ଜର୍ଜିଆ: ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ଦେହାନ୍ତ । ୧୦୦ ବର୍ଷ ବୟସରେ ଜର୍ଜିଆ ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ଯୁକ୍ତରାଷ୍ଟ୍ର ଆମେରିକାର ୩୯ ତମ ରାଷ୍ଟ୍ରପତି ଥିଲେ । ୧୯୭୭-୮୧ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭାବରେ ଆମେରିକାର ଦାୟିତ୍ବ ନେଇଥିଲେ ଜେମି । ୨୦୦୨ ମସିହାରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା । ଜିମି କାର୍ଟରଙ୍କ ଦେହାନ୍ତ ନେଇ ସୂଚନା ଦେଇଛନ୍ତି ଜେମି ତାଙ୍କ ପୁଅ ଜେମ୍ସ ଇ କାର୍ଟକ-III ।
କ୍ୟାନସରରେ ଥିଲେ ପୀଡିତ:
ଅନ୍ତର୍ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ଜିମି କାର୍ଟର ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ୨୦୨୩ ଫେବ୍ରୁଆରୀରେ ଅନେକ ଥର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ସେ ହସ୍ପିଟାଲରେ ଚିକିତ୍ସିତ ହେବା ବନ୍ଦ କରି ନିଜ ବାସଭବନରେ ଚିକିତ୍ସିତ ହେଉଥିଲେ । ଚଳିତ ବର୍ଷ ସେ ମେଲୋନମା ସ୍କିନ କ୍ୟାନ୍ସର ପାଇଁ ଚିକିତ୍ସିତ ହୋଇଥିଲେ । ଏହା ଫଳରେ ତାଙ୍କ ଲିଭର ଓ ବ୍ରେନକୁ ବ୍ୟୁମର ବ୍ୟାପି ଯାଇଥିଲା ।
ବାଇଡେନଙ୍କ ଶୋକ:
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ଜିମି କାର୍ଟରଙ୍କ ବିୟୋଗକୁ ନେଇ ଶୋକ ପ୍ରକାଶ କରିଛନ୍ତି । ସେ ନିଜ X ହ୍ୟାଣ୍ଡେଲରେ ଲେଖିଛନ୍ତି, "ଜିମି ମୋର ଜଣେ ଭଲ ବନ୍ଧୁ ଥିଲେ । ତାଙ୍କ ଭଳି ବ୍ୟକ୍ତିତ୍ବ ଆମେରିକା କ'ଣ ସାରା ବିଶ୍ବରେ କେହି ନାହାନ୍ତି ।"