାପିତଙ୍କ ଗଣବିକ୍ଷୋଭରେ ସାମିଲ ହୋଇ ବଖାଣିଛନ୍ତି ନିଜର ଦୁଃଖ ଏବଂ ବେଦନା ।

ନ୍ୟାୟ ଅପେକ୍ଷାରେ ବିସ୍ଥାପିତ:

୧୯୫୭ ମସିହା ଜାନୁଆରୀ ୧୩ ତାରିଖରେ ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଥିଲା ସମ୍ବଲପୁରର 'ହୀରାକୁଦ ନଦୀବନ୍ଧ' ବା ହୀରାକୁଦ ଡ୍ୟାମ । ଏହାରି ଭିତର ହୀରାକୁଦ ନଦୀବନ୍ଧ ଯୋଜନାକୁ ୬୯ ବର୍ଷ ପୂରିଛି । ତେବେ ଦୁଃଖ ଏବଂ ପରିତାପ ବିଷୟ, ଦୀର୍ଘ ୭ ଦଶନ୍ଧି ପରେ ମଧ୍ୟ ନ୍ୟାୟ ଅପେକ୍ଷାରେ ବିସ୍ଥାପିତ । ଘର ବାଡ଼ି ଏବଂ ଜମି ହରାଇଥିବା ଶହ ଶହ ଲୋକ ସମ୍ବଲପୁର ଉତ୍ତରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟ ଆଗରେ ଏକାଠି ହୋଇଛନ୍ତି । ନ୍ୟାୟ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । "ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତି" ପକ୍ଷରୁ ଆରଡିସିଙ୍କ ଜରିଆରେ ରାଜସ୍ୱ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ଦିଆଯାଇଛି । ସଂଗ୍ରାମ ସମିତି ସାଧରଣ ସମ୍ପାଦକ ଗୋପୀନାଥ ମାଝୀଙ୍କ ଆହ୍ବାନରେ ଆହୂତ ବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଅବିଭାଜିତ ସମ୍ବଲପୁର ଜିଲ୍ଲା ତଥା ସୁନ୍ଦରଗଡ଼ ଜିଲ୍ଲାରେ ରହୁଥିବା କେତେକ ହୀରାକୁଦ ବିସ୍ଥାପିତ ପରିବାର ସଦସ୍ୟ ।

HIRAKUD DISPLACED PEOPLE PROTEST (ETV Bharat Odisha)

ମାଡ଼ ମାରି ତଡ଼ି ଦେଇଥିଲା ପୋଲିସ: ନନ୍ଦଲାଲ

"ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତି" ଗଣବିକ୍ଷୋଭରେ ସାମିଲ ହୋଇଥିଲେ ଜମନକିରା ଅଞ୍ଚଳର ବିସ୍ଥାପିତ ନନ୍ଦଲାଲ । ଇଟିଭି ଭାରତ ସହ ନିଜର ଦୁଃଖ ଏବଂ ବେଦନା ସେୟାର କରିଛନ୍ତି ନନ୍ଦଲାଲ । ସେ କହିଛନ୍ତି " ତାଙ୍କୁ ମାତ୍ର ସେତେବେଳେ ୧୨ ବର୍ଷ ବୟସ ହୋଇଥିଲା । ହଠାତ ପୋଲିସ ଗାଁରେ ପଶି ବାଡ଼େଇ ବାଡ଼େଇ ଭିଟାମାଟିରୁ ବିଦା କରିଦେଇଥିଲା । ୬୯ ବର୍ଷ ଅତିବାହିତ ହେବା ପରେ ମଧ୍ୟ ସଂପୂର୍ଣ୍ଣ କ୍ଷତିପୂରଣ ମିଳିନାହିଁ । ସରକାର ପ୍ରତିଶ୍ରୁତି ଦେଇଥିବା ୧୦ ଡେସିମିଲ ଜାଗା ମଧ୍ୟ ପାଇନାହୁଁ । ୨୦୧୪ରେ କିଛି ଲୋକଙ୍କୁ ପଟ୍ଟା ମିଳିଥିଲା । ମାତ୍ର ଏଯାଏଁ ଜାଗା ଚିହ୍ନଟ ହୋଇନାହିଁ । "

ସମ୍ବଲପୁର ହୀରାକୁଦ ଜଳଭଣ୍ଡାର
ସମ୍ବଲପୁର ହୀରାକୁଦ ଜଳଭଣ୍ଡାର (ETV Bharat Odisha)

