ଓଡିଶା

odisha

ETV Bharat / health

ଏହି ସମୟରେ ଖାଆନ୍ତୁ ଫଳ, ମିଳିପାରିବ ଅଧିକ ଫାଇଦା

ସୁସ୍ଥ ଓ ଫିଟ୍ ରହିବା ପାଇଁ ଡାକ୍ତର ଫଳମୂଳ ଖାଇବାକୁ ପରାମର୍ଶ ଦିଅନ୍ତି । ଏହି ଖବରରେ ଜାଣନ୍ତୁ କେଉଁ ସମୟରେ ଫଳ ଖାଇବା ଉଚିତ୍ ।

By ETV Bharat Health Team

Published : 4 hours ago

କେଉଁ ସମୟରେ ଫଳ ଖାଇବା ଦେହକୁ ହିତ
କେଉଁ ସମୟରେ ଫଳ ଖାଇବା ଦେହକୁ ହିତ (ETV Bharat)

Best time to eat fruits:ସୁସ୍ଥ ରହିବା ପାଇଁ ଡାକ୍ତର ସାଧାରଣତଃ ଫଳ ଏବଂ ସବୁଜ ପନିପରିବା ଖାଇବାକୁ ପରାମର୍ଶ ଦିଅନ୍ତି । ଏଥିରେ ଜରୁରୀ ଭିଟାମିନ, ଖଣିଜ ସାର ଓ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ନିୟମିତ ଫଳ ସେବନ ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ । ଶରୀର ଫିଟ୍ ରହିବା ସହ ଉଚ୍ଚ କୋଲେଷ୍ଟ୍ରଲ, ଉଚ୍ଚ ରକ୍ତଚାପ, ହୃଦୟ ରୋଗ, କ୍ୟାନ୍ସର ସମେତ ଅନ୍ୟାନ୍ୟ ମାରାତ୍ମକ ରୋଗ ହେବାର ଆଶଙ୍କା କମ୍ ହୁଏ । ତେବେ ଯଦିଓ ଫଳ ଖାଇବାର ସେମିତି କୌଣସି ସମୟ ନଥାଏ କିନ୍ତୁ କିଛି ନିର୍ଦ୍ଧିଷ୍ଟ ସମୟରେ ଏହାକୁ ଖାଇଲେ ଅଧିକ ଫାଇଦା ମିଳିପାରିବ ।

କେତେବେଳେ ଫଳ ଖାଇବେ ?

ପୋଷଣ ବିଶେଷଜ୍ଞଙ୍କ ଅନୁସାରେ, ସେଓ, କଦଳୀ, ତରଭୁଜ, ଆଭୋକାଡୋ, ଆମ୍ବ, ସପୁରୀ, ସେପେଟା ଇତ୍ୟାଦି ଫଳ ସକାଳେ ଖାଇବା ଉଚିତ୍ । ଜାଣନ୍ତୁ ଏହା ପଛର କାରଣ

କେଉଁ ସମୟରେ ଫଳ ଖାଇବା ଦେହକୁ ହିତ (ETV Bharat)

ସକାଳେ ଫଳ ଖାଇବାର ଫାଇଦା:

1. ଭିଟାମିନ ଓ ଖଣିଜ ସାର

ସକାଳେ ଫଳ ଖାଇବା ଦ୍ବାରା ଆପଣଙ୍କ ଶରୀରକୁ ବିଭିନ୍ନ ଭିଟାମିନ ଓ ଖଣିଜ ସାର ଶୀଘ୍ର ମିଳିଥାଏ । ଏହାଦ୍ବାରା ଦିନସାରା କାର୍ଯ୍ୟ କରିବାକୁ ଶରୀରକୁ ଶକ୍ତି ଯୋଗାଏ ।

2. ଶରୀର ହାଇଡ୍ରେଟ ରହେ

ତରଭୁଜ ଓ କମଳା ଭଳି ଫଳରେ ଜଳର ମାତ୍ରା ଅଧିକ ଥାଏ । ଏହା ହାଇଡ୍ରେସନ ସହ ଆପଣଙ୍କ ଦିନ ଆରମ୍ଭ କରିବାରେ ସାହାଯ୍ୟ କରେ । ଶରୀରକୁ ହାଇଡ୍ରେଟ ରଖିଥାଏ ।

3. ପ୍ରାକୃତିକ ଶର୍କରା

ଫଳରେ ପ୍ରାକୃତିକ ଶର୍କରା ବା ନ୍ୟାଚୁରାଲ ସୁଗାର ଥାଏ । ଏହା ସକାଳେ ଆପଣଙ୍କ ମେଟାବୋଲିଜିମ ଦ୍ରୁତ କରିବା ପାଇଁ ଏନର୍ଜି ଯୋଗାଏ । ଅନେକ ଲୋକଙ୍କ ଧାରଣାର ଫଳରେ ନ୍ୟାଚୁରାଲ ସୁଗାର ଥିବାରୁ ଡାଇବେଟିସ୍ ରୋଗୀ ଖାଇବା ଠିକ୍ ନୁହେଁ । କିନ୍ତୁ ଏହି ଧାରଣା ଭୁଲ୍ । ଫଳରେ ନ୍ୟାଚୁରାଲ ସୁଗାର ଥିଲେ ହେଁ ଏହା ଆଦୌ ଅସ୍ବାସ୍ଥ୍ୟକର ନୁହେଁ । ସେଓ, କମଳା, କିୱି ପ୍ରଭୃତି କେତେକ ଫଳ ବ୍ଲଡସୁଗାର ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିପାରେ ।

କେଉଁ ସମୟରେ ଫଳ ଖାଇବା ଦେହକୁ ହିତ (ETV Bharat)

4. ହଜମ ପ୍ରକ୍ରିୟା ଉନ୍ନତ କରେ ଓ ଓଜନ କମାଏ

ଫଳରେ ଥିବା ଫାଇବର ହଜମରେ ସାହାଯ୍ୟ କରେ ଏବଂ ଅଧିକ ସମୟ ଯାଏଁ ପେଟ ଭର୍ତ୍ତି ହେବା ଭଳି ଅନୁଭବ କରାଏ । ତେଣୁ ଆପଣ ଓଜନ କମାଇବାକୁ ଚାହୁଁଥିଲେ ପ୍ରତିଦିନ ସକାଳୁ ଫଳ ଆହାର କରିବା ଉଚିତ୍ ।

ସନ୍ଧ୍ୟା ସମୟରେ କ'ଣ ଖାଇବେ

ସନ୍ଧ୍ୟାବେଳେ ଏମିତି ଫଳ ସେବନ କରିବା ଉଚିତ ଯାହା ପାଚନ ତନ୍ତ୍ର ଠିକ୍ ରଖୁଥିବ । ସନ୍ଧ୍ୟା ସମୟରେ ସେଓ ଓ ନାସପାତି ଖାଇବା ଭଲ । ଏଥିରେ ପ୍ରଚୁର ମାତ୍ରାରେ ଫାଇବର ଥାଏ ।

ରାତିରେ ଫଳ ଖାଇବା ଉଚିତ୍ କି ?

ଅନେକ ଲୋକ ରାତିରେ ଶୋଇବା ପୂର୍ବରୁ ଫଳ ନଖାଇବାରୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଏହି ସମୟରେ ଫଳ ଖାଇଲେ ଯେ ସ୍ବାସ୍ଥ୍ୟ ଉପରେ କୌଣସି ଖରାପ ପ୍ରଭାବ ପଡେ ସେନେଇ କିଛି ପ୍ରମାଣ ନାହିଁ । ତେବେ କିୱି ଭଳି କିଛି ଫଳ ଖାଇବା ଦ୍ବାରା ରାତିରେ ଭଲ ନିଦ ହେଉଥିବା କୁହାଯାଏ । କାରଣ କିୱି ସେରୋଟୋନିନର ଏକ ଭଲ ଉତ୍ସ ଯାହାକି ନିଦରେ ବଡ ଭୂମିକା ଗ୍ରହଣ କରେ ।

Ref- https://www.health.com/when-to-eat-fruit-for-weight-loss-8671133

ଏହା ମଧ୍ୟ ପଢନ୍ତୁ:ଡାଇବେଟିସ୍‌ରୁ ହୃଦରୋଗ ଯାଏ, ଅଁଳା ଖାଇଲେ ମିଳିପାରେ ଏମିତି ଫାଇଦା

ଏହା ମଧ୍ୟ ପଢନ୍ତୁ:BP, ମଧୁମେହ ଓ ହାର୍ଟଆଟାକ୍ ରହିବ କୋଷେ ଦୂରରେ, ଯଦି ପ୍ରତିଦିନ କରିବେ ଏହି କାମ

Disclaimer- ଏଠାରେ ଦିଆଯାଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ABOUT THE AUTHOR

...view details