ETV Bharat / health

ଆପଣଙ୍କ ଭୁଲିବା ଅଭ୍ୟାସ କେଉଁ ବଡ ରୋଗର ଲକ୍ଷଣ ନୁହେଁ ତ ? ଜାଣନ୍ତୁ - AGE RELATED MEMORY LOSS

ବୟସ ବଢିବା ସହ ଭୁଲିବା ଅଭ୍ୟାସ ଏକ ସାଧାରଣ କଥା । ହେଲେ ବେଳେବେଳେ କେବଳ ବୟସାଧିକ କାରଣରୁ ଏହା ଘଟିନଥାଏ । କିଛି ବଡ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ହୋଇପାରେ ।

ଛୋଟ ଛୋଟ କଥା ଭୁଲିବା କେଉଁ ବଡ ରୋଗର ସଙ୍କେତ ନୁହେଁ ତ ? ଜାଣନ୍ତୁ
ଛୋଟ ଛୋଟ କଥା ଭୁଲିବା କେଉଁ ବଡ ରୋଗର ସଙ୍କେତ ନୁହେଁ ତ ? ଜାଣନ୍ତୁ (ETV Bharat)
author img

By ETV Bharat Health Team

Published : Nov 15, 2024, 5:00 PM IST

ବୟସ ବଢିବା ସହ ଭୁଲିବା ଅଭ୍ୟାସ ଅତି ସାଧାରଣ କଥା । ବାର୍ଦ୍ଧକ୍ୟବସ୍ଥାରେ ବୟସାଧିକ ଜନିତ ସ୍ମୃତିଶକ୍ତି ହ୍ରାସ (Age related memory loss) ହୋଇଥାଏ । ମାତ୍ର ସବୁବେଳେ ଏହି ବୟସ ବୃଦ୍ଧି ଭୁଲିବାର କାରଣ ହୋଇନପାରେ । ବେଳେବେଳେ ମସ୍ତିଷ୍କ ସହ ଜଡିତ କେତେକ ରୋଗ କାରଣରୁ ଜଣେ ଛୋଟ ଛୋଟ କଥା ଭୁଲିବା, ସ୍ମରଣ ଶକ୍ତି ହରାଇବା ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟାର ଶିକାର ହୋଇପାରେ । କିନ୍ତୁ ଏସବୁ ରୋଗର ଲକ୍ଷଣ ପ୍ରାୟତଃ ସମାନ ହୋଇଥିବାରୁ ଅନେକ ଲୋକ ଜାଣିପାରନ୍ତି ନାହିଁ ଯେ, ଏହା 'ବୟସାଧିକ ଜନିତ ସ୍ମୃତିଶକ୍ତି ହ୍ରାସ' ନା ଡିମେନ୍ସିଆ, ଅଲଜାଇମର କିମ୍ବା ପାର୍କିନସନ୍ସ ।

ବୟସାଧିକ ଜନିତ ସ୍ମୃତିଶକ୍ତି ହ୍ରାସ, ଡିମେନ୍ସିଆ ଓ ପାର୍କିନସନ୍ସ ମଧ୍ୟରେ ପାର୍ଥକ୍ୟ:

ଦିଲ୍ଲୀର ମନସ୍ତତ୍ତ୍ବବିତ୍ ଡଃ ରୀନା ଦତ୍ତା କହିଛନ୍ତି ଯେ, ଆମେ ବେଳେବେଳେ କେଉଁଠି କେଉଁ ଜିନିଷ ରଖିଛେ ଭୁଲି ଯାଇଥାଉ । ଯେମିତିକି-ବେଳେବେଳେ ଚାବି ପାଇନଥାଉ କିମ୍ବା ହଠାତ୍ କାହାର ନାମ ମନେ ପକାଇ ପାରିନଥାଉ । କିନ୍ତୁ ଅଧିକାଂଶ ଲୋକଙ୍କଠାରେ ବୟସ ବଢିବା ସହ ସ୍ମୃତିଶକ୍ତି କମିଯିବା ଏକ ରୋଗରେ ପରିଣତ ହେବାକୁ ଲାଗେ । ଏଥିପାଇଁ ସବୁବେଳେ ବୟସାଧିକ ଜନିତ ସ୍ମୃତିଶକ୍ତି ହ୍ରାସ ଦାୟୀ ହୋଇନଥାଏ, ବରଂ ଅନେକ ସମୟରେ ଡିମେନ୍ସିଆ, ଅଲଜାଇମର କିମ୍ବା ପାର୍କିନସନ୍ସ ଭଳି ମସ୍ତିଷ୍କ ବ୍ୟାଧି କାରଣରୁ ହୋଇପାରେ ।

