ETV Bharat / state

ନିଆରା ମେଲାଣି, ଚାପ ଖେଳି ବିଦାୟ ନିଅନ୍ତି ଜଗତଜନନୀ

ରାଜନଗରର ନିଆରା ମେଲାଣି । ନିଆରି ଢଙ୍ଗରେ ହୁଏ ମା’ ଦୁର୍ଗାଙ୍କ ବିସର୍ଜନ । ଚାପ ଖେଳି ବିଦାୟ ନିଅନ୍ତି ମା’ ।

author img

By ETV Bharat Odisha Team

Published : 2 hours ago

boat ride for maa durga
Boat ride for maa durga (ETV Bharat Odisha)

କେନ୍ଦ୍ରାପଡା: ରାଜନଗରରେ ଭିନ୍ନ ପରମ୍ପରା ନଦୀ ମଝିରେ ମା’ଙ୍କ ମେଲଣ । ସମଗ୍ର ରାଜ୍ୟରେ ଚାଲିଛି ଜଗତଜନନୀ ମା’ ଦୁଗତିନାଶିନୀଙ୍କର ମେଲାଣି ପର୍ବ । ପୂଜା ମଣ୍ଡପର କର୍ମକର୍ତ୍ତା ମାନେ ମା’ଙ୍କ ମେଲାଣି ଉତ୍ସବକୁ ବେଶ ଧୁମଧାମର ସହ ନାଚଗୀତ ଓ ଭକ୍ତି ଭାବରେ ମାଆଙ୍କର ମୃଣ୍ମୟୀ ମୂର୍ତ୍ତି ବିସର୍ଜନ କରିବା ପାଇଁ ଶୋଭାଯାତ୍ରାରେ ମେଢ଼ ଗୁଡିକ ବିଭିନ୍ନ ନଦୀ ନାଳରେ ବିସର୍ଜନ କରାଯାଉଛି । କିନ୍ତୁ କେନ୍ଦ୍ରାପଡା ଜିଲ୍ଲାର ଉପାନ୍ତ ରାଜନଗର ଅଞ୍ଚଳରେ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଠାରେ ରାଜାରାଜୁଡାଙ୍କ ଦ୍ଵାରା ଏକଦା ପ୍ରଚଳିତ ପରମ୍ପରାକୁ ସମ୍ମାନ ଜଣାଇ ବିଜୟା ଦଶମୀ ପର ଦିନ ଭିନ୍ନ ଓ ନିଆରା ଢଙ୍ଗରେ ହଂସୁଆ ନଦୀ ମଝିରେ ଦୁର୍ଗତି ନାଶିନୀଙ୍କର ବିସର୍ଜନ କରାଯାଇଥାଏ ।

ଚାପ ଖେଳି ବିଦାୟ ନିଅନ୍ତି ମା’

ରାଜନଗର ହଁସୁଆ ନଦୀ ମଧ୍ୟରେ ଡଙ୍ଗାରେ ଚାପ ଖେଳି ନିଆରା ଭସାଣି ଅନୁଷ୍ଠିତ ହୋଇଛି । ରାଜନଗର ବଜାରରେ ପ୍ରତ୍ୟେକ ବର୍ଷ ୧୭ଟି ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଥାନ୍ତି । ୧୭ଟି ମେଢ଼ରୁ ଆଜି ୪ଟି ମେଢ଼କୁ ହଂସୁଆ ନଦୀରେ ପୂଜା ମଣ୍ଡପର କର୍ମକର୍ତ୍ତା ମାନେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଚାପ ଡଙ୍ଗାରେ ବିଜେ କରାଯାଇ ନୌକା ବିହାର କରାଇ ବିସର୍ଜନ କରାଇଥିଲେ । ଏପରି ଏକ ନିଆରା ଭସାଣୀ ଦୀର୍ଘ ଦୁଇ ଶହ ବର୍ଷ ପୁରୁଣା ବୋଲି କୁହନ୍ତି ସ୍ଥାନୀୟ ବାସିନ୍ଦା ।

ରାଜାରାଜୁଡା ଅମଳରୁ ଚାଲି ଆସିଛି ପ୍ରଥା:

ସ୍ଥାନୀୟ ବାସିନ୍ଦା କହିଛନ୍ତି, ‘ତତ୍କାଳୀନ କନିକା ରାଜା ଭୁଜବଳ ଭଞ୍ଜଦେଓଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ମେଳଣକୁ ସ୍ଥାନୀୟ ଲୋକେ କନିକା ରାଜା ଓ ରାଜ ପରିବାରକୁ ସମ୍ନାନ ଜଣାଇ ଏହି ପରମ୍ପରାକୁ ବଜାୟ ରଖିଛନ୍ତି । ପ୍ରଜା ଓ ଅଞ୍ଚଳକୁ ବ୍ୟାପି ଥିବା ମହାମାରୀ ଓ ପାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ମା’ଙ୍କର ପୂଜା ଆରମ୍ଭ ହୋଇଥିଲା । ରାଜାଙ୍କ ରାଜତ୍ବ ସମୟରେ ରାଜନଗରରେ ଗମନାଗମନର ସୁବିଧା ସ୍ଥଳ ପଥରେ ନଥିବାରୁ କନିକା ରାଜା ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜାର୍ଚ୍ଚନା କରି ହଂସୁଆ ନଦୀରେ ଡଙ୍ଗାରେ ମା’ଙ୍କୁ ସାତ ଥର ନାଵକେଳି କରି ହଂସୁଆ ନଦୀରେ ମା’ଙ୍କୁ ବିସର୍ଜନ କରୁଥିଲେ । ଯଦିଓ ରାଜା ରାଜୁଡା ଅମଳ ଆଉ ନାହିଁ ତଥାପି ସ୍ଥାନୀୟ ଲୋକେ ରାଜାଙ୍କ ଦ୍ଵାରା ପ୍ରଚଳିତ ପରମ୍ପରା ଓ ଐତିହ୍ୟକୁ ସମ୍ମାନ ଜଣାଇ ଏହି ପରମ୍ପରାକୁ ଉଜ୍ଜିବିତ ରଖିଛୁ ।’

ରାଜା ଭୁଜବଳ ଭଞ୍ଜଦେବ କରିଥିଲେ ଆରମ୍ଭ:

ପୂର୍ବରୁ କେବଳ ମେଢ଼ ଥାନପତି ଦୁର୍ଗା ଯାହାକି ରାଜା ଭୁଜବଳ ଭଞ୍ଜଦେବଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା । ସେହି ମେଢ଼ ନାଵକେଳି କରି ହଂସୁଆ ନଦୀରେ ବିସର୍ଜନ କରାଯାଉଥିଲା । ପ୍ରାୟ ଦୁଇ ଦଶନ୍ଧି ହେବ ପ୍ରତ୍ୟେକ ବର୍ଷ ଥାନପତି ଦୁର୍ଗା ମେଢ଼ ସହ ସାରଳା ମେଢ଼, ଗଙ୍ଗାମାତା ଓ ବନଦୁର୍ଗା ଏହି ମେଳଣରେ ସାମିଲ ହୋଇଥାନ୍ତି । ହଂସୁଆ ନଦୀରେ ୭ଘେରା ନାଵକେଳି କରି ଏକ ସଙ୍ଗେ ବୁଲିବା ପରେ ବିସର୍ଜନ ହୋଇଥାନ୍ତି । ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି ଗୋପାଳ ଜାତିର ପୁରୁଷ ମାନେ ଏହି ୪ଟି ମେଢ଼କୁ ପୂଜା ମଣ୍ଡପରୁ କାନ୍ଧେଇ ଆଣିଥାନ୍ତି ହଂସୁଆ ନଦୀ ପାଖକୁ ଡଙ୍ଗାରେ ନାବକେଳି କରିବା ପାଇଁ ।

ଏହା ମଧ୍ୟ ପଢନ୍ତୁ:

ଆଜି ମାଆଙ୍କ ମେଲାଣି, ଭସାଣି ପାଇଁ ଟ୍ରାଫିକ କଟକଣା, ବନ୍ଦ ରହିବ ରାଜଧାନୀର ଏହି ୩ ମୁଖ୍ୟ ରାସ୍ତା

ମଙ୍ଗଳାବାଗର ନିଆରା ପରମ୍ପରା, ଦର୍ପଣ ସାହାଯ୍ୟରେ ପିତ୍ତଳ ପାତ୍ରରେ ମା'ଙ୍କୁ ବିସର୍ଜନ

କାହିଁକି ଦଶମୀରେ ମା’ଙ୍କୁ ଦହି ପଖାଳ ଲାଗି କରାଯାଏ, କାହିଁକି ହୁଏ ସିନ୍ଦୁର ଖେଳ ? କଣ ଏହି ପରମ୍ପରା

ଦୁର୍ଗା ପୂଜାରେ ମା’ଙ୍କୁ ବି ଛାଡିଲେନି, 15 ଲକ୍ଷ ଟଙ୍କାର ସୁନା ରୂପା ଚୋରାଇ ନେଲେ

ମେଲଣ ପାଇଁ ବ୍ୟାପକ ବ୍ୟବସ୍ଥା:

ଜିଲ୍ଲାରୁ ହଜାର ହଜାର ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଏହି ମେଲଣରେ ସାମିଲ ହୋଇଥାନ୍ତି । ହଂସୁଆ ନଦୀ କୂଳରେ ଏପରି ଏକ ନିଆରା ଭସାଣି ଉତ୍ସବ ଦେଖିବା ପାଇଁ। ୪ଟି ମେଢ଼ ନଦୀ ମଝିରେ ନୌକା ବିହାର କରିବା ସହ ପୂଜା ମଣ୍ଡପର କର୍ମକର୍ତ୍ତା ମାନେ ଡଙ୍ଗାରେ ନାଚିବା ବେଶ ମନୋରମ ହୋଇଥାଏ । ଏଭଳି ଏକ ନିଆରା ମେଲଣ ଅନୁଷ୍ଠିତ ହୋଉଥିବାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ନଦୀରେ କୌଣସି ଅଘଟଣ ଯେପରି ନ ହୁଏ ସେଥି ପ୍ରତି ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.