ଓଡିଶା

odisha

ଫିଟ୍ ରହିବାକୁ ଚାହୁଁଛନ୍ତି ତ ? କରନ୍ତୁ ମିଲିଟାରୀ ଏକ୍ସରସାଇଜ 'ରକିଂ', ସହଜରେ କମିଯିବ ଓଜନ - Rucking Exercise

By ETV Bharat Health Team

Published : Sep 6, 2024, 5:18 PM IST

Rucking Exercise: ଶୀଘ୍ର ଓଜନ କମାଇବାକୁ ଏବଂ ଫିଟ୍ ରହିବାକୁ ଚାହୁଁଛନ୍ତି କି ? କରନ୍ତୁ 'ରକିଂ' ଏକ୍ସରସାଇଜ, ଯାହାକି ଏକ ମିଲିଟାରୀ ଟ୍ରେନିଂ ଏକ୍ସରସାଇଜ ଅଟେ ଓ ଏବେ ଟ୍ରେଣ୍ଡିଂରେ ରହିଛି । ତେବେ କେମିତି କରିବେ ଏହି ମିଲିଟାରୀ ଏକ୍ସରସାଇଜ, ପଢନ୍ତୁ

ଫିଟ୍ ରହିବାକୁ ଚାହୁଁଛନ୍ତି ତ ? କରନ୍ତୁ ମିଲିଟାରୀ ଏକ୍ସରସାଇଜ 'ରକିଂ', ସହଜରେ କମିଯିବ ଓଜନ
ଫିଟ୍ ରହିବାକୁ ଚାହୁଁଛନ୍ତି ତ ? କରନ୍ତୁ ମିଲିଟାରୀ ଏକ୍ସରସାଇଜ 'ରକିଂ', ସହଜରେ କମିଯିବ ଓଜନ (Getty Image)

ହାଇଦ୍ରାବାଦ:ଫିଟ୍ ରହିବାର ଅନେକ ସହଜ ଉପାୟ ଅଛି । ସବୁଠୁ ସହଜ ହେଉଛି ଚାଲିବା । ଚାଲିବା, ଜଗିଂ ଓ ଦୌଡିବା ଭଳି ଏକ୍ସରସାଇଜ ଆମ ପାଇଁ ନୂଆ ନୁହେଁ, ହେଲେ ଆପଣ 'ରକିଂ' ଏକ୍ସରସାଇଜର ଫାଇଦା ବିଷୟରେ ଜାଣିଛନ୍ତି କି ? ଏହି ଶବ୍ଦ ନିଶ୍ଚିତ ଭାବେ ଆପଣଙ୍କ ପାଇଁ ନୂଆ ହୋଇଥିବ, ହେଲେ ଏହା ଆପଣଙ୍କ ଦୈନନ୍ଦିନ କାର୍ଯ୍ୟର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । ଅଫିସ୍ କିମ୍ବା ସ୍କୁଲ ଯିବାବେଳେ ଆମେ ଏହି ଶାରିରୀକ ବ୍ୟାୟାମ କରିଥାଉ । ଆପଣ ନିଶ୍ଚୟ ଭାବୁଥିବେ ଏହା କେମିତି ? ଯଦି ସରଳ ଭାଷାରେ କହିବୁ, ପିଠିରେ ଭାରି ଓଜନ ନେଇ ଚାଲିବାକୁ ରକିଂ କୁହାଯାଏ ।

ସେ ପିଲାମାନଙ୍କ ସ୍କୁଲ ବ୍ୟାଗ, କର୍ମଚାରୀଙ୍କ ଅଫିସ୍ ବ୍ୟାଗ ହେଉ ଅବା ଘରର ରାସନ ବ୍ୟାଗ୍ । ଆମେ ସମସ୍ତେ ଅଜଣାତରେ ରକିଂ ବ୍ୟାୟାମ କରୁଛୁ । କାରଣ କେବଳ ଚାଲିବା, ଭାରି ଓଜନ ସହିତ ଚାଲିବା ଭଳି ଲାଭଦାୟକ ନୁହେଁ । ଏହା ଏକପ୍ରକାର ଏକ୍ସରସାଇଜ, ଯାହାକୁ ଆପଣ କେଉଁଠି ବି କରିପାରିବେ । ଏହି ରକିଂ ଏକ୍ସରସାଇଜ ବର୍ତ୍ତମାନ ଟ୍ରେଣ୍ଡିଂରେ ରହିଛି । ପେଲୋଟନ ରିପୋର୍ଟ: ସ୍ପ୍ରିଙ୍ଗ ୱେଲନେସ୍ ଟ୍ରେଣ୍ଡସ ଅନୁଯାୟୀ, ଏହା ସହିତ ଜଡିତ ଏକ ସର୍ଭେରେ 29 ପ୍ରତିଶତ ଲୋକଙ୍କ କହିବା କଥା, ସେମାନେ ରକିଂ ଏକ୍ସରସାଇଜ କରିଥିଲେ, ଯାହାକି ସାଧାରଣ ଚାଲିବା ଠାରୁ ଅଧିକ ଲାଭଦାୟକ ଥିଲା । ସହଜରେ ଓଜନ କମାଇବାକୁ ଚାହୁଁଥିଲେ ଏହି ଏକ୍ସରସାଇଜ ବେଶ୍ ଉପଯୋଗୀ ।

