ଓଡିଶା

odisha

ETV Bharat / international

ପୁଣି ଭୂକମ୍ପରେ ଦୋହଲିଲା ଜାପାନ: ତୀବ୍ରତା ୭.୧, ସୁନାମୀ ଆଲର୍ଟ - Japan massive earthquake - JAPAN MASSIVE EARTHQUAKE

Japan Massive Earthquake And Tsunami Warning: ବଡ଼ ଭୂକମ୍ପରେ ଥରିଲା ଜାପାନ । ରିକ୍ଟର ସ୍କେଲରେ ତୀବ୍ରତା ୭.୧ ମାଗ୍ନିଚ୍ୟୁଡ । ସୁନାମୀ ଆଲର୍ଟ ଜାରି କଲା ଜାପାନ ପାଣିପାଗ ବିଭାଗ । ଅଧିକ ପଢନ୍ତୁ

ପୁଣି ଭୂକମ୍ପରେ ଦୋହଲିଲା ଜାପାନ: ତୀବ୍ରତା ୭.୧, ସୁନାମୀ ଆଲର୍ଟ
ପୁଣି ଭୂକମ୍ପରେ ଦୋହଲିଲା ଜାପାନ: ତୀବ୍ରତା ୭.୧, ସୁନାମୀ ଆଲର୍ଟ (ETV Bharat Odisha)

By ETV Bharat Odisha Team

Published : Aug 8, 2024, 2:23 PM IST

Updated : Aug 8, 2024, 3:34 PM IST

ନୂଆଦିଲ୍ଲୀ:ଜାପାନରେ ପୁଣି ବଡ଼ ଭୂକମ୍ପ । ମାତ୍ର କିଛି ମିନିଟ୍‌ ବ୍ୟବଧାନରେ ଦୁଇ ଦୁଇଟି ଭୂମିକମ୍ପରେ ଦୋହଲିଛି ଦକ୍ଷିଣ ଜାପାନ । ମାୟାଜାକି ଅଞ୍ଚଳରେ ହୋଇଥିବା ଏହି ଦୁଇଟି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୧ ମାଗ୍ନିଚ୍ୟୁଡ୍‌ ରହିଥିବା ସୂଚନା ମିଳିଛି । କୌଣସି ସ୍ଥାନରେ ଏପର୍ଯ୍ୟନ୍ତ କ୍ଷୟକ୍ଷତିର ସୂଚନା ସାମ୍ନାକୁ ଆସନି । ଜାପାନ ଉପକୂଳରେ ସୁନାମୀ ଆଲର୍ଟ ଜାରି କରାଯାଇଛି । ବିପର୍ଯ୍ୟୟ ମୁକାବିଲା ପ୍ରଣାଳୀ ଓ ଉଦ୍ଧାରକାରୀ ଟିମକୁ ଆଲର୍ଟରେ ରଖାଯାଇଛି । ଲୋକେ ଉପକୂଳରୁ ସୁରକ୍ଷିତ ସ୍ଥାନକୁ ଆସିଛନ୍ତି ।

ଦକ୍ଷିଣ ଜାପାନରେ ଭୂକମ୍ପର ଉତ୍ପତି ସ୍ଥଳ (ETV Bharat Odisha)

ସିରିଜ ଭୂକମ୍ପରେ ଥରିଲା ଜାପାନ:

ମାୟାଜାକି ଅଞ୍ଚଳରେ ହୋଇଥିବା ପ୍ରଥମ ଭୂକମ୍ପର କେନ୍ଦ୍ରସ୍ଥଳୀ ଭପୃଷ୍ଠରୁ ପ୍ରାୟ 33 କି.ମି ଗଭୀରରେ ଥିବା ଜଣାପଡିଛି । ଏହାର କିଛି ସମୟ ବ୍ୟବଧାନରେ ପୁଣି ଏକ କମ୍ପନ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ପ୍ରଥମ କମ୍ପନଠାରୁ ମାତ୍ର କିଛି କିମି ଦୂରରେ ଓ ପ୍ରାୟ 25 କି.ମି ଗଭୀରରେ ଜଣାପଡିଥିଲା । ଭୂକମ୍ପରେ କୌଣସି ସ୍ଥାନରେ କ୍ଷୟକ୍ଷତି ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନି ।

  • ସୁନାମୀ ଆଲର୍ଟ ଜାରି:

ଲୋକେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ । କୌଣସି କ୍ଷୟକ୍ଷତି ହୋଇନଥିଲେ ମଧ୍ୟ ହେଲେ ଏହା ପରେ ସୁନାମୀ ଆଲର୍ଟ ଉପରେ ସମସ୍ତଙ୍କ ନଜର ରହିଛି । କିଛି ଘଣ୍ଟା ମଧ୍ୟରେ ପ୍ରାୟ 1 ମିଟର ଉଚ୍ଚ ଲହଡି ସହ ସୁନାମି ଆସିବାର ପୂର୍ବାନୁମାନ ପ୍ରକାଶ ପାଇବା ପରେ ଉପକୂଳରେ ଆଲର୍ଟ ଜାରି କରାଯାଇଛି । ଭୂକମ୍ପ ପରେ ମାୟାଜାକି ଦ୍ବୀପରେ ବୁଲେଟ ଟ୍ରେନ ଯାତାୟତକୁ ବନ୍ଦ ରଖାଯାଇଛି । ଲୋକଙ୍କୁ ଉପକୂଳ ଛାଡିବା ସହ ଓ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଜାରି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ବିମାନ ଯାତ୍ରୀଙ୍କ ପାଇଁ ମୃତ୍ୟୁର ଯନ୍ତା ପାଲଟିଛି କାଠମାଣ୍ଡୁ ! ପୁଣି ହେଲିକପ୍ଟର କ୍ରାସ, ୫ ମୃତ - Helicopter Crash in Nepal

  • ବିଶ୍ବର ଅନ୍ୟତମ ଭୂକମ୍ପପ୍ରବଣ ସ୍ଥାନ ଜାପାନ:-

ଭୌଗଳିକ ସ୍ଥିତି କାରଣରୁ ଜାପାନ ବିଶ୍ବର ଅନ୍ୟତମ ଭୂକମ୍ପପ୍ରବଣ ଜୋନରେ ରହିଛି । ଏହି ଦ୍ବୀପପୂଞ୍ଜ ଦେଶ ବର୍ଷରେ ଅନେକ ଥର ଭୂକମ୍ପର ସାମ୍ନା କରେ । ଜାପାନ ମଧ୍ୟ ଏଥିପାଇଁ ସର୍ବଦା ପ୍ରସ୍ତୁତ ରହିଥାଏ । ଭୂକମ୍ପର ତୀବ୍ରତା ଅଧିକ ରହିଲେ, ଏହାର ଆଫ୍ଟରସକ ଭାବେ ସୁନାମି ଆସିବାର ଆଶଙ୍କା ରହେ । 6-7 ମାଗ୍ନିଚ୍ୟୁଡ କିମ୍ବା ତା’ଠାରୁ ଅଧିକ ତୀବ୍ରତାର କମ୍ପନ ହେଲେ, ଏକ ବଡଧରଣର ସୁନାମୀ ସୃଷ୍ଟି କରିବା ପାଇଁ ଯଥେଷ୍ଟ କାରଣ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 8, 2024, 3:34 PM IST

ABOUT THE AUTHOR

...view details