ନନ୍ଦଲାଲ କହିଛନ୍ତି " ଜମନକିରାରେ ପାଖାପାଖି ୫୫୦ ପରିବାର ବିସ୍ଥାପିତ ହୋଇଥିଲେ । ସେଥିରୁ ବର୍ତ୍ତମାନ ସୁଦ୍ଧା ୩୦୦ ଜଣଙ୍କୁ ପଟ୍ଟା ମିଳିଛି । ଆହୁରି ପାଖାପାଖି ୨୫୦ ପରିବାରଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଜାଗା ଖଣ୍ଡେ ମିଳିନାହିଁ। "

ହୀରାକୁଦ ବିସ୍ଥାପିତଙ୍କ ସରିନାହିଁ ସଂଘର୍ଷ :

ବନ୍ୟା ନିୟନ୍ତ୍ରଣ, ବିଦ୍ୟୁ୍ତ ଉତ୍ପାଦନ ଏବଂ ଜଳସେଚନ ଉଦ୍ଦେଶ୍ୟରେ ତିଆରି ହୋଇଥିଲା ହାରାକୁଦ ଡ୍ୟାମ । ବର୍ତ୍ତମାନ ହୀରାକୁଦ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହୋଇଛି । ଶିଳ୍ପାୟନରେ ମଧ୍ୟ ସହାୟକ ହେଉଛି । ଆଜିର ଦିନରେ ସମ୍ବଲପୁର ତଥା ବରଗଡ଼ ଜିଲ୍ଲାକୁ ଓଡିଶାର ଭାତ ହାଣ୍ଡି କୁହାଯାଉଛି । ଅନ୍ୟପଟେ ଏହି ହୀରାକୁଦ ଜଳଭଣ୍ଡାର ପାଇଁ ନିଜର ସର୍ବସ୍ବ ହରାଇଥିବା ଲୋକଙ୍କୁ ଯେମିତି ସମସ୍ତେ ଭୁଲି ଯାଇଛନ୍ତି । ପ୍ରକଳ୍ପ ପାଇଁ ଯେଉଁ ଲୋକମାନେ ବିସ୍ଥାପିତ ହୋଇ ନିଜର ଭିଟା ମାଟି ହରାଇଥିଲେ ସେମାନଙ୍କ ମଧ୍ୟରୁ ଅନେକ ଆଜି ମଧ୍ୟ କ୍ଷତି ପୂରଣ ପାଇ ନାହାନ୍ତି କିମ୍ବା ଥଇଥାନ ହୋଇ ନାହାନ୍ତି ।

ହୀରାକୁଦ ବୁଡ଼ାଇଦେଲା ୬ ଏକର ଜମି: ମୋତି

ହୀରାକୁଦ ଜଳଭଣ୍ଡାର ପାଇଁ ସର୍ବସ୍ବ ହରାଇଥିବା ଅନ୍ୟଜଣେ କ୍ଷତିଗ୍ରସ୍ତ ହେଲେ ମୋତି ରୋହିଦାସ । ଜନମକିରା ଅଞ୍ଚଳର ମୋତି ରୋହିଦାସଙ୍କ ଆଖିର ଲୁହ ଏଯାଏଁ ଶୁଖିନାହିଁ । ତାଙ୍କ କହିବା କଥା " ହୀରାକୁଦ ଜଳଭଣ୍ଡାରରେ ବୁଡ଼ିଗଲା ୬ ଏକର ୪୫ ଡେସିମିଲି ଜମି । ଚାଷ ବାସ କରି ପରିବାର ପ୍ରତିପୋଷଣ କରୁଥିଲେ । ମାତ୍ର ସରକାରୀ ପ୍ରକଳ୍ପ ପାଇଁ ଜମିହରା ହୋଇଗଲେ । ଏଯାଏଁ କ୍ଷତିପୂରଣ ମିଳିନାହିିଁ । କେବେ ମିଳିବ ଜଣାନାହିଁ । "

HIRAKUD DISPLACED PEOPLE PROTEST
HIRAKUD DISPLACED PEOPLE PROTEST (ETV Bharat Odisha)

ବିସ୍ଥାପିତଙ୍କ କଣ ରହିଛି ଦାବି ?

