ଓଡିଶା

odisha

ETV Bharat / health

ହୃଦରୋଗରୁ ଦୂରେଇ ରଖିପାରିବ ଏହି ABCDE ଫର୍ମୁଲା, ବତାଇଲେ ଏମ୍ସ ଡାକ୍ତର - HEART DISEASE

ବିଶ୍ବରେ ମୃତ୍ୟୁର ସବୁଠୁ ବଡ କାରଣ ପାଲଟିଛି ହୃଦରୋଗ । ଏଥିରୁ ବର୍ତ୍ତିବା ପାଇଁ ଏମ୍ସ ଡାକ୍ତର ବତାଇଛନ୍ତି ABCDE ଫର୍ମୁଲା । ଜାଣନ୍ତୁ ତାହା କ'ଣ ?

heart disease prevention
heart disease prevention (ETV Bharat)

By ETV Bharat Health Team

Published : Nov 12, 2024, 1:27 PM IST

Updated : Nov 12, 2024, 3:18 PM IST

ଦିନକୁ ଦିନ ବଢିବାରେ ଲାଗିଛି ହୃଦରୋଗୀଙ୍କ ସଂଖ୍ୟା । ସମ୍ପ୍ରତି ହାର୍ଟଆଟାକ୍ ବିଶ୍ବରେ ମୃତ୍ୟୁର ସବୁଠୁ ବଡ କାରଣ ପାଲଟିଛି । ପୂର୍ବରୁ ବୟସାଧିକ ଲୋକଙ୍କୁ ଅଧିକ ହାର୍ଟଆଟାକ୍ ହେଉଥିବାବେଳେ ଏବେ କମ୍ ବୟସରୁ ଗ୍ରାସ କରୁଛି । ଯାହାର ପ୍ରମୁଖ କାରଣ ଖରାପ ଜୀବନଶୈଳୀ । ଏଥିପାଇଁ ସମସ୍ତେ ନିତିଦିନିଆ ଜୀବନରେ ଖାଦ୍ୟାଭ୍ୟାସ ପ୍ରତି ଯତ୍ନବାନ ହେବା ସହ ଶାରିରୀକ ଗତିବିଧି, ଓଜନ ନିୟନ୍ତ୍ରଣ, ମଦ-ଧୂମପାନ ବର୍ଜନ ଭଳି କେତେକ ଅଭ୍ୟାସ ଆପଣାଇବା ଆବଶ୍ୟକ । ଆପଣ 20 କିମ୍ବା 50 ବର୍ଷରୁ ଅଧିକ ବୟସର ହୁଅନ୍ତୁନା କାହିଁକି, ଜୀବନଶୈଳୀରେ ଏସବୁ ଛୋଟ ଛୋଟ ପରିବର୍ତ୍ତନ କରି ଆପଣ ହୃଦରୋଗ ଭଳି ମାରାତ୍ମକ ସ୍ବାସ୍ଥ୍ୟ ସମସ୍ୟା ଆଶଙ୍କା ହ୍ରାସ କରିପାରିବେ ।

ଅଧିକାଂଶ ହୃଦ୍ ଜନିତ ସମସ୍ୟା ଲକ୍ଷଣହୀନ ହୋଇଥାଏ । କାରଣ ଏହା ଅନେକ ବର୍ଷ ଧରି ଧୀରେ ଧୀରେ ବିକଶିତ ହୋଇଥାଏ । ଯାହାକି ହାର୍ଟଆଟାକ୍ ଓ ଷ୍ଟ୍ରୋକ ଭଳି ପ୍ରାଣଘାତି ସ୍ବାସ୍ଥ୍ୟ ସମସ୍ୟାର କାରଣ ପାଲଟେ । ଏହି ରୋଗରୁ ଦୂରେଇ ରହିବା ପାଇଁ ଆପଣ ନିଜ ଜୀବନଶୈଳୀରେ ABCDEF ଫର୍ମୁଲା ପାଳନ କରିବା ଉଚିତ୍ ବୋଲି କହିଛନ୍ତି ଏମ୍ସ ଭୋପାଳ, ଡାକ୍ତର ଅଜୟ ସିଂ ।

ABCDEF ଫର୍ମୁଲା କ'ଣ:

ଏମ୍ସ ଭୋପାଳ ଡାକ୍ତର ଅଜୟ ସିଂ କହିଛନ୍ତି, ଜୀବନଶୈଳୀରେ ଉନ୍ନତି ଏବଂ ହୃଦରୋଗରୁ ରକ୍ଷା ପାଇଁ ନିମ୍ନୋଲିଖିତ 6ଟି ଗୁରୁତ୍ବପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବା ଅତି ଜରୁରୀ । ଯେମିତିକି-

A (Addiction)- ଆଡିକ୍ସନ ଅର୍ଥାତ୍ ମଦ, ଧୂମପାନ ଭଳି ବଦଭ୍ୟାସ ଛାଡିବା ଉଚିତ୍ । କାରଣ ମଦ ଓ ସିଗାରେଟ ସେବନ ଦ୍ବାରା ହୃଦରୋଗ ଆଶଙ୍କା ବଢିଥାଏ । ତେଣୁ ସୁସ୍ଥ ହୃଦୟ ପାଇଁ ଏସବୁ ବଦଭ୍ୟାସରୁ ଦୂରେଇ ରୁହନ୍ତୁ ।

B (Blood pressure)-ବ୍ଲଡପ୍ରେସର ଅର୍ଥାତ୍ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ । ହାଇ ବ୍ଲାଡପ୍ରେସର ହୃଦରୋଗର ପ୍ରମୁଖ କାରଣ । ଏଥିରୁ ରକ୍ଷା ପାଇବା ପାଇଁ ନିୟମିତ ନିଜ ବ୍ଲଡପ୍ରେସର ଯାଞ୍ଚ କରିବା ସହ ଚିକିତ୍ସା ଜରୁରୀ ।

C (Cholesterol)-ରକ୍ତରେ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ହୃଦୟ ପାଇଁ ହାନିକାରକ ହୋଇଥାଏ । ଏହାକୁ ନିୟନ୍ତ୍ରିତ ରଖିବା ପାଇଁ ଖାଦ୍ୟାଭ୍ୟାସ ଓ ଜୀବନଶୈଳୀରେ ପରିବର୍ତ୍ତନ ଜରୁରୀ ।

D (Diabetes or Diet)- Dର ଅର୍ଥ ଡାଇବାଟିସ୍ ଓ ଡାଏଟ । ଡାଇବେଟିସ ହୃଦୟ ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ । ଏଥିପାଇଁ ସୁଗାର ସ୍ତର ନିୟନ୍ତ୍ରିତ ରଖିବା ଓ ସନ୍ତୁଳିତ ଖାଦ୍ୟ ଖାଇବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

E (Exercise)- ହୃଦୟ ସହ ସାମଗ୍ରିକ ସ୍ବାସ୍ଥ୍ୟ ପାଇଁ ନିୟମିତ ଏକ୍ସରସାଇଜ ବା ବ୍ୟାୟାମ କରିବା ଆବଶ୍ୟକ । ସପ୍ତାହରେ 5 ଦିନ 40 ମିନିଟ୍ ଚାଲିବା ଦରକାର । ଏଥିସହ ଯୋଗ, ପ୍ରାଣାୟମ କରିବା ଦ୍ବାରା ଶାରିରୀକ ଓ ମାନସିକ ସ୍ବାସ୍ଥ୍ୟ ଭଲ ରହେ ।

F (Fun)-ପରିବାର ଓ ସାଙ୍ଗସାଥୀଙ୍କ ସହ ସମୟ କଟାଇବା । ମାନସିକ ଚାପ କମ୍ କରିବାକୁ ପରିବାର ଓ ବନ୍ଧୁଙ୍କ ସହ ହସଖୁସିର ସମୟ ବିତାଇବା ଖୁବ ଜରୁରୀ । ଏହା ହୃଦୟ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ:ଶିଶୁଙ୍କୁ ନିମୋନିଆ ଭୟ; ଜାଣନ୍ତୁ ଏହି ରୋଗର କାରଣ, ଲକ୍ଷଣ ଓ ନିରାକରଣ

ଏହା ମଧ୍ୟ ପଢନ୍ତୁ:7 ଦିନରେ କମ୍ ହୋଇପାରିବ କି କୋଲେଷ୍ଟ୍ରଲ ? ଜାଣନ୍ତୁ କ'ଣ କହୁଛି ମେଡିକାଲ ସାଇନ୍ସ

ଏହା ମଧ୍ୟ ପଢନ୍ତୁ:ଫୁଲକୋବିରୁ ମିଳେ ଏମିତି ଫାଇଦା, ଖାଲି ସ୍ବାଦ ନୁହେଁ ସ୍ବାସ୍ଥ୍ୟ ପାଇଁ ବି ଉପକାରୀ

Last Updated : Nov 12, 2024, 3:18 PM IST

ABOUT THE AUTHOR

...view details