ଓଡିଶା

odisha

ETV Bharat / health

କମ୍ ବୟସରୁ ଚୁଟି ପାଚିଯାଉଥିଲେ କରନ୍ତୁ ଏହି କାମ - Solution for gray hair - SOLUTION FOR GRAY HAIR

Solution for gray hair: କମ୍ ବୟସରୁ ଆପଣଙ୍କ ଚୁଟି ପାଚିଯାଉଛି କି ? ଏହା ପଛରେ ବିଭିନ୍ନ କାରଣ ରହିଛି । ତେବେ ଚିନ୍ତା କରନ୍ତୁନି । ନିଜର କିଛି ଜୀବନଶୈଳୀ ବଦଳାଇ ଆପଣ ଏହି ସମସ୍ୟା ଦୂର କରିପାରିବେ । ଅଧିକ ପଢନ୍ତୁ

କମ୍ ବୟସରୁ ଚୁଟି ପାଚିଯାଉଥିଲେ କରନ୍ତୁ ଏହି କାମ
କମ୍ ବୟସରୁ ଚୁଟି ପାଚିଯାଉଥିଲେ କରନ୍ତୁ ଏହି କାମ (ETV Bharat)

By ETV Bharat Odisha Team

Published : Sep 21, 2024, 5:20 PM IST

Solution for gray hair:ଚୁଟି ପାଚିବା ଓ ଝଡିବା ବର୍ତ୍ତମାନ ଏକ ପ୍ରମୁଖ ସମସ୍ୟା ପାଲଟିଛି । ଆଜିକାଲି ଖୁବ୍ କମ୍ ବୟସରୁ ଅନେକ ଯୁବକ-ଯୁବତୀଙ୍କ ଚୁଟି ଧଳା ହୋଇଯାଉଥିବା ଦେଖାଯାଉଛି । ଯେଉଁଥିପାଇଁ ସେମାନେ ଚିନ୍ତିତ ରହିଥାନ୍ତି । ଏହାର ପ୍ରମୁଖ କାରଣ, ଆମର ପରିବର୍ତ୍ତିତ ଜୀବନଶୈଳୀ, ଖାଦ୍ୟପେୟ ଓ ମାନସିକ ଚିନ୍ତା । ତେବେ ଏନେଇ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ଆପଣ ନିଜ ଜୀବନଶୈଳୀରେ କିଛି ପରିବର୍ତ୍ତନ କରି ଚୁଟି ପାଚିବା ସମସ୍ୟା ନିୟନ୍ତ୍ରଣ କରିପାରିବେ ।

Pennsylvania University Dr. Taylor କହିଛନ୍ତି ଯେ, ମେଲେନିନ ଅଭାବରୁ କେଶ ପାଚିବା ସମସ୍ୟା ଦେଖାଯାଏ । ବୟସ ବଢିବା ସହ କେଶକୁ ରଙ୍ଗ ଦେଉଥିବା ମେଲେନିନ ଉତ୍ପାଦନ କରୁଥିବା ସେଲ୍- Melanocytes କମ୍ ହୋଇଯାଏ । ଏଥିସହ ଭିଟାମିନ ବି12 ଅଭାବ, ଏନିମିଆ, ଥାଇରଏଡ ଓ ମାନସିକ ଚିନ୍ତା ଭଳି ସମସ୍ୟା ଭୋଗୁଥିବା ଲୋକଙ୍କ ଜଲ୍‌ଦି ଚୁଟି ପାଚିବାର ସମ୍ଭାବନା ଅଧିକ ଥାଏ । ଜର୍ନାଲ ଅଫ୍ ଇନଭେଷ୍ଟିଗେଟିଭ ଡର୍ମେଟୋଲିଜି ଦ୍ବାରା କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ, ମାନସିକ ଚାପ ମେଲାନୋସାଇଟସ୍ ଉତ୍ପାଦନ କମ୍ କରିଥାଏ । ପରିମାଣସୂରୁପ କମ୍ ବୟସରେ ମାନସିକ ଚାପ କାରଣରୁ ଚୁଟି ଧଳା ପଡିଯାଏ ।

କମ୍ ବୟସରୁ ଚୁଟି ପାଚିଯାଉଥିଲେ କରନ୍ତୁ ଏହି କାମ (ETV Bharat)

