ETV Bharat / health

ସାବଧାନ ! ଚା' ସହ ଭୁଲରେ ଖାଆନ୍ତୁନି ଏହିସବୁ ଖାଦ୍ୟ

କିଛି ଖାଦ୍ୟ ଏକାଠି ଖାଇଲେ ଶରୀର ପାଇଁ ଲାଭଦାୟକ ହୋଇଥାଏ ଓ ଆଉ କିଛି ଖାଦ୍ୟ ବିଷ ଭଳି କାମ କରେ । ଚା' ସହ ଭୁଲରେ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ ।

author img

By ETV Bharat Health Team

Published : 2 hours ago

ଚା' ସହ ଭୁଲରେ ଖାଆନ୍ତୁନି ଏହିସବୁ ଖାଦ୍ୟ
ଚା' ସହ ଭୁଲରେ ଖାଆନ୍ତୁନି ଏହିସବୁ ଖାଦ୍ୟ (ETV Bharat)

Tea with salty fried snacks: ଚା' ପ୍ରାୟ ସବୁ ଭାରତୀୟଙ୍କ ପସନ୍ଦ । ଖୁବ୍ କମ୍ ଲୋକ ଏମିତି ଥିବେ ଯେଉଁମାନେ ସକାଳ ସନ୍ଧ୍ୟାରେ ଚା' ପିଉନଥିବେ । ଅଧିକାଂଶ ଚା' ପ୍ରେମୀ ଚା' ସହ ବିସ୍କୁଟ, ମିକ୍ସଚର, ବରା, ପକୁଡି, ସିଙ୍ଗଡା ଆଦି ତେଲଛଣା ଏବଂ ଅନ୍ୟାନ୍ୟ ଚଟପଟା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ ଚା' ସହ ଏସବୁ ଖାଦ୍ୟ ଖାଉଥିଲେ ଏବେଠୁ ସାବଧାନ ହୋଇଯାଆନ୍ତୁ । ଆଜ୍ଞା ହଁ ! ଚା' ସହ ଲୁଣିଆ ଚଟପଟା ଖାଦ୍ୟ ଖାଇବା ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ବହୁତ ହାନିକାରକ ହୋଇପାରେ ।

ସାଧାରଣତଃ ଫ୍ରାଏଡ ଫୁଡ୍ ବା ତେଲ ଛଣା ଖାଦ୍ୟ ପେଟ ପାଇଁ ଭାରି ହୋଇଥିବାରୁ ହଜମ କରିବାରେ କଷ୍ଟକର ହୋଇଥାଏ । ଏହି ଖାଦ୍ୟରେ ଅସ୍ବାସ୍ଥ୍ୟକର ଫ୍ୟାଟ୍ ରହିଥାଏ । ଏହାକୁ ଖାଇବା ଦ୍ବାରା ବେଳେବେଳେ ପେଟ ଭଲ ଲାଗେନି ଓ ଅସହଜ ଅନୁଭବ ହୁଏ । ଚା' ସହ ଏହାକୁ ଖାଇଲେ ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ ।

ଏହି ଖବରରେ ଜାଣନ୍ତୁ ଚା' ସହ ଚଟପଟା ଖାଦ୍ୟ ଖାଇଲେ କ'ଣ ହୁଏ ସମସ୍ୟା

ଏସିଡିଟି ସମସ୍ୟା: ଯଦି ଆପଣ କ୍ଷୀର ଚା' ସହ ଶୁଖିଲା ଚଟପଟା ତେଲ ଛଣା ଖାଦ୍ୟ ଖାଉଥାନ୍ତି ତାହେଲେ ଏସିଡିଟି ସମସ୍ୟା ଭୋଗିପାରନ୍ତି । ଏଥିରେ ପେଟ ଓ ଛାତିରେ ଜଳାପୋଡା, ବାନ୍ତି ଲାଗିବା, ହାକୁଟି ଆସିବା, ପେଟ ଫୁଲିବା ଓ ମୁହଁରେ ଖଟା ସ୍ବାଦ ଆସିବା ଭଳି ଅନୁଭବ ହୋଇଥାଏ । ତେଣୁ ଚା' ସହ ଏସବୁ ଖାଦ୍ୟ ଖାଇବାରୁ ନିବୃତ୍ତ ରୁହନ୍ତୁ ।

