ଓଡିଶା

odisha

By ETV Bharat Health Team

Published : 5 hours ago

ETV Bharat / health

ଶରୀର ପାଇଁ ଅମୃତ ସମାନ ଅମୃତଭଣ୍ଡା ! ଏହିସବୁ ରୋଗରୁ କରିପାରେ ରକ୍ଷା - Health benefits of Papaya

Papaya Health Benefits: ସ୍ବାସ୍ଥ୍ୟ ପାଇଁ ଅମୃତ ସମାନ ଅମୃତଭଣ୍ଡା । ଏଥିରେ ଅନେକ ଭିଟାମିନ, ମିନେରାଲ ଓ ଆଣ୍ଟିଅକ୍ସିଡାଣ୍ଟ ରହିଛି ଯାହା ଆମ ଶରୀରକୁ ବିଭିନ୍ନ ମାରାତ୍ମକ ରୋଗରୁ ରକ୍ଷା କରିଥାଏ । ଅଧିକ ପଢନ୍ତୁ

ଶରୀର ପାଇଁ ଅମୃତ ସମାନ ଅମୃତଭଣ୍ଡା ! ଏହିସବୁ ରୋଗରୁ କରିପାରେ ରକ୍ଷା
ଶରୀର ପାଇଁ ଅମୃତ ସମାନ ଅମୃତଭଣ୍ଡା ! ଏହିସବୁ ରୋଗରୁ କରିପାରେ ରକ୍ଷା (ETV Bharat)

Papaya Health Benefits: ଆପଣଙ୍କୁ ଅମୃତଭଣ୍ଡା ଖାଇବା ପସନ୍ଦ କି ? ଏହି ଫଳ କେବଳ ସ୍ବାଦିଷ୍ଟ ନୁହେଁ, ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣରେ ଭରପୂର ମଧ୍ୟ । ଆମେ ଉଭୟ କଞ୍ଚା ଓ ପାଚିଲା ଅମୃତ ଭଣ୍ଡା ଖାଇଥାଉ । ଅମୃତଭଣ୍ଡାରେ ଭିଟାମିନ ଏ, ଭିଟାମିନ ସି, ପ୍ରୋଟିନ, କାର୍ବୋହାଇଡ୍ରେଟ୍ସ, ଫୋଲେଟ, କପର, ଫାଇବର ପୋଟାସିୟମ, କ୍ୟାଲେସିୟମ, ମ୍ୟାଗ୍ନେସିୟମ ଭଳି ନ୍ୟୁଟ୍ରିଏନ୍ସ ରହିଥାଏ । ସେହିପରି ଏହା ଶକ୍ତିଶାଳୀ ଆଣ୍ଟିଅକ୍ସାଡାଣ୍ଟ ଗୁଣରେ ମଧ୍ୟ ଭରପୂର । ଯାହାଫଳରେ ଏହାକୁ ଖାଇବା ଦ୍ବାରା ଅନେକ ମାରାତ୍ମକ ରୋଗରୁ ରକ୍ଷା ମିଳିଥାଏ । ଆପଣ ପାଚିଲା ଅମୃତଭଣ୍ଡା କାଟିକି ଖାଇପାରିବେ ନହେଲେ ଜୁସ୍ କରି ପିଇପାରିବେ ।

ଅମୃତଭଣ୍ଡା ସ୍ବାଦିଷ୍ଟ ହେବା ସଙ୍ଗେ ସଙ୍ଗେ ବହୁ ପୋଷକ ତତ୍ତ୍ବରେ ଭରପୂର । ଏହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ । ଯେମିତିକି:-

ସୁଗାର ନିୟନ୍ତ୍ରଣ କରେ:ଡାଇବେଟିସ୍ ରୋଗୀଙ୍କ ପାଇଁ ଅମୃତଭଣ୍ଡା ଏକ ଭଲ ଫଳ । ଏଥିରେ ଫାଇବର ଥିବାରୁ ଏହା ରକ୍ତରେ ସୁଗାର ସ୍ତର ହ୍ରାସ କରେ । ଟାଇପ୍-2 ଡାଇବେଟିସ୍ ପୀଡିତ ଲୋକଙ୍କ ବ୍ଲଡ ସୁଗାର ନିୟନ୍ତ୍ରଣ କରିବା ସହ ଲିପିଡ୍ ଓ ଇନସୁଲିନ ସ୍ତରରେ ସୁଧାର ଆଣେ । ଗୋଟିଏ ଛୋଟ ଅମୃତଭଣ୍ଡାରେ ପାଖାପାଖି 3 ଗ୍ରାମ ଫାଇବର ଓ 17 ଗ୍ରାମ କାର୍ବୋହାଇଡ୍ରେଟ ଥାଏ ।

ହଜମ ପ୍ରକ୍ରିୟା ଉନ୍ନତ କରେ: ଏଥିରେ ଫାଇବର ଓ ପାଣି ମାତ୍ରା ଅଧିକ ଥାଏ, ଯାହା କୋଷ୍ଠକାଠିନ୍ୟରୁ ରକ୍ଷା କରିବା ସହ ଏଥିରେ ଥିବା ପାପେନ ଏନଜାଇମ ହଜମ ପ୍ରକ୍ରିୟା ଉନ୍ନତ କରେ । କେବଳ ଅମୃତ ଭଣ୍ଡା ନୁହେଁ, ଏହାର ମଞ୍ଜି ଓ ପତ୍ର ମଧ୍ୟ ବେଶ୍ ସ୍ବାସ୍ଥ୍ୟ ଉପଯୋଗୀ ।

ହୃଦୟ ସ୍ବାସ୍ଥ୍ୟ ପାଇଁ ଭଲ:ନିୟମିତ ଅମୃତଭଣ୍ଡା ଖାଇବା ଦ୍ବାରା ହୃଦୟ (ହାର୍ଟ) ସୁସ୍ଥ ରହିଥାଏ । ଏଥିରେ ଥିବା ଭିଟାମିନ-ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ହୃଦରୋଗର ଆଶଙ୍କା କମ୍ କରିଥାଏ । ଏଥିସହ ଶରୀରରେ ଭଲ କୋଲେଷ୍ଟ୍ରଲ ପ୍ରଭାବ ବୃଦ୍ଧି କରିଥାଏ ।

କ୍ୟାନ୍ସର ଆଶଙ୍କା କମାଏ: ଗବେଷକମାନେ କୁହନ୍ତି, ଅମୃତଭଣ୍ଡାରେ ଥିବା ଲିକୋପେନ (Lycopene) ଆଣ୍ଟିଅକ୍ସିଡାଣ୍ଟ ଶରୀରରେ କ୍ୟାନ୍ସର ଆଶଙ୍କା କମ୍ କରେ । କ୍ୟାନ୍ସର ଚିକିତ୍ସିତ ହେଉଥିବା ଲୋକେ ଏହାକୁ ସେବନ କରିବା ଲାଭଦାୟକ । ଏହା କ୍ୟାନ୍ସର ସୃଷ୍ଟିକାରୀ ଫ୍ରି ରାଡିକଲ୍ସ କମ୍ କରିବାରେ ସାହାଯ୍ୟ କରେ ।

ତ୍ବଚାକୁ ସୁରକ୍ଷା ଦିଏ:ଅମୃତଭଣ୍ଡା ତ୍ବଚା ପାଇଁ ଖୁବ୍ ଉପଯୋଗୀ । ଏଥିରେ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥିବାରୁ ଏହା ତ୍ବଚାକୁ ହାନିକାରକ ସୂର୍ଯ୍ୟକିରଣରୁ (ସନ୍ ଡ୍ୟାମେଜ) ରକ୍ଷା କରେ । ଭିଟାମିନ-ସି ଓ ଲିକୋପେନ ତ୍ବଚାରେ ବୟସର ଛାପ (aging) କମ୍ କରେ । ଚର୍ମ କୁଞ୍ଚନ ସମସ୍ୟା ଦେଖାଯାଏନି ।

ହାଡ ମଜଭୁତ: ଅମୃତଭଣ୍ଡାରେ ଭିଟାମିନ-କେ ଥାଏ ଯାହାକି ସ୍ବାସ୍ଥ୍ୟ ପାଇଁ ଜରୁରୀ । ଶରୀରରେ ଏହି ଭିଟାମିନ ଅଭାବ ହେଲେ ହାଡ ଦୁର୍ବଳ ହୋଇଥାଏ । ଫଳରେ ସାମାନ୍ୟ ଆଘାତରେ ହାଡ଼ ଭାଙ୍ଗିବାର ଆଶଙ୍କା ଅଧିକ ଥାଏ । ତେଣୁ ନିୟମିତ ଅମୃତଭଣ୍ଡା ଖାଇଲେ ଶରୀରକୁ ସଠିକ୍ କ୍ୟାଲେସିୟମ ମିଳିଥାଏ ଓ ହାଡ ମଜଭୁତ ହୁଏ ।

ଆସ୍ଥାମା ରୋଗୀଙ୍କ ପାଇଁ ଉପକାରୀ:ଅଧିକ ମାତ୍ରାରେ ଫଳ ଓ ପନିପରିବା ଖାଇବା ଫଳରେ ଆସ୍ଥାମା ଆଶଙ୍କା ହ୍ରାସ ପାଇଥାଏ । ଅମୃତଭଣ୍ଡାରେ ଆଣ୍ଟିଅକ୍ସିଡାଣ୍ଟ, ଫାଇବର ଓ ଭିଟାମିନ-ଡି ଭଳି ଉପାଦାନ ରହିଛି, ଯାହା ଆସ୍ଥାମା ରୋଗୀଙ୍କ ପାଇଁ ବେଶ୍ ଉପଯୋଗୀ । Ref- https://www.healthline.com/nutrition/8-proven-papaya-benefits

ଏହା ମଧ୍ୟ ପଢନ୍ତୁ:ଦାନ୍ତରୁ ରକ୍ତ ଓ ମୁଖ ଦୁର୍ଗନ୍ଧ ବାହାରୁଥିଲେ, ହୋଇପାରେ ଏହି ସମସ୍ୟା - Pyorrhea Cause and treatments

ଏହା ମଧ୍ୟ ପଢନ୍ତୁ:ଗାଡିରେ ଯାତ୍ରା କଲେ ବାନ୍ତି ହେଉଛି କି ? ଚିନ୍ତା କରନ୍ତୁନି, ଆପଣାନ୍ତୁ ଏହି ଘରୋଇ ଟିପ୍ସ - Motion sickness prevention

Disclaimer-ଏଠାରେ ଦିଆଯାଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ABOUT THE AUTHOR

...view details