ସେହିପରି ଶରୀରରେ ଭିଟାମିନ-ବି ଅଭାବ ହେଲେ ଶୀଘ୍ର ଚୁଟି ପାଚେ । ଭିଟାମିନ-ବି ଅଭାବ ପୂରା କରିବା ପାଇଁ ଦହି, କ୍ଷୀର ବ୍ୟତୀତ ମାଛ, ଅଣ୍ଡା ଖାଇପାରିବେ । ଶରୀରରେ ଆଇରନ ଓ ଜିଙ୍କ ଅଭାବ ଯୋଗୁଁ ମଧ୍ୟ ଶୀଘ୍ର କେଶ ପାଚିଥାଏ । ତେଣୁ ନିଜ ଖାଦ୍ୟରେ ସବୁଜ ପନିପରିବା ସେବନ କରନ୍ତୁ । ସମୟ ସମୟରେ ନିଜ କେଶର ମାଲିସ୍ କରନ୍ତୁ । ଏଥିରେ କେଶ ମୂଳ ମଜଭୁତ ହୋଇଥାଏ । ମାଲିସ୍ ପାଇଁ ନଡିଆ ତେଲ, ଅଁଳା ତେଲ ବ୍ୟବହାର କରିପାରିବେ ।

ଏଥିସହ ନିୟମିତ ତଟକା ଫଳ ଓ ପନିପରିବା ଖାଆନ୍ତୁ । ଏଥିରୁ ଭିଟାମିନ-ସି ମିଳିଥାଏ, ଯାହା ଚୁଟି ପାଚିବାରୁ ରକ୍ଷା କରେ । ମାନସିକ ଚାପ ଦୂର କରିବାକୁ ନିୟମିତ ବ୍ୟାୟାମ, ଯୋଗ ଓ ଧ୍ୟାନ କରନ୍ତୁ । ସିଗାରେଟ୍ ଓ ମଦ ସେବନରୁ ଦୂରେଇ ରୁହନ୍ତୁ । ମଝିରେ ମଝିରେ ସାମ୍ପୂରେ ନିଜ କେଶ ଧୁଅନ୍ତୁ । ଟାଣ ଖରାରୁ କେଶକୁ ସୁରକ୍ଷା ଦିଅନ୍ତୁ । ଏସବୁ ସାବଧାନତା ପାଳନ କରିବା ଦ୍ବାରା ଚୁଟି ପାଚିବା ସମସ୍ୟା ରୋକାଯାଇପାରିବ ।

କମ୍ ବୟସରୁ ଚୁଟି ପାଚିଯାଉଥିଲେ କରନ୍ତୁ ଏହି କାମ (ETV Bharat)

କେଶ ଜଲ୍‌ଦି ନ ପାଚିବା ପାଇଁ ଟିପ୍ସ

  • ଯଥେଷ୍ଟ ଭିଟାମିନ ଓ ମିନେରାଲ ଖାଆନ୍ତୁ
  • ଧୂମ୍ରପାନ ଛାଡନ୍ତୁ
  • ଟାଣ ଖରାରୁ କେଶକୁ ରକ୍ଷା କରନ୍ତୁ
  • ବ୍ଲିଚିଂ କରନ୍ତୁନି
  • ଓଦା କେଶକୁ ବ୍ରସରେ କୁଣ୍ଡାନ୍ତୁ ନାହିଁ
  • ହେୟାର ଡ୍ରାଏର ଦ୍ବାରା କେଶକୁ ଅଧିକ ଉତ୍ତାପ ଦେବା, ବାରମ୍ବାର କେଶ ଧୋଇବାରୁ ନିବୃତ୍ତ ରୁହନ୍ତୁ

କେଶ ସୁସ୍ଥ ରଖୁଥିବା ଭିଟାମିନ ଓ ମିନେରାଲ:

  • B ଭିଟାମିନ, ବିଶେଷକରି B-12 ଓ ବାୟୋଟିନ
  • ଭିଟାମିନ ଡି
  • ଭିଟାମିନ ଇ
  • ଭିଟାମିନ ଏ
  • ଜିଙ୍କ
  • ଆଇରନ
  • ମ୍ୟାଗ୍ନେସିୟମ
  • କପର
  • ସେଲେନିୟମ

Ref- https://www.healthline.com/health/home-remedies-for-gray-hair#lifestyle-changes

ଏହା ମଧ୍ୟ ପଢନ୍ତୁ:ମୁଣ୍ଡ ବିନ୍ଧୁଥିଲେ ଛାଡନ୍ତୁ ମେଡିସିନ, ଏସବୁ ହର୍ବାଲ ଚା' ଦେଇପାରେ ଆରାମ - Herbal teas for headache

ଏହା ମଧ୍ୟ ପଢନ୍ତୁ:କିଛି ବାଟ ଚାଲିଲେ କିମ୍ବା କୌଣସି କାମ କଲେ ଏସବୁ ଲକ୍ଷଣ ଦେଖାଯାଉଛି କି ? ହୋଇପାରେ ଏହି ରୋଗ - Dangerous Symptoms

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ABOUT THE AUTHOR

...view details