ଓଡିଶା

odisha

ETV Bharat / health

ଯୁବାବସ୍ଥାରେ ବଢୁଛି ଉଚ୍ଚ ରକ୍ତଚାପ ସମସ୍ୟା, ଜାଣନ୍ତୁ ଏହା ପଛର କାରଣ - World Hypertension Day 2024

World Hypertension Day 2024: ରକ୍ତଚାପ ବୃଦ୍ଧି ହେବା ପରେ ଏହାର ପ୍ରଭାବ ହାର୍ଟ ଏବଂ କିଡନୀ ଉପରେ ପଡିଥାଏ । ତେବେ ଜାଣନ୍ତୁ କିଭଳି ଏହାର ପ୍ରତିକାର କରିବେ

World Hypertension Day
World Hypertension Day (ETV Bharat Odisha)

By ETV Bharat Odisha Team

Published : May 17, 2024, 12:37 PM IST

Updated : May 17, 2024, 1:48 PM IST

ହାଇଦ୍ରାବାଦ:ଉଚ୍ଚ ରକ୍ତଚାପ... ଆଜିକା ସମୟରେ ପ୍ରାୟ ସମସ୍ତେ ଏହି ରୋଗର ଶିକାର ହେଉଛନ୍ତି । ଏମିତିକି କିଶୋରମାନେ ମଧ୍ୟ ଉଚ୍ଚରକ୍ତଚାପରେ ଆକ୍ରାନ୍ତ ହେଉଛନ୍ତି । ବିଶ୍ବରେ ଏକ ବିଲିୟନରୁ ଅଧିକ ଲୋକ ଉଚ୍ଚରକ୍ତଚାପରେ ପୀଡିତ । କେତେକ କ୍ଷେତ୍ରରେ ଏହା ଅକାଳ ମୃତ୍ୟୁର କାରଣ ମଧ୍ୟ ସାଜିପାରେ । କିନ୍ତୁ ଚିନ୍ତାର ବିଷୟ ଏହା ଯେ, ଅନେକ ବ୍ୟକ୍ତି ଉଚ୍ଚ ରକ୍ତଚାପ ହେଲେ ମଧ୍ୟ ଜାଣିପାରନ୍ତି ନାହିଁ । ତେଣୁ ଏହି ରୋଗକୁ ସାଇଲେଣ୍ଟ କିଲର ମଧ୍ୟ କୁହାଯାଏ । ଠିକ ସମୟରେ ଚିକିତ୍ସା ନକରିବା ଦ୍ବାରା ବ୍ୟକ୍ତିର ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ରହିଥାଏ । ଧମନୀରେ ରକ୍ତଚାପ ବୃଦ୍ଧି ହେଲେ ଏହି ସମସ୍ୟା ଉପୁଜିଥାଏ । ରକ୍ତଚାପ ଦିନସାରା ଅନେକ ଥର ବଢିଥାଏ ଏବଂ କମିଥାଏ । କିନ୍ତୁ ଏଭଳି ଅବସ୍ଥା ଦୀର୍ଘ ସମସ୍ୟା ଧରି ରହିବା ଦ୍ବାରା ସମସ୍ୟା ଉପୁଜିଥାଏ । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଜୀବନଶୈଳୀରେ ପରିବର୍ତ୍ତନ କାରଣରୁ ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ । ତେବେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଅର୍ଥାତ୍ ବିଶ୍ୱରେ ଉଚ୍ଚ ରକ୍ତଚାପ ବୃଦ୍ଧି ସମସ୍ୟାକୁ ରୋକିବା ଏବଂ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ 17 ମଇରେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଏ ।

Hypertension (ETV Bharat Odisha)

2005 ମସିହାରେ ପ୍ରଥମ ଥର ପାଇଁ ଦ ଓ୍ବାର୍ଲଡ ହାଇପର ଟେନସନ ଲିଗ୍ ଏହି ଦିବସ ପାଳନ କରିଥିଲା । ଜଣେ ବ୍ୟକ୍ତିର ସାଧାରଣ ରକ୍ତଚାପ 120/80 ବୋଲି ବିବେଚନା କରାଯାଏ । 120ରୁ 140 ମଧ୍ୟରେ ରହିଲେ ଏହା ଅସାମାନ୍ୟ ବୋଲି ଧରାଯାଏ । ଏହି ସୀମା ମଧ୍ୟରେ ରହିଲେ ଔଷଧ ନଖାଇ କେବଳ ଜୀବନଶୈଳୀରେ ପରିବର୍ତ୍ତନ ଏବଂ ବ୍ୟାୟାମ କରିବା ଦ୍ବାରା ଠିକ ହୋଇପାରିବ ବୋଲି ବିବେଚନା କରାଯାଇଥାଏ । କିନ୍ତୁ ରକ୍ତଚାପ 140/90ରୁ ଅଧିକ ହେଲେ ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ବୋଲି କୁହାଯାଇଛି। ଅନେକ ରିସର୍ଚ୍ଚରୁ ଜଣାପଡିଛି ଯେ, ମହିଳାମାନଙ୍କ ତୁଳନାରେ ପୁରୁଷଙ୍କୁ ଅଧିକ ହାଇପର ଟେନସନ ହୋଇଥାଏ । ତେବେ ପ୍ରତିବର୍ଷ ଏକ ଥିମ୍କୁ ନେଇ ବିଶ୍ବ ଉଚ୍ଚରକ୍ତଚାପ ଦିବସ ପାଳନ କରାଯାଇଥାଏ । ଚଳିତ ବର୍ଷର ଥିମ ରହିଛି Measure your Blood Pressure Accurately, Control It, Live Longer । ଏହାର ଅର୍ଥ ହେଉଛି ଉଚ୍ଚ ରକ୍ତଚାପକୁ ଠିକ ଭାବେ ମାପ କରନ୍ତୁ, ଏହାକୁ କଣ୍ଟ୍ରୋଲ କରିବା ଦ୍ବାରା ଦୀର୍ଘଦିନ ବଞ୍ଚିପାରିବେ ।

