ଓଡିଶା

odisha

ETV Bharat / international

କାନାଡ଼ା ନିର୍ବାଚନରେ ହସ୍ତକ୍ଷେପ ଅଭିଯୋଗକୁ ଭାରତର ଖଣ୍ଡନ, ଦେଲା କଡ଼ା ଜବାବ - India Canada Relations - INDIA CANADA RELATIONS

India Canada Relation: କାନାଡାର 2019 ଏବଂ 2021 ନିର୍ବାଚନରେ ଭାରତ ହସ୍ତକ୍ଷେପ କରିଥିବା ନେଇ ସଙ୍ଗୀନ ଅଭିଯୋଗ କରିଥିଲା କାନାଡ଼ା । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ କଡ଼ା ଜବାବ ଦେଇଛି ବୈଦେଶିକ ମନ୍ତ୍ରାଳୟ । ଅଧିକ ପଢନ୍ତୁ

India Canada Relations
India Canada Relations

By ETV Bharat Odisha Team

Published : Apr 6, 2024, 12:44 PM IST

ହାଇଦ୍ରାବାଦ:କାନାଡର ଗୁପ୍ତଚର ଏଜେନ୍ସି CSIS(Canadian security intelligence services) ଦ୍ବାରା କରାଯାଇଥିବା ଅଭିଯୋଗ ଉପରେ ଦୃଢ଼ ପ୍ରତିକ୍ରିୟା ଦେଇଛି ଭାରତ । କାନାଡା ନିର୍ବାଚନରେ ଭାରତ ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଥିବା ନେଇ କାନାଡ଼ା ପକ୍ଷରୁ ଅଭିଯୋଗ କରାଯାଇଥିଲା । ତେବେ ଏହା ଉପରେ ପ୍ରତିକ୍ରିୟା ଦେଇ ଭାରତ ଏହାକୁ ଭିତ୍ତିହୀନ ବୋଲି କହିଛି । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ଏହାସହ ଅଭିଯୋଗକୁ ପ୍ରତ୍ୟାଖାନ କରି ଅଟଓ୍ବାକୁ କପଟୀ ବୋଲି ଅଭିହିତ ବୋଲି କହିଛନ୍ତି ।

CSIS ରିପୋର୍ଟର ପ୍ରତିକ୍ରିୟା ଦେଇ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସଓ୍ବାଲ କହିଛନ୍ତି, ଏହି ଅଭିଯୋଗର କୌଣସି ଆଧାର ନାହିଁ । କାନାଡା କମିଶନଙ୍କ ତଦନ୍ତ ବିଷୟରେ ଆମେ ମିଡିଆ ରିପୋର୍ଟରେ ଦେଖିଛୁ । କାନାଡା ନିର୍ବାଚନରେ ​​ଭାରତୀୟ ହସ୍ତକ୍ଷେପର ଏପରି ଭିତ୍ତିହୀନ ଅଭିଯୋଗକୁ ଆମେ ପ୍ରତ୍ୟାଖ୍ୟାନ କରୁଛୁ ।"

ଏହା ମଧ୍ୟ ପଢନ୍ତୁ:ଏଥିପାଇଁ ଭାରତ ବିରୋଧରେ ଖୋଲାଖୋଲି ଅଭିଯୋଗ କରିଥିଲା କାନାଡା; ନିଜ ମୁହଁରେ ମାନିଲେ ଟ୍ରୁଡୋ

ହସ୍ତକ୍ଷେପ କରିବା ଭାରତର ନୀତି ନୁହେଁ:ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, "ଅନ୍ୟ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ଭାରତ ସରକାରଙ୍କ ନୀତି ନୁହେଁ । ବରଂ କାନାଡା ହିଁ ଆମର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରୁଛି ।"

ଏହା ମଧ୍ୟ ପଢନ୍ତୁ:India-Canada conflict: ‘କୂଟନୈତିକ ଅଧିକାରୀଙ୍କୁ ବରଖାସ୍ତ କରିବା ଅନ୍ତର୍ଜାତୀୟ ନିୟମର ଉଲ୍ଲଙ୍ଘନ ’

କାନାଡାର ଅଭିଯୋଗ କଣ: କାନାଡା ସୁରକ୍ଷା ଇଣ୍ଟେଲିଜେନ୍ସ ସର୍ଭିସର ଏକ ଦଲିଲରେ କୁହାଯାଇଛି ଯେ, ଦେଶର 2019 ଏବଂ 2021 ନିର୍ବାଚନରେ ଭାରତ, ପାକିସ୍ଥାନ, ଚୀନ୍ ଏବଂ ଋଷ ଭଳି କେତେକ ଦେଶଗୁଡିକର ସମ୍ଭାବ୍ୟ ହସ୍ତକ୍ଷେପ ଉପରେ ଫେଡେରାଲ୍ ତଦନ୍ତ କମିଶନ ଅନୁସନ୍ଧାନ କରୁଛନ୍ତି । 2021 ମସିହାରେ ଭାରତ ସରକାର ଏଥିରେ ହସ୍ତକ୍ଷେପ କରିବାର ଉଦ୍ଦେଶ୍ୟ ରହିଥିଲା । କାନାଡାରେ ଭାରତ ସରକାରଙ୍କ ଏକ ପ୍ରକ୍ସି ଏଜେଣ୍ଟ ମଧ୍ୟ ନିୟୋଜିତ କରାଯାଇଥିଲା । କାନାଡାର ଗୁପ୍ତଚର ଏଜେନ୍ସି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ଭାରତ ସରକାର 2021 ମସିହାରେ ବିଦେଶୀ ହସ୍ତକ୍ଷେପ କାର୍ଯ୍ୟକଳାପ କରିଥିଲେ । ଯାହାକି ଅଳ୍ପ ସଂଖ୍ୟକ ନିର୍ବାଚନ ଜିଲ୍ଲା ଉପରେ ହସ୍ତକ୍ଷେପ କରିଥିଲେ । CSIS ଡକ୍ୟୁମେଣ୍ଟରେ ଦର୍ଶାଯାଇଛି ଯେ ଭାରତ ସରକାର ସେମାନଙ୍କୁ ଟାର୍ଗେଟ କରିଥିଲେ । କାରଣ ଭାରତର ଧାରଣା ଥିଲା ଯେ, ଇଣ୍ଡୋ-କାନାଡୀୟ ଭୋଟରଙ୍କ ଏକ ବିଭାଗ ଖାଲିସ୍ତାନୀ ଆନ୍ଦୋଳନ କିମ୍ବା ପାକିସ୍ତାନ ସମର୍ଥକ ରାଜନୈତିକ ଆଭିମୁଖ୍ୟ ପ୍ରତି ସହାନୁଭୂତିଶୀଳ ଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details