  1. ବିସ୍ଥାପିତଙ୍କ ପ୍ରମାଣପତ୍ର ବାଧ୍ୟ ବାଧକତା କରାନଯାଇ । ଗ୍ରାମ କମିଟିର ସୁପରିସ ଆଧାରରେ ଦରଖାସ୍ତକାରୀ ବିସ୍ଥାପିତ ପରିବାରଙ୍କୁ ଘରଡିହ ଜମି ପଟ୍ଟା ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ପ୍ରଦାନ କରାଯାଉ ।
  2. ସର୍ଭେ ଓ ବନ୍ଦୋବସ୍ତରୁ ବାଦ ପଡ଼ିଥିବା ଅଙ୍ଗୁଲି, ଝାରୁପଡା ଓ ରମ୍ପାଲୁଗା ଅଣରାଜସ୍ୱ ଗ୍ରାମର ଅବିଳମ୍ବେ ସର୍ଭେ ଓ ବନ୍ଦୋବସ୍ତ କାମ ଆରମ୍ଭ କରାଯାଉ ।
  3. ଅଡ଼ାପରା ଅଣରାଜସ୍ୱ ଗ୍ରାମର ପରିବାରଙ୍କୁ ତାଙ୍କ ଦଖଲରେ ଥିବା ଘରଡିହ ଓ ଚାଷ ଜମିର ରୟତ ପଟ୍ଟା ପ୍ରଦାନ କରାଯାଉ ।
  4. ଲଖନପୁର ତହସିଲରେ ଦରଖାସ୍ତ କରିଥିବା ୧୦୨ ପରିବାରଙ୍କୁ ଡିସି ପାର୍‌ମିସନ ଜମିର ରୟତ ପଟ୍ଟା ପ୍ରଦାନ କରାଯାଉ ।
  5. ଡିସି ପରମିସନ ଜମିର ରୟତ ପଟ୍ଟା ପାଇଥିବା ପରିବାରଙ୍କ ଜମି ଚିହ୍ନଟ କରାଯାଉ ।
  6. ୩୨୦ଝାଙ୍କର ଚୌକିଦାର ଓ ନରିହା ପରିବାରଙ୍କୁ ଆଜିର ବଜାର ଦରରେ ତାଙ୍କର ବକେୟା କ୍ଷତିପୂରଣ ପ୍ରଦାନ କରାଯାଉ ।

"ଏଯାଏଁ ଚିହ୍ନଟ ହୋଇନାହାନ୍ତି ବିସ୍ଥାପିତ "

ହୀରାକୁଦ ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି ସାଧରଣ ସମ୍ପାଦକ ଗୋପୀନାଥ ମାଝୀ କହିଛନ୍ତି " 1955-56 ମସିହାରେ ହୀରାକୁଦ ପ୍ରକଳ୍ପରେ 26,501 ପରିବାର ବିସ୍ଥାପିତ ହୋଇଥିଲେ l ହୀରାକୁଦ ଜଲଭଣ୍ଡାରରେ 369 ରାଜସ୍ବ ଗାଁ ଜଳମଗ୍ନ ହୋଇଥିଲା l କିନ୍ତୁ ଆଜି ପର୍ଯ୍ୟନ୍ତ ସମସ୍ତ ବିସ୍ଥାପିତଙ୍କୁ ଚିହ୍ନଟ କରାଯାଇ ପାରିନାହିଁ l ଲୋକେ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ଛତିଶଗଡ ଅଞ୍ଚଳରେ ରହୁଛନ୍ତି l

"13 ହଜାର ପରିବାର କ୍ଷତିପୂରଣରୁ ବଞ୍ଚିତ":

ଗୋପୀନାଥ ମାଝୀ କହିଛନ୍ତି," 1955-56 ରେ ଏହି ଲୋକେ ବିସ୍ଥାପିତ ହୋଇଥିବାବେଳେ 31-01-2002 ମସିହାରେ ରାଜ୍ୟ ସରକାର ବିସ୍ଥାପିତ ପରିବାରଗୁଡିକୁ 10 ଡୋସିମିଲ ଲେଖାଏଁ ଘର ଡିହ ଜମି ପଟ୍ଟା ଦେବେ ବୋଲି ନିଷ୍ପତ୍ତି ନେଇଥିଲେ । ତେବେ ଆଜି ସୁଦ୍ଧା ବହୁ ଲୋକଙ୍କୁ ଏହା ମିଳି ପାରିନାହିଁ । 10 ଡେସିମିଲ ଜମିପଟ୍ଟା ପାଇଁ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ 17,084 ଟି ଦରଖାସ୍ତ ପଡ଼ିଥିବାବେଳେ କେବଳ 2200 ପରିବାରକୁ ଏହା ମିଳି ପାରିଛି । ପ୍ରତ୍ୟେକ ତହସିଲ ଅଫିସରେ ଲୋକେ ଆବେଦନ କରୁଥିବା ବେଳେ ସରକାରୀ ଅଧିକାରୀ ବିସ୍ଥାପନର ପ୍ରମାଣପତ୍ର ମାଗୁଛନ୍ତି । ତେବେ 69 ବର୍ଷ ପରେ ଲୋକେ କେଉଁଠୁ ପ୍ରମାଣ ପତ୍ର ଆଣିବେ । ଏହି ସବୁ ତଥ୍ୟ ସରକାରଙ୍କ ପାଖରେ ରହିବା କଥା । ଆଜି ପର୍ଯ୍ୟନ୍ତ 13 ହଜାର ପରିବାର କ୍ଷତିପୂରଣରୁ ବଞ୍ଚିତ ଅଛନ୍ତି ।"

