ETV Bharat / health

ଏହି ଫଳକୁ କୁହାଯାଏ 'ଫଳଙ୍କ ରାଣୀ'; କ୍ୟାନସର ଓ ଡାଇବେଟିସ ରୋଗୀଙ୍କ ପାଇଁ ରାମବାଣ, ଏହାର ଉପକାରିତା ଜାଣନ୍ତୁ

ଶରୀର ପ୍ରତି ଲାଭଦାୟକ ମାଙ୍ଗୋଷ୍ଟେନ ଫଳ । ଏହାର ଉପକାରିତା ଜାଣି ବୈଜ୍ଞାନିକ ଆଶ୍ଚର୍ୟ୍ୟ ।

mangosteen
mangosteen (ETV BHARAT ODISHA)
author img

By ETV Bharat Odisha Team

Published : 2 hours ago

ହାଇଦ୍ରାବାଦ: ଫଳଙ୍କ ରାଜା ଆମ୍ବ... ଏହା ତ ସମସ୍ତେ ଜାଣନ୍ତି, କିନ୍ତୁ ଫଳଙ୍କ ମଧ୍ୟରେ କିଏ ରାଣି , ତାହା ଆପଣ ଜାଣିଛନ୍ତି କି ? ଫଟୋରେ ଆପଣ ଦେଖୁଥିବା ଏହି ଫଳର ନାମ ହେଉଛି ମାଙ୍ଗୋଷ୍ଟେନ୍ । ଏହାର ସ୍ୱାଦ ସାମାନ୍ୟ ଖଟା ଏବଂ ସାମାନ୍ୟ ମିଠା । ଏହାକୁ ଫଳଙ୍କ ରାଣୀ ବୋଲି କୁହାଯାଏ । ଏହି ଫଳର ବାହାର ବାଇଗଣୀ ରଙ୍ଗର ହୋଇଥିବାବେଳେ ଭିତର ସମ୍ପୂର୍ଣ୍ଣ ଧଳା । ଏହି ଫଳରେ ଅନେକ ପୋଷକ ତତ୍ତ୍ୱ ଭରି ରହିଛି । ଯାହା ଖାଇବା ଦ୍ବାରା ଅନେକ ରୋଗରୁ ଉପଶମ ମିଳିଥାଏ ।

MANGOSTEEN
MANGOSTEEN ((CANVA))

ଭିନ୍ନ ଭିନ୍ନ ଭାଷାରେ ଏହି ଫଳର ନାମ ମଧ୍ୟ ଭିନ୍ନ । ହିନ୍ଦୀରେ ଏହାକୁ ମାଙ୍ଗୋଷ୍ଟେନ୍ କୁହାଯାଏ, ବଙ୍ଗଳାରେ ଏହାକୁ କାଓ ଏବଂ ଗୁଜୁରାଟରେ ଏହାକୁ କୋକୁମ୍ ବୋଲି କୁହାଯାଏ । ବିଶେଷଜ୍ଞମାନେ କହିଛନ୍ତି ଯେ, ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ସ୍ବାସ୍ଥ୍ୟ ପ୍ରତି ଏହାର ଉପକାରିତାକୁ ନେଇ ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏଥିରେ ଅନେକ ପୋଷକ ତତ୍ତ୍ୱ ଭରି ରହିଛି । ଆସନ୍ତୁ ଜାଣିବା ଏହି ଫଳର ଉପକାରିତା ବିଷୟରେ ।

MANGOSTEEN
MANGOSTEEN ((CANVA))

ଏହା ମଧ୍ୟ ପଢନ୍ତୁ-ଯୋଗ କରିବା ପୂର୍ବରୁ ଏହି ସବୁ ଉପରେ ଧ୍ୟାନ ଦିଅନ୍ତୁ, ନଚେତ ମିଳିବନି କୌଣସି ଫାଇଦା

ଏହା ମଧ୍ୟ ପଢନ୍ତୁ-ପ୍ରତିଦିନ ଖଜୁରୀ ଖାଇଲେ ମିଳେ ଏମିତି ଫାଇଦା, ଖାସ୍ କରି ପୁରୁଷଙ୍କ ପାଇଁ...

ମାଙ୍ଗୋଷ୍ଟେନ୍ ଫଳର ଉପକାରିତା:

  • ମାଙ୍ଗୋଷ୍ଟେନ୍ ଫଳଗୁଡିକ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣରେ ଭରପୂର । ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ଫଳ ଖାଇବା ଦ୍ବାରା ପେଟ ଫୁଲା କମିଯାଏ। କୁହାଯାଏ ଯେ, ଏହି ଫଳ କର୍କଟ, ହୃଦ ରୋଗ ଏବଂ ମଧୁମେହ ଭଳି ସମସ୍ୟାକୁ ରୋକିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
  • ମାଙ୍ଗୋଷ୍ଟେନ୍ ଫଳରେ ଭିଟାମିନ୍ଭ C ଭରପୂର ରହିଛି । ବିଶେଷଜ୍ଞମାନେ କହିଛନ୍ତି ଯେ, ଏହା ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଯୋଗୁଁ ଲୋକଙ୍କଠାରେ ରୋଗ ହେବାର ଆଶଙ୍କା ବହୁତ କମ ରହିଥାଏ ।
  • ହୃତପିଣ୍ଡକୁ ସୁସ୍ଥ ରଖିବାରେ ମାଙ୍ଗୋଷ୍ଟେନ୍ ଫଳ ସାହାଯ୍ୟ କରିଥାଏ । ଏହା ଖରାପ କୋଲେଷ୍ଟ୍ରଲ ସ୍ତର ଶରୀରରୁ ହ୍ରାସ କରିଥାