ETV Bharat / entertainment

ଅଭିନେତା ସୈଫ ଅଲି ଖାନଙ୍କୁ ଛୁରାମାଡ଼ - SAIF ALI KHAN ATTACKED

ଅଭିନେତା ସୈଫ ଅଲି ଖାନଙ୍କୁ ମରଣାତ୍ମକ ଆକ୍ରମଣ । ଘରେ ପଶି ଛୁରୀରେ 6ଥର ଆକ୍ରମଣ କରିଛି ଦୁବୃର୍ତ୍ତ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ।

Saif Ali Khan Injured In Knife Attack
Saif Ali Khan Injured In Knife Attack (ETV Bharat)
author img

By ETV Bharat Entertainment Team

Published : Jan 16, 2025, 9:26 AM IST

ହାଇଦ୍ରାବାଦ: ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଛୁରାମାଡ଼ । ଅଭିନେତାଙ୍କ ମୁମ୍ୱାଇର ବାନ୍ଦ୍ରା ସ୍ଥିତ ଘରେ ପଶି ଅଭିନେତାଙ୍କୁ ଛୁରୀରେ ଆକ୍ରମଣ କରିଛି ଦୁବୃର୍ତ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍ସ ଚିନ୍ତିତ ହୋଇଛନ୍ତି । ସେପଟେ ଘଟଣାରେ ବାନ୍ଦ୍ରା ପୋଲିସ ମାମଲା ରୁଜୁ କରି ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି ।

ଚୋରି ଉଦ୍ୟମରେ ସୈଫଙ୍କ ଘରେ ପଶି ଛୁରାମାଡ଼ କଲା ଦୁବୃର୍ତ୍ତ

ସୂଚନା ଅନୁସାରେ, ବାନ୍ଦ୍ରା ଅଞ୍ଚଳରେ ଥିବା ଅଭିନେତାଙ୍କ ଘରେ ମଧ୍ୟରାତ୍ରିରେ ଏହି ଘଟଣା ଘଟିଛି । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଜଣେ ଅଜଣା ବ୍ୟକ୍ତି ସୈଫଙ୍କ ଘରେ ପଶି ଚୋରି ଉଦ୍ୟମ କରିଥିଲେ । ଏହି ସମୟରେ ତାଙ୍କ ଘରୋଇ କର୍ମଚାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଯେତେବେଳେ ଅଭିନେତା ଏଥିରେ ହସ୍ତକ୍ଷେପ କରିଥିଲେ, ସେତେବେଳେ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା । ଯାହା ପରେ ଦୁବୃର୍ତ୍ତ ଅଭିନେତାଙ୍କୁ ଛୁରୀରେ ଏକାଧିକ ଥର ଆକ୍ରମଣ କରିଥିଲା ।

ସୈଫ ଅଲି ଖାନଙ୍କ ଚାଲିଛି ଅସ୍ତ୍ରୋପଚାର

ସୈଫଙ୍କ କର୍ମଚାରୀମାନେ ତାଙ୍କୁ ଚିକିତ୍ସା କରାଇବା ପାଇଁ ଦୌଡ଼ିବା ଫଳରେ ଏହାର ସୁଯୋଗ ନେଇ ଦୁବୃର୍ତ୍ତ ସେଠାରୁ ଖସି ଫେରାର୍ ହୋଇଥିଲା । ଯାହା ପରେ ସୈଫ ଅଲି ଖାନଙ୍କୁ ଗୁରୁତର ଆହତ ଅବସ୍ଥାରେ ବାନ୍ଦ୍ରାର ଲୀଲାବତୀ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି । ଘଟଣାର ଖବର ପାଇ ବାନ୍ଦ୍ରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୈଫଙ୍କୁ 6 ଥର ଛୁରାମାଡ଼

