ହାଇଦ୍ରାବାଦ: ପ୍ରାୟ ସମସ୍ତେ ଶୋଇବା ସମୟରେ ସ୍ବପ୍ନ ଦେଖିଥାନ୍ତି । ଅନେକ ଲୋକ ଶୋଇବା ବେଳେ ଅଜବ ଗଜବ ସ୍ୱପ୍ନ ଦେଖନ୍ତି । ଏହା ମଧ୍ୟରୁ ଗୋଟିଏ ହେଉଛି ଶାରୀରିକ ସମ୍ପର୍କ ସହିତ ଜଡିତ ସ୍ୱପ୍ନ । ତେବେ ସ୍ୱପ୍ନରେ ନିଜ ଜୀବନସାଥୀଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିବା ଦେଖିବା ସାଧାରଣ କଥା, କାରଣ ଏହା ବ୍ୟକ୍ତିର ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । କେତେକ ପରିସ୍ଥିତିରେ, ଶାରୀରିକ ସମ୍ପର୍କର ସ୍ୱପ୍ନ ଶୁଭ ସଙ୍କେତ ଦେଇଥାଏ । ବେଳେବେଳେ ଏହିପରି ସ୍ୱପ୍ନ ମଧ୍ୟ କିଛି ଅଶୁଭ ଘଟଣାକୁ ସୂଚିତ କରିଥାଏ । କିନ୍ତୁ ସ୍ୱପ୍ନ ଶାସ୍ତ୍ରରେ, ଏହି ସମସ୍ତ ସ୍ୱପ୍ନର ଉଭୟ ଶୁଭ ଏବଂ ଏହା ପଛରେଥିବା କାରଣ ବିସୟରେ ଲେଖା ଯାଇଇଛି । ତେବେ ଶାରୀରିକ ସମ୍ପର୍କ ସହିତ ଜଡିତ ବିଭିନ୍ନ ସ୍ୱପ୍ନର ପଛରେ କେଉଁ ସଂକେତ ରହିଛି ଆସନ୍ତୁ ଜାଣିବା ।
ଜୀବନସାଥୀ ସହିତ ଶାରୀରିକ ସମ୍ପର୍କ ରଖିବା :
ସ୍ବପ୍ନ ଶାସ୍ତ୍ର ଅନୁଯାୟୀ, ଯଦି ବିବାହିତ ଲୋକମାନେ ସ୍ୱପ୍ନରେ ନିଜ ଜୀବନସାଥୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ଦେଖନ୍ତି, ତେବେ ଏହା ଆପଣଙ୍କ ବୈବାହିକ ଜୀବନରେ ସୁଖ ଆସିବାର ସଙ୍କେତ ଦିଏ । ପତିପତ୍ନୀଙ୍କ ମଧ୍ୟରେ ଶାରୀରିକ ଏବଂ ମାନସିକ ଭାବରେ ସମ୍ପର୍କ ଭାବରେ ସୁଦୃଢ଼ ହେବ । ଉଭୟଙ୍କ ଜୀବନରେ ପ୍ରେମ ବୃଦ୍ଧି ପାଇବ । ଏହା ସହ ଜୀବନସାଥୀଙ୍କ ସହିତ ରୋମାଣ୍ଟିକ୍ ମୁହୂର୍ତ୍ତ ବିତାଇବାକୁ ମଧ୍ୟ ଏକ ସୁଯୋଗ ପାଇବେ ।
ଅବିବାହିତ ଲୋକଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା:
ଯଦି ଆପଣ ବିବାହିତ ନୁହଁନ୍ତି କିମ୍ବା ଆପଣ କୌଣସି ସଂପର୍କରେ ନାହାଁନ୍ତି, କିନ୍ତୁ ଯଦି ଆପଣ ସ୍ୱପ୍ନରେ ଜଣେ ଅଜଣା ଲୋକ ସହ ଶାରୀରିକ ସମ୍ପର୍କ ରଖିଥିବାର ସ୍ବପ୍ନ ଦେଖନ୍ତି, ତେବେ ଏହା ଏକ ଭଲ ସଙ୍କେତ । ସ୍ବପ୍ନ ଶାସ୍ତ୍ର ଅନୁଯାୟୀ, ଏହି ସ୍ୱପ୍ନର ଅର୍ଥ ହେଉଛି ଖୁବଶୀଘ୍ର ଆପଣଙ୍କର କାହା ସହ ପ୍ରେମ ସମ୍ପର୍କ ଗଢ଼ିଉଠିବ । ଦୀର୍ଘ ଦିନ ଧରି ପଡ଼ିରହିଥିବା କାର୍ଯ୍ୟ ଧୀରେ ଧୀରେ ସମାପ୍ତ ହେବ । ଏପରିକି ଶୀଘ୍ର ଆପଣଙ୍କ ବିବାହ ସ୍ଥିର ହୋଇପାରେ ।
ପ୍ରେମୀକା/ପ୍ରେମିକ ସହିତ ଶାରୀରିକ ସମ୍ପର୍କ ରଖିବା :