ଓଡିଶା

odisha

ETV Bharat / international

ହମାସ ଆକ୍ରମଣକୁ ବର୍ଷେ; ଲେବନନରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ ଓ ରକେଟ ମାଡ କଲା ହିଜବୁଲ୍ଲା - Airstrikes In Beirut

ବର୍ଷେ ପରେ ମଧ୍ୟ ଅଶାନ୍ତ ମଧ୍ୟପ୍ରାଚ୍ୟ । ହମାସ ଆକ୍ରମଣରୁ ଆରମ୍ଭ ହୋଇଥିବା ଇସ୍ରାଏଲର ଯୁଦ୍ଧ ଡାକରା ଏବେ ହିଜବୁଲ୍ଲା ଓ ଇରାନ ପର୍ଯ୍ୟନ୍ତ ବ୍ୟାପିଲାଣି ।

By ETV Bharat Odisha Team

Published : 4 hours ago

ହମାସ ଆକ୍ରମଣକୁ ବର୍ଷେ; ପରସ୍ପର ଉପରେ ରକେଟ ବର୍ଷାଇଲେ ଇସ୍ରାଏଲ ଓ ହିଜବୁଲ୍ଲା
ହମାସ ଆକ୍ରମଣକୁ ବର୍ଷେ; ପରସ୍ପର ଉପରେ ରକେଟ ବର୍ଷାଇଲେ ଇସ୍ରାଏଲ ଓ ହିଜବୁଲ୍ଲା (ETV Bharat Odisha)

ହାଇଦ୍ରାବାଦ:ଇସ୍ରାଏଲ ଉପରେ ପାଲେଷ୍ଟାନୀୟ ଆତଙ୍କୀ ସଂଗଠନ ‘ହମାସ’ର ଆକ୍ରମଣକୁ ଆଜି ବର୍ଷେ ପୂରିଛି । ଆଜି ଯୁଦ୍ଧକୁ ବର୍ଷେ ପୂର୍ତ୍ତି ହେଉଥିବା ବଳେ ଗତକାଲି (ରବିବାର) ରାତିରେ ପରସ୍ପରକୁ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି ଇସ୍ରାଏଲ ଓ ହିଜବୁଲ୍ଲା । ଇସ୍ରାଏଲ ଏୟାରଫୋର୍ସ ଲେବନନ ରାଜଧାନୀ ବେରୁତରେ ଏକାଧିକ ଏୟାର ଷ୍ଟ୍ରାଇକ କରିଛି । ଘନ ଘନ ରକେଟ୍‌ ମାଡରେ ପୂରା ବେରୁତ ଥରିଛି । ବହୁ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି । ଅନ୍ୟପଟେ ହିଜବୁଲ୍ଲା ମଧ୍ୟ ଇସ୍ରାଏଲକୁ ରକେଟ୍‌ ମାଡ କରିଛି । ହିଜବୁଲ୍ଲାର ରକେଟ ଉତ୍ତର-ଇସ୍ରାଏଲର ଏକାଧିକ ସୈନ୍ୟ ଠିକଣା ଓ ଅନ୍ୟ ସାର୍ବଜନୀନ ସ୍ଥାନକୁ ଟାର୍ଗେଟ କରିଛି । ଉଭୟ ପଟୁ ଗତକାଲି ରାତିରେ ଆକ୍ରମଣ ଓ ପ୍ରତିଆକ୍ରମଣ ଦେଖିଥିବାକୁ ମିଳିଛି ।

