ହାଇଦ୍ରାବାଦ:ଆଜିକାଲି ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଖାଦ୍ୟପେୟ ପ୍ରତି ଅସାବଧାନତା ଯୋଗୁଁ ଲୋକମାନେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲୋକମାନେ ଲଗାତାର ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆଜିକା ସମୟରେ, କିଡନୀ ଷ୍ଟୋନ ମଧ୍ୟ ଏକ ସାଧାରଣ ରୋଗ ହୋଇଗଲାଣି । ଶରୀରରେ ଏହି ସମସ୍ୟା ଦେଖାଦେଲେ ଏହାର ଯନ୍ତ୍ରଣା ଅସହ୍ୟ ହୋଇପାରେ ।
କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ରକ୍ତ ସଫା କରିବା ଏବଂ ପରିସ୍ରା ଉତ୍ପାଦନ କରିବା ହେଉଛି ଏହାର କାମ । ଏହା ବ୍ୟତୀତ, ଖାଦ୍ୟ ଏବଂ ପାନୀୟରୁ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ କିଡନୀ କାମ କରେ । କିନ୍ତୁ ଯେତେବେଳେ ଏହି ବିଷାକ୍ତ ପଦାର୍ଥଗୁଡ଼ିକ କିଡନୀରୁ ସମ୍ପୂର୍ଣ୍ଣ ଭାବରେ ବାହାରକୁ ବାହାରି ନ ଥାଏ, ସେତେବେଳେ ଏଗୁଡ଼ିକ ଧିରେ ଧିରେ ଜମା ହୋଇ ଷ୍ଟୋନ ବା ପଥରର ରୂପ ନେଇଥାଏ । ଯଦି ସଠିକ ସମୟ ମଧ୍ୟରେ ଏହାର ଚିକିତ୍ସା କରା ନ ଯାଏ, ତେବେ ଏହି ସାଧାରଣ ସମସ୍ୟା କିଡନୀକୁ କ୍ଷତି ପହଞ୍ଚାଇ ଅକାମୀ କରିପାରେ ।
- ପେଟ ଏବଂ ଆଖପାଖରେ ଯନ୍ତ୍ରଣା
- ପରିସ୍ରା କରିବା ସମୟରେ ଯନ୍ତ୍ରଣା କିମ୍ବା ଜଳାପୋଡ଼ା
- ପରିସ୍ରାରେ ରକ୍ତ ପଡ଼ିବା
- ଦୁର୍ଗନ୍ଧଯୁକ୍ତ ପରିସ୍ରା ହେବା
- ଲାଲ, ମାଟିଆ କିମ୍ବା ଗୋଲାପୀ ରଙ୍ଗର ପରିସ୍ରା ହେବା
- ବାନ୍ତି କରିବା
- ବାରମ୍ବାର ବାନ୍ତି ଲାଗିବା
- ରଙ୍ଗହୀନ ପରିସ୍ରା ହେବା
- ବାରମ୍ବାର ପରିସ୍ରା ହେବା
- ଜ୍ୱର ଏବଂ ଥଣ୍ଡା ଲାଗି ରହିବା
- ଅଳ୍ପ ପରିମାଣରେ ପରିସ୍ରା କରିବା
କିଡନୀ ଷ୍ଟୋନ ସମସ୍ୟା ଥିଲେ ଏସବୁ ସେବନ କରନ୍ତୁ:
ତୁଳସୀପତ୍ର: ତୁଳସୀପତ୍ରରେ ଥିବା ଉପାଦାନଗୁଡ଼ିକ ଶରୀରରେ ୟୁରିକ୍ ଏସିଡର ସ୍ତରକୁ ନିୟନ୍ତ୍ରଣ କରିବାରେ ଉପଯୋଗୀ ହୋଇଥାଏ । |
ପାଣି: ଯଦି ଆପଣଙ୍କର କିଡନୀରେ ଷ୍ଟୋନ ଅଛି, ତେବେ ଦିନକୁ ଅତି କମରେ 12 ଗ୍ଲାସ ପାଣି ପିଅନ୍ତୁ । ପାଣି ସାହାଯ୍ୟରେ କିଡନୀ ଷ୍ଟୋନ ଶରୀରରୁ ଶୀଘ୍ର ବାହାରକୁ ବାହାରିଯାଏ । |
ଲେମ୍ବୁ ରସ: ଲେମ୍ବୁ ରସ କିଡନୀ ଷ୍ଟୋନ୍ ହେବାର ଆଶଙ୍କାକୁ ବହୁତ ପରିମାଣରେ ହ୍ରାସ କରେ । ଏହା କିଡନୀ ଷ୍ଟୋନର ଆକାର କମାଇବାରେ ମଧ୍ୟ କାମ କରିଥାଏ । |
ଏହି ଜିନିଷଗୁଡ଼ିକ ଖାଇବା ଉଚିତ୍ ନୁହେଁ:
ନିରାମିଷ ଖାଦ୍ୟ: