ହାଇଦ୍ରାବାଦ:ଘଣ୍ଟା ଘଣ୍ଟା ଅଫିସରେ ବସି କାମ କରିବା ଯୋଗୁଁ ଅନେକ ଲୋକ ଖୁବ୍ କ୍ଲାନ୍ତ ହୋଇପଡନ୍ତି । ଖାଇବା ପିଇବା ଠିକ୍ ନହେବା କାରଣରୁ ଶରୀରକୁ ଭରପୁର ଶକ୍ତି ମିଳିପାରେନି । ଫଳରେ ସବୁବେଳେ ଦୁର୍ବଳ ଅନୁଭବ ହୁଏ ଏବଂ ଏହାର ପ୍ରଭାବ ତାଙ୍କର ଚେହେରାରେ ଦେଖାଯାଏ । ଶରୀରକୁ ଫିଟ୍ ଏବଂ ଚେହେରାକୁ ସବୁବେଳେ ଚମକଦାର ରଖିବା ପାଇଁ ବଜାରରେ ବିଭିନ୍ନ କ୍ରିମ ଓ ଲୋସନ ମିଳେ । କିଛି ପ୍ରଡକ୍ଟ ଭଲ କାମ କରିଥାଏ ହେଲେ ଆଉ କିଛି ସମସ୍ୟା ସୃଷ୍ଟି କରେ । ଯାହାର ପ୍ରଭାବ ଆପଣଙ୍କ ଚେହେରା ସହିତ ଶରୀରର ଅନ୍ୟ ସ୍ଥାନରେ ଦେଖିବାକୁ ମିଳେ ।
ଯେମିତିକି ଚର୍ମ କୁଞ୍ଚନ ବା ରିଙ୍କଲ ଦେଖାଯାଏ । କମ୍ ବୟସରେ ବାର୍ଦ୍ଧକ୍ୟ ଭଳି ଅନୁଭବ ହେବାକୁ ଲାଗିଥାଏ । । ଯଦି ଆପଣଙ୍କର ମଧ୍ୟ ଏମିତି ସମସ୍ୟା ଅଛି, ତାହେଲେ ପ୍ରତିଦିନ ବୁଟ ଡାଲି ଓ ପାନମଧୁରୀ ସେବନ କରିବା କରିବା ଦ୍ବାରା ଦୁର୍ବଳତା, ଥକ୍କାପଣ ଦୂର ହେବା ସହ ଚେହେରାରେ ପଡୁଥିବା କୁଞ୍ଚନ ମଧ୍ୟ ଦୂରେଇ ଯାଇପାରିବ । ଚାଲନ୍ତୁ ଜାଣିବା କେମିତି ?
ବୁଟ ଡାଲି ସହ ପାନମଧୁରୀ ମିଶାଇ ଖାଇଲେ ଅନେକ ଫାଇଦା ମିଳେ । ଭାରତର ପ୍ରାଚୀନ ଚିକିତ୍ସା ପଦ୍ଧତି ଆୟୁର୍ବେଦରେ ଏକ ଉପାୟ କୁହାଯାଇଛି । ଯଦି ସକାଳେ ବୁଟ ଡାଲି ସହ ପାନମଧୁରୀ ଖାଆନ୍ତି ତାହେଲେ ମୁହଁରେ ଚର୍ମ କୁଞ୍ଚନ ଦେଖାଯାଏନି ।
ଘରେ ଏକ ପାତ୍ରରେ ବୁଟ ଡାଲି ପାଣି ଭିଜାଇ ରଖନ୍ତୁ । ଏହାପରେ ଡାଲିକୁ ଏକ ଶୁଖିଲା ପାତ୍ରକୁ କାଢି ଏଥିରେ ଅଳ୍ପ ପାନମଧୁରୀ ଭଲ ଭାବେ ମିଶାଇ ଦିଅନ୍ତୁ । ଏଥିରୁ ତିନି ଚାମଚ ଖାଆନ୍ତୁ । ବୁଟ ଡାଲି ଓ ପାନମଧୁରୀକୁ ଚୋବାଇ ଖାଇବା ଦ୍ବାରା ଶରୀରର ଥକ୍କାପଣ ଦୂର ହୋଇଯାଏ । ଆଉ ଦୁର୍ବଳ ଅନୁଭବ ହୁଏ ନାହିଁ । ତେବେ ଖାଲି ପେଟରେ ଖାଇଲେ ଏହାର ଫାଇଦା ମିଳିପାରିବ ।
ଚିକିତ୍ସକଙ୍କ ପରାମର୍ଶ ନେବା ଜରୁରୀ:- ବୁଟ ଡାଲି ଖାଇବା ଦ୍ବାରା ଶରୀରକୁ ଅନେକ ସ୍ବାସ୍ଥ୍ୟଗତ ଫାଇଦା ମିଳେ । ଲୋକେ ଡାଲିକୁ ରାନ୍ଧି ଖାଇଥାନ୍ତି । ପାନମଧୁରୀ ଖାଇଲେ ଶରୀରରେ ଶକ୍ତି ବଜାୟ ରହେ । ହେଲେ ଡାଲି ସହ ପାନମଧୁରୀ ମିଶାଇ ଖାଇବା ପୂର୍ବରୁ ଥରେ ଚିକିତ୍ସକଙ୍କ ପରାମର୍ଶ ନେବା ଜରୁରୀ ।