ହାଇଦ୍ରାବାଦ:ଆମ ଶରୀରରେ ଅଧିକାଂଶ ସଂକ୍ରମଣ ପାଟି ଦ୍ବାରା ବ୍ୟାପିଥାଏ । ତେଣୁ ପାଟିକୁ ସଫା କରିବା ପାଇଁ ନିୟମିତ ଭଲ ଭାବରେ ଦାନ୍ତ ଘଷିବା ଉଚିତ । କିନ୍ତୁ କିଛି ଲୋକ ବ୍ରଶ କରିବା ସମୟରେ କିଛି ଭୁଲ କରନ୍ତି । ଯାହା ସେମାନଙ୍କ ଦାନ୍ତ ସହ ଦାନ୍ତମାଢ଼ିକୁ ମଧ୍ୟ ପ୍ରଭାବିତ କରିଥାଏ । ଫଳରେ ଦାନ୍ତ ମାଢିରୁ ରକ୍ତ ପଡ଼ିବା ସହ ପାଟିରୁ ଦୁର୍ଗନ୍ଧ ବାହାରିଥାଏ । ଏହାସହ ଭଲରେ ଦାନ୍ତକୁ ବ୍ରଶ ନକରିବା ଦ୍ବାରା ଦାନ୍ତ ବିନ୍ଧିବା ସହ ପାଟିରେ ଅନେକ ସମସ୍ୟା ଦେଖାଦେଇଥାଏ । ତେବେ କେମିତି ବ୍ରଶ କରିବା ଉଚିତ ? ଦିନକୁ କେତେଥର ବ୍ରଶ କରିବା ଉଚିତ ? କେତେ ଦିନରେ ଥରେ ବ୍ରଶକୁ ବଦଳାଇବା ଉଚିତ ? କେଉଁ ପ୍ରକାରର ବ୍ରଶ ବ୍ୟବହାର କରିବା ଉଚିତ ? ସେନେଇ ବରିଷ୍ଠ ଦନ୍ତ ଚିକିତ୍ସକ ଡାକ୍ତର ବିକାଶ ଗୌଡ଼ା ସୂଚନା ଦେଇଛନ୍ତି ।
କେତେ ଦିନରେ ବଦଳାଇବେ ଟୁଥବ୍ରଶ:
ଏନେଇ ଡାକ୍ତର ବିକାଶ ଗୌଡ଼ା କହିଛନ୍ତି ଯେ, ପାଟିର ସୁରକ୍ଷା (Oral Healt) ପାଇଁ ଗୋଟିଏ ଟୁଥବ୍ରଶକୁ ଦୀର୍ଘଦିନ ଧରି ବ୍ୟବହାର କରିବା ଅନୁଚିତ । ବ୍ରଶକୁ 3 ମାସରେ ଥରେ ବଦଳାଇବା ଉଚିତ । ଏପରିକି ଜଣେ ବ୍ୟକ୍ତି ଅସୁସ୍ଥ ଥିବା ବେଳେ ତୁରନ୍ତ ବ୍ରଶକୁ ବଦଳାଇବା ଉଚିତ । ବହୁ ଦିନ ଧରି ଗୋଟିଏ ଟୁଥ୍ ବ୍ରଶକୁ ବ୍ୟବହାର କରିବା ଦ୍ବାରା ବ୍ରଶରେ ବ୍ୟାକ୍ଟେରିଆ ଜମା ହେବା ସହ ସଂକ୍ରମଣ ବଢ଼ିବାର ଆଶଙ୍କା ଅଧିକ ରହିଛି । ପ୍ରତିଦିନ 2 ଥର (ସକାଳ ଓ ରାତି)ରେ ବ୍ରଶ କରିବା ଉଚିତ । ଦୀର୍ଘ ସମୟ ଧରି ବ୍ରଶ କରିବା ଅପେକ୍ଷା ଭଲ ଟୁଥପେଷ୍ଟ ନେଇ ମାତ୍ର 2ରୁ 4 ମିନିଟ ପର୍ଯ୍ୟନ୍ତ ବ୍ରଶ କରିବା ଦ୍ବାରା ଦାନ୍ତ ସୁସ୍ଥ ରହେ ।
କେମିତି କରିବେ ଦାନ୍ତ ସଫା: