ଓଡିଶା

odisha

ETV Bharat / international

ଫାୟାରିଂ ପରେ ଫ୍ରଣ୍ଟଫୁଟରେ ରିପବ୍ଲିକାନ ନେତା ଟ୍ରମ୍ପ : ହେଲେ ପ୍ରେସିଡେଣ୍ଟ ପ୍ରାର୍ଥୀ, ଭାରତ କନେକସନରେ ଥିବା ଭେନ୍ସଙ୍କୁ କଲେ ଉପରାଷ୍ଟ୍ରପତି ପ୍ରାର୍ଥୀ - Trump became President candidate - TRUMP BECAME PRESIDENT CANDIDATE

TRUMP BECAME PRESIDENT CANDIDATE : ଟ୍ରମ୍ପ ହେଲେ ରାଷ୍ଟ୍ରପତି ପ୍ରାର୍ଥୀ । ନିଜର ଦୃଢ ସାଲୋଚକ ଜେ.ଡି ଭାନ୍ସ ଉପରାଷ୍ଟ୍ରପତି ପ୍ରାର୍ଥୀ କଲେ ଟ୍ରମ୍ପ । ଅଧିକ ପଢନ୍ତୁ

ଜେ.ଡି ଭାନ୍ସ ଉପରାଷ୍ଟ୍ରପତି ପ୍ରାର୍ଥୀ
ଜେ.ଡି ଭାନ୍ସ ଉପରାଷ୍ଟ୍ରପତି ପ୍ରାର୍ଥୀ (ETV Bharat Odisha)

By ETV Bharat Odisha Team

Published : Jul 16, 2024, 9:30 AM IST

Updated : Jul 16, 2024, 10:24 AM IST

ହାଇଦ୍ରାବାଦ:ହତ୍ୟା ଉଦ୍ୟମର ଶିକାର ହେବାର ଦିନକ ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି ରିପବ୍ଲିକାନ ପାର୍ଟି । ଗତକାଲି (ସୋମବାର) ତାଙ୍କୁ ଦଳ ପକ୍ଷରୁ ତୃତୀୟ ଥର ପାଇଁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । ଅନ୍ୟ ଏକ ରୋଚକ ଘଟଣା ଅନୁସାରେ, ଦିନେ ଟ୍ରମ୍ପଙ୍କର କଡା ସମାଲୋଚକ ଭାବେ ଆମେରିକା ରାଜନୀତିରେ ଜଣାଶୁଣା ଥିବା ଜେ.ଡି ଭେନ୍ସଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । ଟ୍ରମ୍ପ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବା ପରେ ନିଜ ରନିଂମେଟ ଭାବେ ଭେନ୍ସଙ୍କ ନାମ ଘୋଷଣା କରିଥିଲେ ।

ଜେ.ଡି ଭାନ୍ସ ଉପରାଷ୍ଟ୍ରପତି ପ୍ରାର୍ଥୀ (ETV Bharat Odisha)

ପୂର୍ବରୁ ଟ୍ରମ୍ପ 2016 ନିର୍ବାଚନରେ ରିପବ୍ଲିକାନ ଦଳରୁ ପ୍ରାର୍ଥୀ ହୋଇ ନିର୍ବାଚନ ଜିତି ରାଷ୍ଟ୍ରପତି ହୋଇଥିଲେ । ହେଲେ 2020 ରେ ତାଙ୍କୁ ପୁନର୍ବାର ପ୍ରାର୍ଥୀ କରାଯାଇଥିଲେ ସୁଦ୍ଧା ସେ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ.ବାଇଡେନଙ୍କଠାରୁ ପରାଜିତ ହୋଇଥିଲେ । ଏଥର ସେ କ୍ରମାଗତ 3ୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଯାଉଛନ୍ତି ।

ଜେ.ଡି ଭାନ୍ସ ଉପରାଷ୍ଟ୍ରପତି ପ୍ରାର୍ଥୀ (ETV Bharat Odisha)

ଗତକାଲିଠାରୁ ଆରମ୍ଭ ହୋଇଥିବା 4ଦିନିଆ ରିପବ୍ଲିକାନ ପାର୍ଟି ଜାତୀୟ ଅଧିବେଶନରେ ପ୍ରଥମ ଟ୍ରମ୍ପଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଟ୍ରମ୍ପ ଭେନ୍ସଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । ନଭେମ୍ବର 5 ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ରିପବ୍ଲିକାନ ପାର୍ଟି ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ରାମାଗତ 3ୟ ଥର ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ବିପକ୍ଷରେ ରାଷ୍ଟ୍ରପତି ବାଇଡେନ ଡେମକ୍ରାଟିକ ଦଳର ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ପ୍ରାୟତଃ ସ୍ପଷ୍ଟ ହୋଇଛି ।

ଏହା ମଧ୍ୟ ପଢନ୍ତୁ :-ମହାପ୍ରଭୁଙ୍କ ପାଇଁ ବଞ୍ଚିଗଲେ ଡୋନାଲ୍ଡ ଟ୍ରମ୍ପ ! 48 ବର୍ଷ ପୂର୍ବେ ଜଗନ୍ନାଥଙ୍କ ପାଇଁ କରିଥିଲେ ଏହି କାମ - Iskcon VP on Trump Attack

38 ବର୍ଷୀୟ ଜେ.ଡି ଭେନ୍ସ ହେଉଛନ୍ତି ହେଉଛନ୍ତି ଜଣେ ଆମେରିକୀୟ ରାଜନେତା । ସେ 2022ରେ ଓହିୟୋରୁ ସିନେଟର ଭାବେ ଆମେରିକା କଂଗ୍ରେସକୁ ନିର୍ବାଚିତ ହୋଇଥିଲେ । ସେ ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଓ କାର୍ଯ୍ୟକ୍ରମକୁ ଖୋଲା ସମାଲୋଚନା କରିଥିଲେ । ଟ୍ରମ୍ପଙ୍କର ଜଣେ ଆଗଧାଡିର ବିରୋଧୀ ଭାବେ ଆମେରିକା ରାଜନୀତିରେ ସେ ପରିଚିତ ।

ଭେନ୍ସଙ୍କର ଭାରତ କନେକସନ:-

ଜେଡି ଭେନ୍ସ ଜଣେ ଭାରତୀୟ ବଂଶଜଙ୍କୁ ବିବାହ କରିଛନ୍ତି । ଭେନ୍ସଙ୍କ ପତ୍ନୀ ଉଷା ଭେନ୍ସ ହେଉଛନ୍ତି ଭାରତୀୟ ବଂଶଜ । ତାଙ୍କର ପୂର୍ବ ନାମ ଉଷା ଚିଲକୁରୀ ଓ ସେ ଆନ୍ଧ୍ର ପ୍ରଦେଶର ମୂଳବାସିନ୍ଦା । ଉଷା ଆମେରିକାରେ ଜନ୍ମିତ ଓ ଉଚ୍ଚଶିକ୍ଷା ପରେ ଜଣେ ଆଇନଜୀବୀ ଭାବେ କାର୍ଯ୍ୟ ଜାରି ରଖିଛନ୍ତି । 2014ରେ ଜେ.ଡି ଭେନ୍ସଙ୍କୁ ପ୍ରେମବିବାହ କରିଥିଲେ । ହିନ୍ଦୁ ରୀତିନୀତି ଅନୁସାରେ ଉଭୟଙ୍କ ବିବାହ ସମ୍ପନ୍ନ ହେବା ସେତେବେଳେ ଚର୍ଚ୍ଚା ସୃଷ୍ଟି କରିଥିଲା । ଉଭୟଙ୍କର ତିନି ଜଣ ସନ୍ତାନ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 16, 2024, 10:24 AM IST

ABOUT THE AUTHOR

...view details