ହାଇଦ୍ରାବାଦ:ବିଭିନ୍ନ କାରଣ ହେତୁ ଗତ କିଛି ବର୍ଷ ମଧ୍ୟରେ କିଡନୀ ସମ୍ବନ୍ଧୀୟ ସମସ୍ୟା ଏବଂ ରେଗୀଙ୍କ ସଂଖ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଖରାପ ଜୀବନଶୈଳୀ, ଖରାପ ଖାଦ୍ୟାଭ୍ୟାସ, ମଧୁମେହ, ମେଦବହୁଳତା, ହୃଦରୋଗ ଏବଂ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହେବା ଦ୍ବାରା କିଡନୀ ସମ୍ବନ୍ଧୀୟ ସମସ୍ୟା ହେବାର ସମ୍ଭାବନା ଅଧିକ ରହିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବିଶ୍ବାସ କରନ୍ତି । ଏହା ଦ୍ବାରା କେବଳ କ୍ରୋନିକ କିଡନୀ ଡିଜିଜ(CKD) ନୁହେଁ ବରଂ ଅନ୍ୟ କିଡନୀ ସମସ୍ୟା ମଧ୍ୟ ଦେଖାଯାଇଥାଏ । ଲକ୍ଷଣଗୁଡିକ ବିଷୟରେ ଅଜ୍ଞତା, ଅନୁସନ୍ଧାନ ଏବଂ ଚିକିତ୍ସାରେ ବିଳମ୍ବ ଏବଂ ବେଳେବେଳେ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅସାବଧାନତା ହେତୁ କିଡନୀ ସମସ୍ୟା ସାଂଘାତିକ ହୋଇଛି ଏବଂ ଜୀବନ ମଧ୍ୟ ହାନି ହେଉଛି । ଏହାର କାରଣ, ଲକ୍ଷଣ ଏବଂ ସେମାନଙ୍କର ନିରାକରଣ, କିଡନୀ ସମ୍ବନ୍ଧୀୟ ରୋଗ ଏବଂ ଅବସ୍ଥାର ଚିକିତ୍ସା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ଦ୍ୱିତୀୟ ଗୁରୁବାର ଦିନ ବିଶ୍ୱ କିଡନୀ ଦିବସ ପାଳନ କରାଯାଏ ।
ଥିମ: ପ୍ରତିବର୍ଷ ଏକ ଥିମ ନେଇ ବିଶ୍ବ କିଡନୀ ଦିବସ ପାଳନ କରାଯାଏ । ଚଳିତ ବର୍ଷର ଥିମ ରହିଛି ସମସ୍ତଙ୍କ ପାଇଁ କିଡନୀ ସ୍ବାସ୍ଥ୍ୟ- ଯତ୍ନ ଏବଂ ଉପଯୁକ୍ତ ଚିକିତ୍ସା ଅବସ୍ଥାକୁ ଗୁରୁତ୍ବ ଦେବା ।
ପରିସଂଖ୍ୟାନ କ'ଣ କୁହେ: କିଡନୀ ସ୍ୱାସ୍ଥ୍ୟ ସହ ଜଡିତ ସଂଗଠନର ତଥ୍ୟ ଅନୁଯାୟୀ ବିଶ୍ବରେ 90 କୋଟିରୁ ଅଧିକ ଲୋକ କିଡନୀ ସମ୍ବନ୍ଧୀୟ ରୋଗରେ ପୀଡିତ ଅଛନ୍ତି । ପ୍ରତି 10 ଜଣଙ୍କ ମଧ୍ୟରୁ ଜଣଙ୍କୁ କିଡନୀ ରୋଗ ହେବାର ଆଶଙ୍କା ଥାଏ । କେବଳ ଏତିକି ନୁହେଁ ବିଶ୍ବବ୍ୟାପୀ ସ୍ବାସ୍ଥ୍ୟଗତ କାରଣରୁ କିଡନୀ ସମ୍ବନ୍ଧୀୟ ରୋଗ ମୃତ୍ୟୁର ଅଷ୍ଟମ ପ୍ରମୁଖ କାରଣ ବୋଲି ବିବେଚନା କରାଯାଏ । ତଥ୍ୟ ଅନୁସାରେ, 2019 ମସିହାରେ କିଡନୀ ସମ୍ବନ୍ଧୀୟ ରୋଗ ହେତୁ ବିଶ୍ୱରେ 3.1 ମିଲିୟନରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ । ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରାୟ 80 ଲକ୍ଷ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ 2.2 ଲକ୍ଷଙ୍କ ଡାଏଲୋସିସ ଜାରି ରହିଛି ।