ଓଡିଶା

odisha

By ETV Bharat Odisha Team

Published : 5 hours ago

Updated : 5 hours ago

ETV Bharat / international

ଇସ୍ରାଏଲ ଏୟାରଷ୍ଟ୍ରାଇକରେ ‘ହିଜବୁଲ୍ଲା’ ମୁଖ୍ୟ ମୃତ ! - Hezbollah Chief Killed

Hezbollah Chief Hassan Nasrallah Killed: ଏୟାରଷ୍ଟ୍ରାଇକରେ ‘ହିଜବୁଲ୍ଲା’ ମୁଖ୍ୟକୁ ନିପାତ କରିଥିବା ମୃତ ଇସ୍ରାଏଲ ସେନାର ଦାବି । ବେରୁଟରେ ଏୟାର ଷ୍ଟ୍ରାଇକ କରିଥିଲା ଇସ୍ରାଏଲ ଏୟାରଫୋର୍ସ । ଅଧିକ ପଢନ୍ତୁ

ଇସ୍ରାଏଲ ଏୟାରଷ୍ଟ୍ରାଇକରେ ‘ହିଜବୁଲ୍ଲା’ ମୁଖ୍ୟ ମୃତ !
ଇସ୍ରାଏଲ ଏୟାରଷ୍ଟ୍ରାଇକରେ ‘ହିଜବୁଲ୍ଲା’ ମୁଖ୍ୟ ମୃତ ! (ETV Bharat Odisha)

ହାଇଦ୍ରାବାଦ: ଲେବନନରୁ ସଞ୍ଚାଳିତ ହେଉଥିବା ଦୁର୍ଦ୍ଦଷଆତଙ୍କୀ ସଂଗଠନ ‘ହିଜବୁଲ୍ଲା’ର ମୁଖ୍ୟ ହାସନ ନସରାହ୍ଲାର ମୃତ୍ୟୁ ଘଟିଛି । ଲେବନନ ରାଜଧାନୀ ବେରୁଟରେ ଇସ୍ରାଏଲ ଏୟାର ଫୋର୍ସର ଏୟାରଷ୍ଟ୍ରାଇକରେ ହାସନ ପ୍ରାଣ ହରାଇଥିବା ଇସ୍ରାଏଲ ସେନା ପକ୍ଷରୁ ଦାବି କରାଯାଇଛି । ମାତ୍ର ଏ ସମ୍ପର୍କରେ ‘ହିଜବୁଲ୍ଲା’ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନି । ପୂର୍ବରୁ ‘ହିଜବୁଲ୍ଲା’ର ଏକାଧିକ କମାଣ୍ଡର ଓ ଶୀର୍ଷ ସ୍ତରର ନେତା ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇ ସାରିଛନ୍ତି । ଏହି ଆତଙ୍କୀ ସଂଗଠନକୁ ସମ୍ପୂର୍ଣ୍ଣ ଶେଷ କରିବା ଦିଗରେ ଇସ୍ରାଏଲ ସେନା ବଡ ଅପରେସନ ଜାରି ରଖିଛି । ଆଜି ହାସନ ନସରାହ୍ଲାର ମୃତ୍ୟୁ ସମ୍ପର୍କରେ ଇସ୍ରାଏଲ ସେନା (ଇସ୍ରାଏଲୀ ଡିଫେନ୍ସ ଫୋର୍ସ) ଟ୍ବିଟ କରି ଦାବି କରିଛି ।

  • ଲେବନନରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ

ଏବେ ରାଜଧାନୀ ବେରୁଟ ସମେତ ଲେବନନର ବିଭିନ୍ନ ସହରରେ ବଡଧରଣର ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ପାଲେଷ୍ଟାଇନରୁ ସଞ୍ଚାଳିତ ହେଉଥିବା ଆତଙ୍କୀ ସଂଗଠନ ‘ହମାସ’ ବିରୋଧରେ ଯୁଦ୍ଧ ଘୋଷଣା କରିଥିବା ଇସ୍ରାଏଲ ଏବେ ଏକାଧିକ ଇସାଲାମିକ ଆତଙ୍କବାଦୀ ସଂଗଠନ ବିରୋଧରେ ସାମରିକ ଅପରେସନ ଜାରି ରଖିଛି । ଇରାନ ସମର୍ଥିତ ‘ହିଜବୁଲ୍ଲା’ ଉତ୍ତର-ଇସ୍ରାଏଲରେ ଆକ୍ରମଣ କରିବା ପରେ ଇସ୍ରାଏଲ ସେନା ଲେବନନରେ ଅପରେସନ ଜାରି ରଖିଛି । ନିକଟରେ ଲେବନନର ବିଭିନ୍ନ ସ୍ଥାନରେ ଥିବା ଏକାଧିକ ହିଜବୁଲ୍ଲା ଆଡ୍ଡାରେ ପେଜର ଓ ଓ୍ବାକିଟକିରେ ବିସ୍ଫୋରଣ କରି ସାରା ବିଶ୍ବକୁ ସ୍ତବ୍ଦ କରିଦେଇଥିଲା ଇସ୍ରାଏଲ ।