ବଦହଜମୀ: କ୍ଷୀର ଚା' ସହ ମସାଲାଦାର ତଥା ଚଟପଟା ଖାଦ୍ୟ ଖାଇବା ଦ୍ବାରା ପାଚନ ତନ୍ତ୍ର ଉପରେ ଖରାପ ପ୍ରଭାବ ପଡିଥାଏ । ଏହାଦ୍ବାରା ପେଟ କାଟିବା, ଫୁଲିବା, ଭୋକ ନଲାଗିବା ଓ ବାନ୍ତି ଲାଗିବା ଭଳି ବଦହଜମୀ ସମସ୍ୟା ହୋଇପାରେ ।

ଡାଇରିଆ: କିଛି ଖାଦ୍ୟ ଏକାଠି ଖାଇଲେ ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ ଏବଂ ଆଉ କିଛି ଖାଦ୍ୟ ବିଷ ସଦୃଶ କାମ କରେ । ଠିକ୍ ସେହିପରି ଏକ ଖାଦ୍ୟ ସଂଯୋଜନ ହେଲା ଚା' ସହ ଚଟପଟା ନମକିନ । କ୍ଷୀର ଚା'ରେ ରହିଥିବା ଟାନିନ୍ ଓ ଲୁଣର ମିଶ୍ରଣ ପେଟ ଖରାପ କରିଥାଏ । ଯାହାଫଳରେ ପେଟ ଫୁଲିବା, ଯନ୍ତ୍ରଣା, ଡାଇରିଆ ଏବଂ ଅନ୍ୟାନ୍ୟ ପାଚନ ସମ୍ବନ୍ଧୀୟ ସମସ୍ୟା ଦେଖାଯିବାର ସମ୍ଭାବନା ଥାଏ ।

ଅନ୍ତଃନଳୀ ସ୍ବାସ୍ଥ୍ୟ ଉପରେ ପ୍ରଭାବ: ନମକିନ ଖାଦ୍ୟପଦାର୍ଥରେ ରହୁଥିବା ରିଫାଇନ୍ଡ କାର୍ବସ୍ ଖାଦ୍ୟ ହଜମରେ ଅଧିକ ସମୟ ଲଗାଏ, ଯାହା ଆପଣଙ୍କ ଅନ୍ତଃନଳୀ ସ୍ବାସ୍ଥ୍ୟକୁ ପ୍ରଭାବିତ କରିପାରେ । ଚା' ଓ ଲୁଣର ମିଶ୍ରଣ ଆଭ୍ୟନ୍ତରୀଣ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇପାରେ । ଏହାଦ୍ବାରା ଅନେକ ଦିନ ଧରି ହଜମ ସମସ୍ୟା ରହିପାରେ । ଅନେକ ଅଧ୍ୟୟନରେ ଖୁଲାସା ହୋଇଛି ଯେ, କ୍ଷୀର ଚା' ମଧ୍ୟ ସ୍ବାସ୍ଥ୍ୟ ପ୍ରତି ହାନିକାରକ । ଏହି କାରଣରୁ ନମକିନ ଖାଦ୍ୟପଦାର୍ଥ ସହ ଚା' ପିଇବା ଦ୍ବାରା ଅନ୍ତଃନଳୀ ସ୍ବାସ୍ଥ୍ୟକୁ ଗମ୍ଭୀର ହାନି ପହଞ୍ଚିପାରେ । ତେଣୁ ନିଜକୁ ସୁସ୍ଥ ରଖିବା ପାଇଁ ଏଭଳି ଭୁଲ୍ ଖାଦ୍ୟ ପାନୀୟ ସଂଯୋଜନ (Food combination)ରୁ ଦୂରେଇ ରହିବା ଉଚିତ୍ । ଏହା ବଦଳରେ ଆପଣ ଓଭେନ ଫ୍ରାଇଂ, ଏୟାର ଫ୍ରାଇଂ, ଗ୍ରୀଲଡ ଓ ସିଝା ଖାଦ୍ୟ ଖାଇପାରିବେ ।

Ref- https://www.ncbi.nlm.nih.gov/pmc/articles/PMC9829690/

ଏହା ମଧ୍ୟ ପଢନ୍ତୁ: BP, ମଧୁମେହ ଓ ହାର୍ଟଆଟାକ୍ ରହିବ କୋଷେ ଦୂରରେ, ଯଦି ପ୍ରତିଦିନ କରିବେ ଏହି କାମ

ଏହା ମଧ୍ୟ ପଢନ୍ତୁ: ଡାଇବେଟିସ୍‌ରୁ ହୃଦରୋଗ ଯାଏ, ଅଁଳା ଖାଇଲେ ମିଳିପାରେ ଏମିତି ଫାଇଦା

Disclaimer- ଏଠାରେ ଦିଆଯାଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.