'ବିସ୍ଥାପିତଙ୍କୁ ମଗାଯାଉଛି ପ୍ରମାଣ ପତ୍ର':
ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତିରୁ ମିଳିଥିବା ସୂଚନା ଅନୁସାରେ 31-01-2002 ମସିହାରୁ ସରକାରଙ୍କ ନୀତିଗତ ନିଷ୍ପତ୍ତି ଥାଇ ସୁଦ୍ଧା ଆଜି ପର୍ଯ୍ୟନ୍ତ ସମସ୍ତ ପରିବାରଙ୍କୁ ଘରଡିହ ପଟ୍ଟା ପ୍ରଦାନ କରାଯାଇ ପାରିନାହିଁ l ଅବିଭକ୍ତ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ତହସିଲ ଅଫିସରେ ହଜାର ହଜାର ସଂଖ୍ୟାରେ ଘରଡିହ ପଟ୍ଟା ପାଇଁ ଦରଖାସ୍ତ ପଡ଼ି ରହିଛି l ଆକଳନ ଅନୁସାରେ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲା ତହସିଲ ଅଫିସରେ ସର୍ବମୋଟ ୧୬,୯୩୪ ଗୋଟି ବ୍ୟକ୍ତିଗତ ଦରଖାସ୍ତ କରାଯାଇଛି । କିନ୍ତୁ ତା ମଧ୍ୟରୁ କେବଳ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ତହସିଲ ଓ ଝାରସୁଗୁଡ଼ା ତହସିଲ ମିଶି ସର୍ବମୋଟ ୯୬୬୫ ଦରଖାସ୍ତ ମଧ୍ୟରୁ କେବଳ ୧୧୦୦ ଗୋଟି ପଟ୍ଟା ପ୍ରସ୍ତୁତି କରାଯାଇ ତାଙ୍କୁ ପ୍ରଦାନ କରାଯାଉଛି ।

ସମ୍ବଲପୁର ଜିଲ୍ଲା ଜମନକିରା, ରେଙ୍ଗାଲି, କୁଚିଣ୍ଡା, ଜୁଯୋମୁରା ତହସିଲରେ ସର୍ବମୋଟ ୨୭୧୯ଟି ଦରଖାସ୍ତ ମଧ୍ୟରୁ କେବଳ ୧୦୦୦ ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଛି । ଅଭିଯୋଗ ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାରେ କାହାରିକୁ ମଧ୍ୟ ଗୋଟିଏ ହେଲେ ପଟ୍ଟା ପ୍ରଦାନ କରାଯାଇନାହିଁ । ଯଦିଓ ଦୀର୍ଘ ବର୍ଷରୁ ୩୧୦୦ରୁ ଉର୍ଦ୍ଧ ଦରଖାସ୍ତ ଜିଲ୍ଲାର ବିଭିନ୍ନ ତହସିଲମାନଙ୍କରେ ପୈଠ କରାଯାଇଛି । ତେବେ ଜିଲ୍ଲା ପ୍ରଶାସନ ଦ୍ଵାରା ବିସ୍ଥାପିତଙ୍କୁ ବିସ୍ଥାପନ ପ୍ରମାଣ ପତ୍ର ମଗାଯାଉଛି, ଯାହା କି ବିସ୍ଥାପିତମାନଙ୍କ ପାଇଁ ପ୍ରତାରଣା ଅଟେ ବୋଲି ସଂଗ୍ରାମ ସମିତି ଅଭିଯୋଗ କରିଛି l