Hypertension (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:ଉଚ୍ଚ ରକ୍ତଚାପ ପାଇଁ ମହୌଷଧି, ବାହାରିଲା ଲର୍ଣ୍ଣଡ୍ରୋଷ୍ଟ୍ରାଟ ଔଷଧ

କଣ ପାଇଁ ବୃଦ୍ଧି ପାଏ ରକ୍ତଚାପ: ଆଜିକା ସମୟରେ ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟପେୟରେ ଅନିୟମିତତା ଏବଂ ଚିନ୍ତା ବୃଦ୍ଧି ପାଇବା କାରଣରୁ ରକ୍ତଚାପ ବୃଦ୍ଧି ପାଇଥାଏ ।ଲୁଣର ଅଧିକ ଖାଇବା, ଅଧିକ ପରିମାଣର କଫି ପିଇବା, ମଦ୍ୟପାନ ଏବଂ ଧୂମ୍ରପାନ କରିବା ଦ୍ବାରା ରକ୍ତଚାପ ବୃଦ୍ଧି ହେବାର ସମ୍ଭାବନା ଅଧିକ ରହିଥାଏ । ଲୁଣ ଆମ ଖାଦ୍ୟରେ ସ୍ୱାଦ ବଢ଼ାଇ ଥାଏ । କିନ୍ତୁ ଅତ୍ୟଧିକ ଲୁଣ ଶରୀର ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ । ଯେତେବେଳେ ଚିନି କଫି ସହିତ ମିଶ୍ରିତ ହୁଏ, ଏହା ଶରୀରରେ ରକ୍ତଚାପ ବଢାଇଥାଏ । ଦିନରେ ଯେଉଁମାନେ ବାରମ୍ବାର ଧୂମପାନ କରନ୍ତି, ସୋମାନଙ୍କ ରକ୍ତଚାପର ବଢିଥାଏ ।

କଣ କଲେ ନିୟନ୍ତ୍ରଣ ହେବ ଉଚ୍ଚରକ୍ତଚାପ:

କମ୍ ଲୁଣ ଖାଇବା: ଅଧିକ ଲୁଣ ଖାଇବା ଦ୍ବାରା ରକ୍ତଚାପ ବୃଦ୍ଧି ପାଇଥାଏ । ତେଣୁ ଲୁଣ କମ୍ ପରିମାଣରେ ଖାଇବା ଉଚିତ । ପ୍ରୋସେସ ଫୁଡ ଠାରୁ ମଧ୍ୟ ଦୂରେଇ ରହିବା ଉଚିତ । କାରଣ ଏଥିରେ ଅଧିକ ପରିମାଣରେ ସୋଡିୟମ ରହିଥାଏ ।

ମେଦବହୁଳତା ହ୍ରାସ କରନ୍ତୁ:ଯଦି ଓଜନ ଦିନକୁ ଦିନ ବୃଦ୍ଧି ପାଉଛି, ତେବେ ଶରୀରରେ ଉଚ୍ଚ ରକ୍ତଚାପର ଆଶଙ୍କା ଥାଏ । ଓଜନ ହ୍ରାସ ହେବା ଦ୍ବାରା ଶରୀରରେ କୋଲେଷ୍ଟ୍ରଲ ହ୍ରାସ ହୁଏ, ଯାହା ଷ୍ଟ୍ରୋକ୍‌ର ଆଶଙ୍କାଙ୍କୁ ହ୍ରାସ କରିଥାଏ ।

ଅଧିକ ଚିନ୍ତା କରନ୍ତୁ ନାହିଁ:ଅତ୍ୟଧିକ ଚିନ୍ତା ଯୋଗୁଁ ରକ୍ତଚାପର ସମସ୍ୟା ବଢିବାକୁ ଲାଗେ । ଏହାକୁ ଏଡାଇବା ପାଇଁ, ଅଧିକାଂଶ ସମୟ ପ୍ରିୟ କାର୍ଯ୍ୟ କରି ସମୟ ବିତାନ୍ତୁ । ନିଜକୁ ଆରାମରେ ରଖନ୍ତୁ ଏବଂ ପର୍ଯ୍ୟାପ୍ତ ପରିମାଣରେ ଶୋଇଯାଆନ୍ତୁ, ଯାହାଫଳରେ ଶରୀରରେ ଥିବା ଟେନ୍‌ସନ୍‌ ମୁକ୍ତ ହେବା ଆରମ୍ଭ କରେ ।

Last Updated : May 17, 2024, 1:48 PM IST

ABOUT THE AUTHOR

...view details