ଓଡିଶା

odisha

ETV Bharat / health

ତମାଖୁ ସେବନ ପାଇଁ ପ୍ରତି ସେକେଣ୍ଡ୍‌ରେ ଯାଉଛି ଜୀବନ, ଛାଡିବାକୁ ଆପଣାନ୍ତୁ ଏହି ଉପାୟ - World No Tobacco Day

World No Tobacco Day: ବିଶ୍ବ ତମାଖୁ ବର୍ଜନ ଦିବସରେ ସାରା ଦେଶରେ ଏହା ବିରୋଧରେ ଏକ ସଚେତନତା ଅଭିଯାନ ଚାଲିଛି । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଧୂମ୍ରପାନ ଦ୍ବାରା ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥାଏ। ତେବେ ତମାଖୁ ସେବନ କରୁଥିବା ବ୍ୟକ୍ତି କିଭଳି ଛାଡିବେ ଜାଣନ୍ତୁ

By ETV Bharat Odisha Team

Published : May 31, 2024, 10:27 AM IST

World No Tobacco Day
World No Tobacco Day (ETV Bharat Odisha)

ହାଇଦ୍ରାବାଦ: ତମାଖୁ ସ୍ବାସ୍ଥ୍ୟପକ୍ଷେ ହାନିକାରକ ତାହା ସମସ୍ତେ ଜାଣନ୍ତି । ତମାଖୁ ସେବନ ସ୍ୱାସ୍ଥ୍ୟ ପାଇଁ ସାଂଘାତିକ ହୋଇପାରେ । ଧୂମପାନ ମାନସିକ ସ୍ୱାସ୍ଥ୍ୟ ସହିତ ଶାରୀରିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ । ଧୂମପାନ ଏବଂ ତମାଖୁର ନକାରାତ୍ମକ ପ୍ରଭାବ ଜାଣିବା ସତ୍ତ୍ବେ ବିଶ୍ବରେ ବହୁ ସଂଖ୍ୟକ ଲୋକ ତମାଖୁ ସେବନ କରିଥାନ୍ତି । ବିଡି, ସିଗାରେଟ୍ ଏବଂ ଗୁଟଖା ଇତ୍ୟାଦି ଖାଇବା ଦ୍ୱାରା ଅନେକ ରୋଗ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଧୂମପାନ ଧମନୀକୁ ଦୁର୍ବଳ କରିଥାଏ ଏବଂ କରୋନାରୀ ହୃଦ୍ ରୋଗ ଏବଂ ଷ୍ଟ୍ରୋକର କାରଣ ହୋଇପାରେ । କେତେକ ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ, ଗତ କିଛି ବର୍ଷ ହେଲା ହୃଦଘାତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାର ମୁଖ୍ୟ କାରଣ ଧୂମପାନ ଏବଂ ତମାଖୁ ସେବନ ବୋଲି କୁହାଯାଇଛି । ତମାଖୁ ସେବନ ଦ୍ବାରା କର୍କଟ ଏବଂ ଫୁସଫୁସ ରୋଗ ମଧ୍ୟ ହୋଇପାରେ । ତେବେ ଏଥିରୁ ମନୁଷ୍ୟ ଜାତିକୁ ରକ୍ଷା କରିବା ପାଇଁ ପ୍ରତି ବର୍ଷ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି ।

World No Tobacco Day (ETV Bharat Odisha)

ବିଶ୍ବ ତମାଖୁ ବର୍ଜନ ଦିବସର ଇତିହାସ ମହତ୍ତ୍ବ:ଆଜି ବିଶ୍ବ ତମାଖୁ ବର୍ଜନ ଦିବସ । ବିଶ୍ବରେ ତମାଖୁ ସେବନ ଦ୍ବାରା ହେଉଥିବା କ୍ଷତି ବିଷୟରେ ଲୋକଙ୍କୁ ଅବଗତ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ବିଶ୍ବ ତମାଖୁ ଦିବସ ପାଳନ କରାଯାଏ । 1987 ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ବ ତମାଖୁ ବର୍ଜନ ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କାରଣ ସେହି ସମୟରେ ତମାଖୁ ସେବନ ହେତୁ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଥିଲା । ତେବେ ନିଷ୍ପତ୍ତି ନେବାର ବର୍ଷେ ପରେ ଅର୍ଥାତ 1988 ମେ ମାସରେ ପ୍ରଥମ ଥର ପାଇଁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳନ କରାଯାଇଥିଲା । ତମାଖୁ ସେବନ ବନ୍ଦ କରିବା ଏବଂ ଏହା ଦ୍ବାରା ହେଉଥିବା ସମସ୍ୟାକୁ ଲୋକଙ୍କୁ ଅବଗତ କରାଇବା ପାଇଁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

World No Tobacco Day (ETV Bharat Odisha)

ଏହା ମଧ୍ୟ ପଢନ୍ତୁ: World No Tobacco Day 2022: କେମିତି ରୋକିବେ ତମାଖୁ ସେବନ ?