ଏହା ମଧ୍ୟ ପଢନ୍ତୁ :- ସୀମା ଡେଇଁବ ଇସ୍ରାଏଲ ! ‘ହିଜବୁଲ୍ଲା’ ବିରୋଧରେ ଗ୍ରାଉଣ୍ଡ ଅପରେସନ ପ୍ରସ୍ତୁତି, ବଡ ଯୁଦ୍ଧ ସଙ୍କେତ ଦେଲେ ବାଇଡେନ - ISRAEL ATTACK ON LEBANON

ଏହା ମଧ୍ୟ ପଢନ୍ତୁ :- ଚରମ ସୀମାରେ ହାଇବ୍ରିଡ ଯୁଦ୍ଧ କୌଶଳ - ISRAEL ATTACK ON HEZBOLLAH

  • ଇସ୍ରାଏଲ-ହିଜବୁଲ୍ଲା ଶତ୍ରୁତା:-

ହିଜବୁଲ୍ଲା ହେଉଛି ଇରାନ ସମର୍ଥିତ ଲେବନନର ଏକ ଇସଲାମିକ ଆତଙ୍କୀ ସଂଗଠନ । ପାଲେଷ୍ଟାଇନ ଅଧିକୃତ ଗାଜାରୁ ସଞ୍ଚାଳିତ ହେଉଥିବା ଆତଙ୍କୀ ସଂଗଠନ ‘ହମାସ’ ବିରୋଧରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିବା ପରଠାରୁ ‘ହିଜବୁଲ୍ଲା’ ମଧ୍ୟ ଇସ୍ରାଏଲ ବିରୋଧରେ ଅପରେସନ ଜାରି ରଖିଛି । ଗାଜାରେ ପ୍ରବଳ ଆକ୍ରମଣରେ ‘ହମାସ’ ଏବେ ପ୍ରାୟ ନିଶ୍ଚିହ୍ନ ହୋଇସାରିଛି । ଇରାନ ସମର୍ଥନରେ ହିଜବୁଲ୍ଲା ଉତ୍ତର- ଇସ୍ରାଏଲ ଅଞ୍ଚଳରେ ପ୍ରବଳ ରକେଟ ମାଡ କରିଥିଲା । ଇସ୍ରାଏଲୀ ନାଗରିକମାନେ ଉତ୍ତର-ଇସ୍ରାଏଲରୁ ପଳାୟନ କରିବାକୁ ବାଧ୍ୟ ହୋଇଥିଲା । ପରେ ଇସ୍ରାଏଳ ସେନା ହିଜବୁଲ୍ଲା ବିରୋଦୀ ଲଢେଇକୁ ବ୍ୟାପକ କରିଥିଲା । ଏବେ ଇସ୍ରାଏଲର ଆକ୍ରମଣରେ ଲେବନନର ରାଜଧାନୀ ବେରୁଟ ସମେତ ଏକାଧିକ ପ୍ରମୁଖ ସହର ଧ୍ବଂସସ୍ତୂପରେ ପରିଣତ ହୋଇସାରିଲାଣି । ଏବେ ଏହି ଅପରେସନ ଗ୍ରାଉଣ୍ଡ ମିଶନରେ ପରିବର୍ତ୍ତନ ହେବାକୁ ଯାଉଛି । ଫଳରେ ବାଇଡେନଙ୍କ ଚେତାବନୀ ଅନୁସାରେ, ମଧ୍ୟପ୍ରାଚ୍ୟରେ ବଡ ଯୁଦ୍ଧ ସଂଗଠିତ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 5 hours ago

ABOUT THE AUTHOR

...view details