କହିବାକୁ ଗଲେ, ରକ୍ ବା ରକସାକ୍ ଶବ୍ଦର ଅର୍ଥ ହେଲା ବ୍ୟାଗ୍ ପ୍ୟାକ । ମିଲିଟାରୀରେ ଯବାନମାନେ ଯେଉଁ ବ୍ୟାଗ ବହନ କରନ୍ତି, ତାହାକୁ ରକ୍ କୁହାଯାଏ । ସେମାନେ ଏହି ବ୍ୟାଗ୍‌ରେ ଓଜନିଆ ଜିନିଷ ବୋହି ଚାଲୁଥିବାରୁ ଏହାରୁ ରକିଂ ଏକ୍ସରସାଇଜ୍ କୁହାଯାଏ ।

ପ୍ରଥମ ବିଶ୍ବଯୁଦ୍ଧ ପୂର୍ବରୁ ସୈନିକମାନେ ସବୁ ଜିନିଷ, ନିଜର ପୋଷାକ ଓ ବାଡିରେ ବହନ କରୁଥିଲେ, ଯାହାକି ଏକ ଭଲ ବ୍ୟବସ୍ଥା ନଥିଲା । ହେଲେ ବିଂଶ ଶତାବ୍ଦୀ ଆରମ୍ଭରେ ସୈନିକମାନଙ୍କୁ ବ୍ୟାଗରେ ନିଜ ପିଠି ଉପରେ ଜିନିଷ ବୋହିବାକୁ ତାଲିମ ଦିଆଯାଇଥିଲା । ଆଜି ବି ସୈନ୍ୟ ପ୍ରଶିକ୍ଷଣରେ ରକିଂ ଏକ୍ସରସାଇଜ କରାଯାଉଛି । ହେଲେ ଏହା ଏବେ ସାଧାରଣ ନାଗରିକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହେଉଛି । ଏହି ଏକ୍ସରସାଇଜ ଫିଟନେସ୍ ଓ ଶକ୍ତି ବଢାଇବା ଦିଗରେ ଏକ ସରଳ ଓ ବିନା ମୂଲ୍ୟର ଏକ ବିକଳ୍ପ ଅଟେ । ଏହା ଅତ୍ୟନ୍ତ ସହଜ ବ୍ୟାୟାମ, ଯେଉଁଥିପାଇଁ ମହଙ୍ଗା ଉପକରଣ କିଣିବା ଓ ଜିମ୍ ଯିବାକୁ ପଡେନାହିଁ । ଏହାକୁ ବ୍ୟକ୍ତିଗତ ଭାବେ ଓ ଗୋଷ୍ଠୀରେ କରାଯାଇପାରିବ ।

ଏହି ଏକ୍ସରସାଇଜ ପାଇଁ କମ୍ ଉପକରଣ ଦରକାର ପଡେ । ଆପଣଙ୍କୁ କେବଳ ଏକ ବ୍ୟାଗରେ କିଛି ଓଜନିଆ ସାମଗ୍ରୀ (ବହି, ଲ୍ୟାପଟପ ଓ ଅନ୍ୟ କିଛି ଭାରି ଜିନିଷ) ପ୍ୟାକ୍ କରି ଏକ ଲମ୍ବା ପଦଯାତ୍ରା କରିବାକୁ ପଡିବ । ରକିଂର ଆରମ୍ଭ ଅଳ୍ପ ଓଜନିଆ ସାମଗ୍ରୀରୁ କରିବା ଉଚିତ୍ । 4ରୁ 10 କେଜି ପର୍ଯ୍ୟନ୍ତ ସାମଗ୍ରୀ ବୋହିପାରିବେ । ସେହିପରି ବିଶେଷଜ୍ଞମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ ଦୂରତା ଚାଲିବାକୁ ପରାମର୍ଶ ଦିଅନ୍ତି । ପରେ ଧୀରେ ଧୀରେ ଏହି ସମୟ ବଢାଇ ପାରିବେ ।

ଏହା ମଧ୍ୟ ପଢନ୍ତୁ:କୋଷ୍ଠକାଠିନ୍ୟ ସମସ୍ୟା ଅଛି କି ? କରନ୍ତୁ ଏହି ଉପାୟ, ଚୁଟକିରେ ସଫା ହେବ ପେଟ - Constipation Cause Treatments

ଏହା ମଧ୍ୟ ପଢନ୍ତୁ:ସ୍ମରଣ ଶକ୍ତି କମାଏ ଅଲଜାଇମର; ଜାଣନ୍ତୁ କ'ଣ ଏହି ରୋଗ, କାହିଁକି ହୁଏ - What cause Alzheimers

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ABOUT THE AUTHOR

...view details