ସେ ଆହୁରି କହିଛନ୍ତି, ବୟସାଧିକ ଜନିତ ସ୍ମୃତିଶକ୍ତି ହ୍ରାସ ଘଟଣାରେ ସାଧାରଣତଃ ଭୁଲି ଯିବା, ସ୍ମରଣ ଶକ୍ତି ଦୁର୍ବଳ ହେବା କିମ୍ବା ନିଷ୍ପତ୍ତି ନେବାର କ୍ଷମତା କମିଯିବା ଭଳି ଲକ୍ଷଣ ଦେଖାଯାଏ । ହେଲେ ଡିମେନ୍ସିଆରେ ବ୍ୟକ୍ତିର ସ୍ମୃତିଶକ୍ତି, ଚିନ୍ତନ କ୍ଷମତା ଓ ନିଷ୍ପତ୍ତି ନେବାର କ୍ଷମତା ଦୁର୍ବଳ ହେବା ସହ ଜିନିଷଗୁଡିକୁ ଭୁଲିବା, ଭାବନାତ୍ମକ ଅସ୍ଥିରତା ଭଳି ଲକ୍ଷଣ ଦେଖିବାକୁ ମିଳେ । ସେହିପରି ପାର୍କିନସନ୍ସରେ ମସ୍ତିଷ୍କ ଶିରା ପ୍ରଭାବିତ ହୁଏ । ଏଥିରେ ହାତଗୋଡ ଥରିବା, ମାଂସପେଶୀରେ ଯନ୍ତ୍ରଣା ଓ ଚଲାବୁଲା କରିବାରେ କଷ୍ଟ ଅନୁଭବ ହୁଏ । ଅଲଜାଇମର ମଧ୍ୟ ଡିମେନ୍ସିଆର ଏକ ପ୍ରକାର ।

କେମିତି ଜାଣିବେ ଏହା ସାଧାରଣ ନା ଗମ୍ଭୀର ରୋଗ ?

ମନସ୍ତତ୍ତ୍ବବିତ୍ କହିଛନ୍ତି ଯେ, କିଛି କଥା ବା ସଙ୍କେତ ଥାଏ ଯାହା ପ୍ରତି ଧ୍ୟାନ ଦେଇ ବୁଝିପାରିବେ ଯେ ପୀଡିତଙ୍କ ଭୁଲିବା ଅଭ୍ୟାସ ସାଧାରଣ ନା କୌଣସି ଗମ୍ଭୀର ରୋଗର କାରଣ । ଯେମିତିକି-

ସାଧାରଣ ଭୁଲିବା ଅଭ୍ୟାସ: ଯଦି କାହାକୁ ବେଳେବେଳେ କୌଣସି ଜିନିଷ ମନେ ପକାଇବାରେ ଅସୁବିଧା ହେଉଛି ଏବଂ ବାକି ସମୟରେ ମୁଣ୍ଡ ଠିକ୍ କାମ କରୁଛି ତାହେଲେ ଏହା ସାମାନ୍ୟ । ଯେମିତିକି-ହଠାତ୍ କାହାର ନାଁ ଭୁଲିଯିବା ଏବଂ କିଛି ସମୟ ପରେ ମନେ ପଡିବା ।

ଡିମେନ୍ସିଆ ଲକ୍ଷଣ: ଦୈନନ୍ଦିନ କାମକୁ ଭୁଲିଯିବା, ବାରମ୍ବାର ଜିନିଷ ହଜାଇବା ଓ ଭାବନାତ୍ମକ ପରିବର୍ତ୍ତନ ଯେମିତିକି- ଚିଡଚିଡାପଣ ଓ ଅବସାଦ ଭଳି ଲକ୍ଷଣ ଡିମେନ୍ସିଆ ହୋଇଥାଏ । ଏଥିରେ ପୀଡିତଙ୍କ ଚିନ୍ତା କରିବା ଓ ବୁଝିବାର କ୍ଷମତା ନଷ୍ଟ ହୋଇଯାଏ ।