  • ସପ୍ଟେମ୍ବର 7ରେ ହମାସ କରିଥିଲା ଆକ୍ରମଣ

ଗତବର୍ଷ (2023) ସେପ୍ଟେମ୍ବରରେ ଗାଜାରୁ ସଞ୍ଚାଳିତ ହେଉଥିବା ଆତଙ୍କୀ ସଂଗଠନ ହମାସ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା । ଏକାକାଳୀନ ପ୍ରାୟ 5 ହଜାର ରକେଟ ମାଡ କରି ଇସ୍ରାଏଲୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ‘ଆଇରନ ଡୋମ’କୁ ମଧ୍ୟ ନିଷ୍କ୍ରିୟ କରିଦେଇଥିଲା ‘ହମାସ’ । ଏହି ଆକ୍ରମଣରେ ପ୍ରାୟ 12ଶହ ଇସ୍ରାଏଲୀ ନାଗରିକ ପ୍ରାଣ ହରାଇଥିଲେ । ଏଥିରେ ପ୍ରାୟ 2ଶହରୁ ଅଧିକ ସାଧାରଣ ଲୋକଙ୍କୁ ‘ହମାସ’ର ଆତଙ୍କବାଦୀମାନେ ପଣବନ୍ଦୀ ଭାବେ ନେଇଯାଇଥିଲେ । ସେମାନଙ୍କ ମଧ୍ୟରୁ କିଛି ଇସ୍ରାଏଲ ଫେରିଥିବା ବେଳେ ଅନ୍ୟ କିଛି ପଣବନ୍ଦୀଙ୍କୁ ହତ୍ୟା କରାଯାଇଥିଲା । ଏବେ ମଧ୍ୟ ଶତାଧିକ ପଣବନ୍ଦୀଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ । ଏହାର ପ୍ରତିଜବାବରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ‘ହମାସ’ ସମ୍ପୂର୍ଣ୍ଣ ଶେଷ କରିବା ପାଇଁ ଇସ୍ରାଏଲ ସେନାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ :- ଏହା ମଧ୍ୟ ପଢନ୍ତୁ :- ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ଲିଗାସି ଲଢେଇ ଓ ପିଢିଗତ ପରିବର୍ତ୍ତନ - Jammu Kashmir Elections

ଏହା ମଧ୍ୟ ପଢନ୍ତୁ :- ଇସ୍ରାଏଲ ଆକ୍ରମଣ ଜବାବ ଦେଲା ଇରାନ: ବଢିପାରେ ଆଞ୍ଚଳିକ ବିବାଦ, କିନ୍ତୁ.. - Iran Response To Israel

ଏହା ମଧ୍ୟ ପଢନ୍ତୁ :- ଚରମ ସୀମାରେ ହାଇବ୍ରିଡ ଯୁଦ୍ଧ କୌଶଳ - ISRAEL ATTACK ON HEZBOLLAH

  • ଇସ୍ରାଏଲର ସାମରିକ ଅଭିଯାନ ଏବେ ଇରାନ ପର୍ଯ୍ୟନ୍ତ ଲମ୍ବିଲାଣି:

ହମାସକୁ ସମୂଳେ ନାଶ କରିବା ପରେ ଇସ୍ରାଏଲ ଏବେ ଇରାନ ସମର୍ଥିତ ଆତଙ୍କୀ ଗୋଷ୍ଠୀ ହିଜବୁଲ୍ଲା ସହ ଯୁଦ୍ଧ ଲଢୁଛି । ହିଜବୁଲ୍ଲା ମୁଖ୍ୟ ହାସନ ନସରହ୍ଲା ସମେତ ଏକାଧିକ ଟପ କମାଣ୍ଡକୁ ଇସ୍ରାଏଲ ସେନା ନିପାତ କରିସାରିଲାଣି । ଏବେ ଆକ୍ଟିଭ ଥିବା କିଛି ହିଜବୁଲ୍ଲା ଆଡ୍ଡାରୁ ଉତ୍ତର ଇସ୍ରାଏଲକୁ ଲଗାତର ଟାର୍ଗେଟ କରାଯାଉଛି । ହିଜବୁଲ୍ଲାର ସମର୍ଥନରେ ଇରାନ ମଧ୍ୟ ସିଧା ଇସ୍ରାଏଲ ଉପରେ ରେକଟ ମାଡ କରିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଚାମିନ ନେତାନ୍ୟାହୁ ଇରାନକୁ ଏହାର ମୂଲ୍ୟ ଦେବାକୁ ହେବ ବୋଲି ଖୋଲା ଚେତାବନୀ ଦେଇଛନ୍ତି । ସେହିପରି ଗାଜାରେ ନରସଂହାର ଓ ହିଜବୁଲ୍ଲା ମୁଖ୍ୟ ନସରହ୍ଲାର ହତ୍ୟା ପାଇଁ ଏହା ଇସ୍ରାଏଲକୁ ସର୍ବନିମ୍ନ ଦଣ୍ଡ ବୋଲି ଇରାନ କହିଛି । ଇରାନୀୟ ସର୍ବୋଚ୍ଚ ନେତା ଆହେତୁଲ୍ଲା ଖାମନେଇ 5ବର୍ଷ ପରେ କୌଣସି ସାଧାରଣ ନମାଜ ସଭାରେ ସାମିଲ ହୋଇ ଇରାନବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଇସ୍ରାଏଲକୁ କଡା ଜବାବ ମିଳିବ ବୋଲି କହିଛନ୍ତି ଖାମନେଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details