ବିଶ୍ବ ତମାଖୁ ବର୍ଜନ ଦିବସର ଥିମ୍: ପ୍ରତିବର୍ଷ ଏକ ଥିମ୍‌କୁ ନେଇ ବିଶ୍ବ ତମାଖୁ ବର୍ଜନ ଦିବସ ପାଳନ କରାଯାଇଥିଲା । ତେବେ ଚଳିତ ବର୍ଷର ଥିମ ରହିଛି"ଆମକୁ ଖାଦ୍ୟ ଦରକାର, ତମାଖୁ ନୁହଁ(We Need Food-Not Tobacco) ।

World No Tobacco Day (ETV Bharat Odisha)

ତମାଖୁ ଖାଇଲେ କଣ ହୁଏ: ଗୁଟଖା, ଜର୍ଦା, ଖଇନି ସିଗାରେଟ ଓ ବିଡି ତମାଖୁ ଆଦି ସେବନ ପରେ ଏଥିରେ ଥିବା ନିକୋଟିନ ରାସାୟନିକ କିଛି ମୁହୂର୍ତ୍ତରେ ମସ୍ତିଷ୍କରେ ପହଞ୍ଚିଥାଏ ଏବଂ ଏହା ମସ୍ତିଷ୍କକୁ ଉତ୍ତେଜିତ କରିଥାଏ । ଏହା କିଛି ସମୟ ପାଇଁ ପ୍ରଭାବ ପକାଇଥାଏ । ଏହି ନିଶା ଦ୍ରବ୍ୟର ପ୍ରଭାବ କମିଯିବା ପରେ ପୁଣି ଏହାକୁ ଖାଇବାକୁ ଆହୁରି ଇଚ୍ଛା ପ୍ରକାଶ କରିଥାଏ । ଯେତେବେଳେ ଜଣେ ବ୍ୟକ୍ତି ଚାପଗ୍ରସ୍ତ ଥାଏ ସେତେବେଳେ ଅଧିକ ସେବନ କରିଥାଏ । ସମୟ ସହିତ, ସେମାନଙ୍କର ଖରାପ ପ୍ରଭାବ କେବଳ ଶରୀର ଉପରେ ନୁହେଁ ବରଂ ବ୍ୟକ୍ତିର ମାନସିକତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତମାଖୁ ସେବନର ଚିକିତ୍ସା ସମ୍ଭବ ଏବଂ ଏଥିପାଇଁ ଅନେକ ପ୍ରକାରର ଔଷଧ ଉପଲବ୍ଧ। ସଠିକ୍ ଚିକିତ୍ସା ଏବଂ ଇଚ୍ଛାଶକ୍ତି ଶକ୍ତି ଦ୍ବାରା ଜଣେ ତମାଖୁ ସେବନରୁ ମୁକ୍ତି ପାଇପାରିବ ।

କିଭଳି ଛାଡିବେ ତମାଖୁ:ନିକୋଟିନ୍ ରିପ୍ଲେସମେଣ୍ଟ ଥେରାପି କିମ୍ବା NRT ମାଧ୍ୟମରେ ତମାଖୁ କିମ୍ବା ଧୂମପାନ ମଧ୍ୟ ଛାଡି ଦିଆଯାଇପାରେ । ଏଥିରେ ଏକ ଚୁଇଙ୍ଗମ୍ ଦିଆଯାଏ, ଯେଉଁଥିରେ ନିକୋଟିନ୍ ପଦାର୍ଥ ରହିଥାଏ । ବ୍ୟକ୍ତିର ଧୂମପାନ କ୍ଷମତା ଉପରେ ନିର୍ଭର କରି ଏହା ବିଭିନ୍ନ ଆକାରରେ ଉପଲବ୍ଧ ରହିଥାଏ । ପ୍ରଥମ ସପ୍ତାହରେ ଏହା ଅଧିକ ପରିମାଣରେ ଦିଆଯାଏ ଏବଂ ପରେ ଧୀରେ ଧୀରେ କମାଯାଇଥାଏ । ଏହି ଚୁଇଙ୍ଗମ୍ ମାନବ ଶରୀରରେ ନିକୋଟିନର ଅଭାବ ପୂରଣ କରେ ଏବଂ ସେ ତମାଖୁ ସେବନରୁ ଦୂରେଇ ଯାଏ ।

ଏହି ପଦ୍ଧତିରେ ଏକ ନିକୋଟିନ୍ ପ୍ୟାଚ୍ ପ୍ରୟୋଗ କରାଯାଏ । ରୋଗୀର ମାତ୍ରା ଅନୁଯାୟୀ ଏହା ମଧ୍ୟ ଦିଆଯାଏ । ଶରୀରର ଏକ ଛୋଟ ପ୍ୟାଚ୍ ଲେପନ କରାଯାଏ ଯେଉଁଠାରେ କେଶ ନଥାଏ । ଏହି ପ୍ୟାଚ୍ ମାଧ୍ୟମରେ ଶରୀର ଆବଶ୍ୟକତା ଅନୁଯାୟୀ ନିକୋଟିନ୍ ନେଇଥାଏ ।

ABOUT THE AUTHOR

...view details