ପାର୍କିନସନ୍ସ ଲକ୍ଷଣ: ପାର୍କିନସନ୍ସରେ ଭୁଲିବା ସହ ପୀଡିତଙ୍କ ଶରୀର ଥରିବା, ଚଲାବୁଲାରେ ଏବଂ କଥା କହିବାରେ କଠିନତା ଆଦି ସମସ୍ୟା ଦେଖାଯାଏ ।

ଏଥିରୁ କେମିତି ରକ୍ଷା ପାଇବେ ?

ମାନସିକ ବ୍ୟାୟାମ: ମନକୁ ଆକ୍ଟିଭ ରଖିବା ପାଇଁ ପଢାପଢି, ଖେଳ, ପଜଲ୍ ସମାଧାନ କିମ୍ବା ଗୀତ ଗାଇବା ଆଦି କାର୍ଯ୍ୟ କରନ୍ତୁ । ଏହା ମସ୍ତିଷ୍କରେ ଶକ୍ତି ବଜାୟ ରଖେ ଓ ସ୍ମୃତିଶକ୍ତି ଉନ୍ନତ କରେ ।

ସ୍ବାସ୍ଥ୍ୟକର ଆହାର: ଡାଏଟରେ ଓମେଗା-3 ଫ୍ୟାଟି ଏସିଡ, ଭିଟାମିନ-ବି ଓ ଆଣ୍ଟିଅକ୍ସିଡାଣ୍ଟ ଭଳି ପୌଷ୍ଟିକ ଖାଦ୍ୟ ସାମିଲ କରନ୍ତୁ । ଏସବୁ ଖାଦ୍ୟ ମସ୍ତିଷ୍କ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

ଶାରିରୀକ ବ୍ୟାୟାମ: ନିୟମିତ ବ୍ୟାୟାମ କରିବା ଦ୍ବାରା ରକ୍ତ ସଞ୍ଚାଳନ ଠିକ୍ ରହେ । ଏହା ସ୍ମୃତିଶକ୍ତି ବଢାଇବା ସହ ଚାପ କମ୍ କରିଥାଏ ।

ପର୍ଯ୍ୟାପ୍ତ ନିଦ୍ରା: ସୁସ୍ଥ ମସ୍ତିଷ୍କ ପାଇଁ ପର୍ଯ୍ୟାପ୍ତ ନିଦ ଜରୁରୀ । ଏହା ସ୍ମୃତିଶକ୍ତି ଉନ୍ନତ କରିବା ସହ ମୁଡ୍ ଠିକ ରଖେ ।

ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ:

ମନସ୍ତତ୍ତ୍ବବିତ୍ କହିଛନ୍ତି, ଯଦି ଆପଣଙ୍କୁ ବାରମ୍ବାର ଭୁଲିବା ସମସ୍ୟା ଅଛି ଏବଂ ଏହା ପ୍ରଭାବ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି ତାହେଲେ ଏହାକୁ ଅଣଦେଖା ନକରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ସମସ୍ୟାର କାରଣ ଯାହା ବି ଥାଉ, ଉପଯୁକ୍ତ ଚିକିତ୍ସା ଦ୍ବାରା ନିୟନ୍ତ୍ରଣ କରାଯାଇପାରିବ ।

ଏହା ମଧ୍ୟ ପଢନ୍ତୁ: ପାଦରୁ ଜାଣିହେବ ଆପଣ ସୁସ୍ଥ କି ଅସୁସ୍ଥ, ଏସବୁ ସଙ୍କେତ ଥିଲେ...

ଏହା ମଧ୍ୟ ପଢନ୍ତୁ: ବିନା ମେଡିସିନରେ କମିପାରିବ ଡାଇବେଟିସ, ବାସ୍ କରନ୍ତୁ ଏହି କାମ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.