ଓଡିଶା

odisha

ETV Bharat / international

ଭାରତ ଆସୁଥିବା ତୈଳ ଜାହାଜକୁ ଲୋହିତ ସାଗରରେ ମିସାଇଲ ମାଡ ! - ship attack

Houthis fired missiles at India-bound British oil tanker: ଭାରତ ଆସୁଥିବା ତୈଳ ଜାହାଜକୁ ଲୋହିତ ସାଗରରେ ‘ହୁତି’ ଆତଙ୍କବାଦୀଙ୍କ ମିସାଇଲ ମାଡ କରିଥିବା ଦାବି କଲା ଆମେରିକା । ଭାରତ ପକ୍ଷରୁ ନାହିଁ କୌଣସି ସୂଚନା । ଅଧିକ ପଢନ୍ତୁ

ଆମେରିକାର ଦାବି, ଭାରତ ଆସୁଥିବା ତୈଳ ଜାହାଜକୁ ଲେହିତ ସାଗରରେ ‘ହୁତି’ ଆତଙ୍କବାଦୀଙ୍କ ମିସାଇଲ ମାଡ
ଆମେରିକାର ଦାବି, ଭାରତ ଆସୁଥିବା ତୈଳ ଜାହାଜକୁ ଲେହିତ ସାଗରରେ ‘ହୁତି’ ଆତଙ୍କବାଦୀଙ୍କ ମିସାଇଲ ମାଡ

By ETV Bharat Odisha Team

Published : Feb 17, 2024, 9:58 PM IST

ହାଇଦ୍ରାବାଦ:ଲୋହିତ ସାଗରରେ ଭାରତ ଅଭିମୁଖେ ଆସୁଥିବା ଏକ ତୈଳ ଜାହାଜକୁ ମିସାଇଲ ମାଡ କରାଯାଇଥିବା ଆମେରିକା ଦାବି କରିଛି । ଇରାନ ଦ୍ବାରା ସମର୍ଥିତ ୟେମେନର ଆତଙ୍କବାଦୀ ସଂଗଠନ ‘ହୁତି’ ପକ୍ଷରୁ ଏହି ଆକ୍ରମଣ ହୋଇଥିବା ଆମେରିକା ଦାବି କରିଛି । ଏହି ଜାହାଜଟି ଅଶୋଧିତ ତୈଳ ନେଇ ଭାରତ ଅଭିମୁଖେ ଯାତ୍ରା କରିଥିଲା । ଲୋହିତ ସାଗରର ୟେମେନ ଉପକୂଳବର୍ତ୍ତୀ ଏରିଆରେ ଏହି ଆକ୍ରମଣ ହୋଇଛି । ଆମେରିକାର ଏହି ଦାବି ସମ୍ପର୍କରେ ଭାରତ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ରଖାଯାଇନି ।

ଆମେରିକାର ଦାବି ଅନୁସାରେ, ଏହି ତୈଳ ଟ୍ୟାଙ୍କରଟି ପାନାମା ଦ୍ବାରା ପଞ୍ଜୀକୃତ ଜାହାଜ । ଭାରତ ଅଭିମୁଖେ ଯାତ୍ରା କରିବା ବେଳେ ଲୋହିତ ସାଗରରେ ମିସାଇଲ ମାଡର ଶିକାର ହୋଇଛି । ତେବେ ଆମେରିକା ଏହି ଦାବି କରିଥିଲେ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସ୍ପଷ୍ଟ ସୂଚନା ରଖିନି । ଅନ୍ୟପଟେ ଏହି ଆକ୍ରମଣ ସମ୍ପର୍କରେ ‘ହୁତି’ ସଂଗଠନର ଜଣେ ମୁଖପାତ୍ର ଅଲ-ଜିଜିରା ଟିଭିକୁ ସାକ୍ଷାତକାର ଦେଇ ସ୍ପଷ୍ଟ କରିଛନ୍ତି । ଇସ୍ରାଏଲର ପାଲେଷ୍ଟାଇନ ଉପରେ ଜାରି ରହିଥିବା ଆକ୍ରମଣ ପାଇଁ ଏହି ଆକ୍ରମଣ କରାଯାଇଛି । ପାଲେଷ୍ଟାଇନବାସୀଙ୍କ ଏକତା ପାଇଁ ଯୁଦ୍ଧ ଜାରି ରହିବ ବୋଲି ହୁତି ସଂଗଠନ ପକ୍ଷରୁ କୁହାଯାଇଛି ।

ସଂଯୁକ୍ତ ରାଷ୍ଟ୍ର ନୌବାଣିଜ୍ୟ ବ୍ୟାପାର ସଂଗଠନ (UKMTO) ମଧ୍ୟ ଶୁକ୍ରବାର ଲୋହିତ ସାଗରରେ ଏହିପରି ଏକ ଆକ୍ରମଣ ହୋଇଥିବା ସୂଚନା ଦେଇଛି । ଜାହାଜରେ ନିଆଁ ଲାଗିଥିଲା ଓ ଏହା ଏକ କ୍ଷେପଣାସ୍ତ୍ର ମାଡ ପରି ଅନୁମାନ କରାଯାଉଛି । ହେଲେ କେହି ମୃତାହତ ହୋଇନାହାନ୍ତି । ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି ବୋଲି UKMTO କହିଛି ।

ଏହା ମଧ୍ୟ ପଢନ୍ତୁ :- ମହାକାଶକୁ ଗଲା ‘ନଟି ବୟ’: ପାଣିପାଗ ଉପଗ୍ରହ INSAT-3DS ର ସଫଳତାପୂର୍ବକ ଉତକ୍ଷେପଣ କଲା ଇସ୍ରୋ

ତେବେ ଲୋହିତ ସାଗର, ପଶ୍ଚିମ- ଆରବ ସାଗର ଉପକୂଳରେ ନିକଟରେ ଏକାଧିକ ଜାହାଜ ଆକ୍ରମଣ ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ନୌସେନା ଉକ୍ତ କ୍ଷେତ୍ରରେ ନିଜର ସର୍ଭିଲାନ୍ସ ବଢାଇଛି । ନିକଟରେ ଏକାଧିକ ହାଇଜାକ ଜାହାଜକୁ ମଧ୍ୟ ଭାରତୀୟ ନୌସେନା ଅପହରଣକାରୀ ଦସ୍ୟୁଙ୍କ ଠାରୁ ମୁକ୍ତ କରିବାରେ ସଫଳ ହୋଇଛି । ହେଲେ ଗତକାଲି ହୋଇଥିବା ତଥାକଥିତ ଏହି ଆକ୍ରମଣ ସମ୍ପର୍କରେ ଭାରତ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନି । ନିକଟରେ ହୋଇଥିବା ଆକ୍ରମଣଗୁଡିକରେ ମୁଖ୍ୟତଃ ‘ହୁତି’ ଆତଙ୍କବାଦୀ ସଂଗଠନ ଓ ସୋମାଲିଆ ଜଳଦସ୍ୟୁଙ୍କ ଭୂମିକା ରହିଛି । ୟେମେନ ଉପକୂଳରେ ପ୍ରଭାବ ବିସ୍ତାର କରିବାରେ ଲାଗିଥିବା ‘ହୁତି’ ସଂଗଠନ ପଛରେ ଇରାନର ପ୍ରତ୍ୟେକ୍ଷ ସମର୍ଥନ ରହିଥିବା ଆମେରିକା ଦାବି କରିଆସୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details