ଏହା ମଧ୍ୟ ପଢନ୍ତୁ...ହୀରାକୁଦ@69, ଚର୍ଚ୍ଚାରେ ଜୟ ନାରାୟଣଙ୍କ ଡ୍ୟାମ ଲାଭ ବୟାନ - HIRAKUD DAM FOUNDATION DAY

ଏହା ମଧ୍ୟ ପଢନ୍ତୁ...କ୍ଷତିପୂରଣ ଦାବିରେ ଲୋୟର ଶୁକତେଲ ପ୍ରକଳ୍ପ ବିସ୍ଥାପିତ - SUKTEL DISPLACED DEMAND

ଏହା ମଧ୍ୟ ପଢନ୍ତୁ... ସ୍ଥାନାନ୍ତର କରି ଭୁଲିଗଲା ପ୍ରଶାସନ: ଦୁର୍ଦ୍ଦିନରେ 32 ବିସ୍ଥାପିତ ପରିବାର, ଅସ୍ଥାୟୀ କ୍ୟାମ୍ପରେ ଟିଣ ତଳେ ବିତୁଛି ଜୀବନ - Lower Suktel displaced problem - LOWER SUKTEL DISPLACED PROBLEM

ଗତ ୨୦୨୪ ମସିହାରେ ଝାରସୁଗୁଡା ଜିଲ୍ଲାର ଲଖନପୁର ତହସିଲର ୧୯ ଗୋଟି ଓ ରେଙ୍ଗାଲି ତହସିଲର ୪ଟି ଅଣ ରାଜସ୍ୱ ଗ୍ରାମର ଜମି ଗୁଡ଼ିକୁ ସର୍ଭେ ଓ ବନ୍ଦୋବସ୍ତ କରି ଲୋକଙ୍କୁ ତାଙ୍କର ଘରଡିହ ଓ ଚାଷ ଜମିର ପଟ୍ଟା ପ୍ରଦାନ କରାଯାଇଛି କିନ୍ତୁ ତାର ରେକର୍ଡ଼ ସଂଶୋଧନ କରି ତାଙ୍କୁ ନିୟମିତ ପଟ୍ଟା କରାଯାଇ ନେଟ୍ ପଟ୍ଟା ପାଇଁ ବ୍ୟବସ୍ଥା ହୋଇନାହିଁ । ଅଙ୍ଗୁଲି, ରମ୍ପାଲୁଗା ଓ ଝାରୂପଡ଼ା ଅଣରାଜସ୍ୱ ଗ୍ରାମକୁ ସର୍ଭେ ଓ ବନ୍ଦୋବସ୍ତ ପ୍ରକ୍ରିୟା ଆରମ୍ଭ କରାଯାଇନାହିଁ l

ନ୍ୟାୟ ମାଗୁଛନ୍ତି ହୀରାକୁଦ ବିସ୍ଥାପିତ
ନ୍ୟାୟ ମାଗୁଛନ୍ତି ହୀରାକୁଦ ବିସ୍ଥାପିତ (ETV Bharat Odisha)

୨୦୧୪ ମସିହାରୁ ଓଡ଼ିଶା ସରକାରଙ୍କ ସର୍ଭେ ଓ ବନ୍ଦୋବସ୍ତ ବିଭାଗ ଦ୍ବାରା ଅଣରାଜସ୍ୱ ଅଡ଼ାପରା ଗ୍ରାମର ଜମିଗୁଡ଼ିକର ସର୍ଭେ ଓ ବନ୍ଦୋବସ୍ତ କାମ ଆରମ୍ଭ କରିଥିଲା । ଜମି ନକ୍ସା ଓ ଗ୍ରାମର ସୀମା ନିର୍ଦ୍ଧାରଣ କରି ନକ୍ସା ପ୍ରସ୍ତୁତି କାମ ମଧ୍ୟ ସରିଥିଲା । ମାତ୍ର ଆଜି ପର୍ଯ୍ୟନ୍ତ ସଂପୃକ୍ତ ଗ୍ରାମରେ ବସବାସ କରୁଥିବା ବିସ୍ଥାପିତ ପରିବାରଙ୍କୁ ଘରଡିହ ଓ ଦଖଲରେ ଥିବା ଚାଷ ଜମିର ପଟ୍ଟା ପ୍ରଦାନ କରା ଯାଇନାହିଁ। ଯାହା ଫଳରେ ଗ୍ରାମବାସୀ ଜମିଜମା ସଂକ୍ରାନ୍ତୀୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ସମ୍ବଲପୁରରୁ ବାଦଶାହ ଯୁଷ୍ମନ ରାଣାଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.