ଲୀଲାବତୀ ହସ୍ପିଟାଲର ଡାକ୍ତର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଅଭିନେତାଙ୍କୁ 6ଥର ଛୁରା ମାଡ଼ କରାଯାଇଛି । ଯାହା ମଧ୍ୟରୁ ଦୁଇଟି ସ୍ଥାନରେ ହୋଇଥିବା ଛୁରାମାଡ଼ରେ ଗଭୀର ଆଘାତ ଲାଗିଛି । ଲୀଲାବତୀ ହସ୍ପିଟାଲର ସିଇଓ ଡାକ୍ତର ନିରଜ ଉତ୍ତମମଣି କହିଛନ୍ତି ଯେ ସୈଫଙ୍କୁ ତାଙ୍କ ବାନ୍ଦ୍ରା ଘରେ ଜଣେ ଅଜ୍ଞାତ ବ୍ୟକ୍ତି ଛୁରା ମାଡ଼ କରିଥିଲେ ଏବଂ ତାଙ୍କୁ ସକାଳ 3:30 ରେ ଅଣାଯାଇଥିଲା । ଉତ୍ତମମଣି କହିଛନ୍ତି ଯେ ସୈଫଙ୍କ ଶରୀରରେ ଛଅଟି ଛୁରା ମାଡ଼ ହୋଇଛି ଏବଂ ଦୁଇଟି ଗଭୀର । ଏହା ମେରୁଦଣ୍ଡ ନିକଟରେ ହୋଇଛି । ନ୍ୟୁରୋସର୍ଜନ ଡାକ୍ତର ନୀତିନ ଡାଙ୍ଗେ, କସମେଟିକ୍ ସର୍ଜନ ଡାକ୍ତର ଲୀନା ଜୈନ ଆନାସ୍ଥେସିଆଲୋଜିଷ୍ଟ ଡାକ୍ତର ନିଶା ଗାନ୍ଧୀଙ୍କ ନେତୃତ୍ୱରେ ଡାକ୍ତରଙ୍କ ଏକ ଟିମ ତାଙ୍କର ଅସ୍ତ୍ରୋପଚାର କରୁଛନ୍ତି ।

ସୈଫଙ୍କ ଟିମର ବୟାନ

54 ବର୍ଷୀୟ ଅଭିନେତାଙ୍କ PR ଟିମଙ୍କ କହିବା ଅନୁସାରେ, ''ଚୋରି ଉଦ୍ୟମରେ ସୈଫଙ୍କ ଘରେ ପଶିଥିଲା ଦୁବୃର୍ତ୍ତ । ବର୍ତ୍ତମାନ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର ହୋଇଛି । ଆମେ ଗଣମାଧ୍ୟମ ଏବଂ ପ୍ରଶଂସକମାନଙ୍କୁ ଧୈର୍ଯ୍ୟ ରଖିବାକୁ ଅନୁରୋଧ କରୁଛୁ । ଏହା ପୋଲିସ ମାମଲା । ଆମେ ଆପଣଙ୍କୁ ପରିସ୍ଥିତି ଉପରେ ଅପଡେଟ ଦେବୁ ।" ଅନ୍ୟପକ୍ଷରେ, ସୈଫଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଏବଂ ସେମାନଙ୍କ ଶିଶୁ ତୈମୁର ଏବଂ ଜେହ ସୁରକ୍ଷିତ ଅଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ସୈଫଙ୍କ ବିଷୟରେ କଥାବାର୍ତ୍ତା କରି କାନ୍ଦି ପକାଇଲେ କରୀନା, ଫ୍ୟାନ୍ସ କହିଲେ ଏମିତି

କରୀନା କପୁର ଖାନଙ୍କ ଟିମଙ୍କ ବିବୃତ୍ତି

ଘଟଣା ନେଇ କରୀନାଙ୍କ ଟିମ ମଧ୍ୟ ବୟାନ ଜାରି କରିଛି । ଯେଉଁଥିରେ ଲେଖା ଅଛି,"ଗତକାଲି ରାତିରେ ସୈଫ ଅଲି ଖାନ ଏବଂ କରୀନା କପୁର ଖାନଙ୍କ ବାସଭବନରେ ଚୋରି କରିବାକୁ ଉଦ୍ୟମ କରାଯାଇଥିଲା । ସୈଫଙ୍କ ହାତରେ ଆଘାତ ଲାଗିଥିଲା ​​ଯାହା ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ଏକ ପ୍ରକ୍ରିୟା ଚାଲିଛି । ପରିବାରର ଅନ୍ୟ ସଦସ୍ୟ ଭଲ ଅଛନ୍ତି । ଆମେ ଗଣମାଧ୍ୟମ ଏବଂ ପ୍ରଶଂସକମାନଙ୍କୁ ଧୈର୍ଯ୍ୟ ରଖିବାକୁ ଅନୁରୋଧ କରୁଛୁ ଏବଂ ପୋଲିସ ପୂର୍ବରୁ ସେମାନଙ୍କର ତଦନ୍ତ ଜାରି ରଖିଥିବାରୁ ଆଉ କୌଣସି ଅନୁମାନ ନକରିବାକୁ ଅନୁରୋଧ କରୁଛୁ । ଆପଣଙ୍କ ଚିନ୍ତା ପାଇଁ ସମସ୍ତଙ୍କୁ ଧନ୍ୟବାଦ । କରୀନା କପୁର ଖାନଙ୍କ ଟିମ୍ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.