ଓଡିଶା

odisha

ETV Bharat / international

ଆଫଗାନିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା; ଗଲାଣି 100ରୁ ଊର୍ଦ୍ଧ୍ବ ଜୀବନ, ଅନେକ ନିଖୋଜ - Afghanistan Flood - AFGHANISTAN FLOOD

AFGHANISTAN FLOOD: ଦୋକାନୀ ନଜିର ମହମ୍ମଦ ଯେତେବେଳେ ବନ୍ୟା ସମ୍ପର୍କରେ ଶୁଣିଲେ ତୁରନ୍ତ ଘର ଅଭିମୁଖେ ବାହାରିଥିଲେ । ଘରେ ପହଞ୍ଚି ଆଖି ଆଗରେ ଯାହା ଦେଖିଲେ ତାହା ବେଶ ଦୁଃଖଦ ଥିଲା । ନା ଥିଲା ଘର ନା ଥିଲେ ଆତ୍ମୀୟ ସ୍ବଜନ । ଅଧିକ ପଢନ୍ତୁ

AFGHANISTAN FLOOD
AFGHANISTAN FLOOD (AP Photo)

By PTI

Published : May 12, 2024, 7:17 PM IST

ଇସଲାମବାଦ: ଏସୀୟ ଦେଶ ଆଫଗାନିସ୍ତାନର ଉତ୍ତରାଞ୍ଚଳରେ ପ୍ରଳୟଙ୍କାରୀ ବନ୍ୟା କେତେ ଯେ ପରିବାରକୁ ଭାଙ୍ଗିଛି, କେତେ ଯେ କୁନି କୁନି ପିଲାଙ୍କୁ ଅନାଥ କରିଛି ତାହା ଗଣିବା କଷ୍ଟକର । ଦେଶର ଉତ୍ତରାଞ୍ଚଳରେ ବନ୍ୟା ଯୋଗୁଁ ପ୍ରାୟ 100ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ 2000 ଘର ଭାଙ୍ଗିଛି । ହଠାତ ଏହି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ଅକାଳରେ ନିରୀହ ଜୀବନ ଚାଲିଯାଇଥିବା ଜଣାପଡ଼ିଛି ।

ଯେତେବେଳେ ଏହି ଆକସ୍ମିକ ବନ୍ୟା ପରିସ୍ଥିତି ସମ୍ପର୍କରେ ଦୋକାନୀ ନଜିର ମହମ୍ମଦ ଶୁଣିଥିଲେ, ସେ ତୁରନ୍ତ ଦୌଡ଼ି ଘର ଆଡ଼େ ଆସିଥିଲେ । ହେଲେ ବନ୍ୟାପାଣିରେ ଘର ଭାସିଯାଇଥିବା ବେଳେ ଆତ୍ମୀୟସ୍ବଜନଙ୍କ ପତ୍ତା ମିଳିନଥିଲା । ଏନେଇ ନଜିର କହିଛନ୍ତି, " ସବୁକିଛି ହଠାତ ଘଠିଥିଲା । ମୁଁ ଘରକୁ ଆସି ପହଞ୍ଚିବା ପରେ ଘର ହିଁ ନଥିଲା । ପାଖ ପଡୋଶୀଙ୍କ ଘର ଉପରେ ମାଟି କାଦୁଅ ଓ ପାଣି ଥିଲା ।" 48 ବର୍ଷୀୟ ନଜିର ଆହୁରି କହିଛନ୍ତି ୟେ ସେ ପତ୍ନୀ, 15 ଓ 8ବର୍ଷର ଦୁଇ ପୁଅଙ୍କୁ କବର ଦେଇସାରିଥିବା ବେଳେ 6 ଓ 11 ବର୍ଷର 2 ଝିଅଙ୍କୁ ଏବେ ବି ଖୋଜୁଛନ୍ତି ।

ଏହା ବି ପଢନ୍ତୁ- ବ୍ରାଜିଲରେ ବର୍ଷା ପରେ ପ୍ରଳୟଙ୍କାରୀ ବନ୍ୟା, 54 ମୃତ ଏକାଧିକ ନିଖୋଜ

ମିଳିତ ଜାତିସଂଘର ଫୁଡ୍‌ ଏଜେନ୍ସି ଆକଳନ କରିଛି ଯେ ଆଫଗାନିସ୍ତାନରେ ଅସ୍ବାଭାବିକ ଭାବେ ପ୍ରବଳ ବର୍ଷା ହେବା ପରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ 300ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । 1000ରୁ ଅଧିକ ଘର ନଷ୍ଟ ହୋଇଯାଇଛି । ନଜିର ମହମ୍ମଦ କହିଛନ୍ତି ଯେ ବାଘଲାନର ପୁଲି ଖୁମ୍ରି ବାହାରେ ଶୁକ୍ରବାର ବିଳମ୍ବିତ ରାତିରେ ସେ ତାଙ୍କ ପତ୍ନୀ ଏବଂ ଦୁଇ ପୁଅଙ୍କ ମୃତଦେହ ପାଇଥିଲେ । ନିଖୋଜ ଥିବା 2 ଝିଅଙ୍କୁ କିଏ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଥାଉ ବୋଲି ସେ ଆଶା ରଖିଥିବା କହିଛନ୍ତି । ନଜିର କହିଛନ୍ତି ଆଖି ପିଛୁଳାକେ ସେ ତାଙ୍କର ସର୍ବସ୍ବ ହେଇଛନ୍ତି । ପରିବାର ସାଙ୍ଗକୁ ଘରଦ୍ବାର ସମ୍ପତ୍ତି ତାଙ୍କ ପାଖରେ ଏବେ ଆଉ କିଛି ନାହିଁ ।

ସେପଟେ ଏକ ସ୍ବଚ୍ଛାସେବୀ ଗୋଷ୍ଠୀ ପ୍ରାୟ 6ଲକ୍ଷ ଲୋକଙ୍କୁ ଉଦ୍ଧାର କରିଥିବା ବେଳେ ଏହାର ଅଧିକାଂଶ କୁନି ପିଲା ଅଛନ୍ତି । ଏହି ସ୍ବେଚ୍ଛାସେବୀ ଅନୁଷ୍ଠାନର ଜଣେ ସଦସ୍ୟ ଅର୍ସଦ ମଲ୍ଲିକ କହିଛନ୍ତି ଯେ ଏହି ବନ୍ୟାରେ ଜୀବନ ଓ ଜୀବିକା ଭାସିଯାଇଛି । ଅନେକ ଗାଁରେ ବନ୍ୟା ପାଣି ପଶିବା ପରେ ଘରଦ୍ବାର ଓ ଲୋକଙ୍କୁ ଆଖି ପିଛୁଳାକେ ଭସାଇ ନେଇଛି । ଯେଉଁ ପରିବାର ଗତ 3 ବର୍ଷ ଧରି ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିଲେ, ସେମାନେ ଏବେ ଜରୁରୀ ସହାୟତା ଲୋଡୁଛନ୍ତି । ସେ ଆହୁରି ଅଭିଯୋଗ କରିଛନ୍ତି ଯେ ଏଭଳି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ଲାଗି ଆଫଗାନିସ୍ତାନ ସବୁବେଳେ ଫେଲ୍‌ ମାରିଛି । ଏଥିଲାଗି ସେ ଅନ୍ତର୍ଜାତୀୟ ସମୁଦାୟର ସହାୟତା ମାଗିଛନ୍ତି ।

ABOUT THE AUTHOR

...view details