ହାଇଦ୍ରାବାଦ:ଆଜି ବିଶ୍ବ ଐତିହ୍ୟ ଦିବସ । ପ୍ରତିବର୍ଷ ଏପ୍ରିଲ ମାସ 18 ତାରିଖକୁ ବିଶ୍ବ ଐତିହ୍ୟ ଦିବସ ଭାବେ ପାଳନ କରାଯାଇଥାଏ । ଦେଶର ଅନେକ ଐତିହ୍ୟସ୍ଥଳ ରହିଛି ଯାହା କି ଅତୀତର କଳା, ସଂସ୍କୃତିର ମୂକସାକ୍ଷୀ ଭାବେ ଦଣ୍ଡାୟମାନ ହୋଇଛି । ତେବେ ଏହି ଐତିହ୍ୟସ୍ଥଳୀ ଗୁଡିକର ସ୍ବର୍ଣ୍ଣିମ ଇତିହାସ ଏବଂ ନିର୍ମାଣକୁ ବଞ୍ଚାଇ ରଖିବା ପାଇଁ ପ୍ରତିବର୍ଷ ଏପ୍ରିଲ 18 ତାରିରେ ବିଶ୍ବ ଐତିହ୍ୟ ଦିବସ ପାଳନ କରାଯାଇଥାଏ ।
ସର୍ବପ୍ରଥମେ ବିଶ୍ବ ଐତିହ୍ୟ ଦିବସ ଟ୍ୟୁନିସିଆରେ ଇଣ୍ଟର ନ୍ୟାସନାଲ କାଉନସିଲସ ଅଫ ମନ୍ୟୁମେଣ୍ଟସ ଆଣ୍ଡ ସାଇଟସ ଦ୍ବାରା ୧୯୮୨ ମସିହା ଏପ୍ରିଲ ୧୮ ତାରିଖରେ ପାଳନ କରାଯାଇଥିଲା । ଏହାପରେ ବିଧିବଦ୍ଧ ଭାବେ ୧୯୮୩ ଠାରୁ ପ୍ରତିବର୍ଷ ଏପ୍ରିଲ ୧୮ ତାରିଖକୁ ବିଶ୍ବ ଐତିହ୍ୟ ଦିବସ ଭାବେ ପାଳନ କରାଯାଏ । ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ସ୍ମାରକୀ ଏବଂ ଐତିହାସିକ ସ୍ଥାନଗୁଡିକ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସାଧାରଣ ଲୋକଙ୍କୁ ସେମାନଙ୍କୁ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଉତ୍ସାହିତ କରିବା ।
ଏହା ମଧ୍ୟ ପଢନ୍ତୁ:ତାଜମହଲ-ଆଗ୍ରା ଦୁର୍ଗ ବୁଲିବାର ଯୋଜନା ଅଛି କି ? ଆଜି ଦରକାର ନାହିଁ ଟିକେଟ - FREE ENTRY IN TAJ MAHAL
ବିଶ୍ବ ଐତିହ୍ୟ ଦିବସର ଇତିହାସ:ଟ୍ୟୁନିସିଆରେ ଇଣ୍ଟର ନ୍ୟାସନାଲ କାଉନସିଲସ ଅଫ ମନ୍ୟୁମେଣ୍ଟସ ଆଣ୍ଡ ସାଇଟସ ଦ୍ବାରା ୧୯୮୨ ମସିହା ଏପ୍ରିଲ ୧୮ ତାରିଖରେ ପାଳନ କରାଯାଇଥିଲା । 1983 ମସିହାରେ ୟୁନିସ୍କୋର ସାଧାରଣ ସଭା ଦ୍ବାରା ଏହାକୁ ଅନୁମୋଦନ ଦିଆଯାଇଥିଲା । 2001 ମସିହାରେ ପ୍ରଥମ ଥର ପାଇଁ ଏହି ଦିବସର ଆୟୋଜନ କରାଯାଇଥିଲା । ଆମର ଐତିହ୍ୟକୁ ବଞ୍ଚାଇ ରଖିବା ଥିମକୁ ନେଇ ଏହି ଦିବସ ପାଳନ କରାଯାଇଥିଲା । ଏହାପରେ ବିଧିବଦ୍ଧ ଭାବେ ୧୯୮୩ ଠାରୁ ପ୍ରତିବର୍ଷ ଏପ୍ରିଲ ୧୮ ତାରିଖକୁ ବିଶ୍ବ ଐତିହ୍ୟ ଦିବସ ଭାବେ ପାଳନ କରାଯାଏ ।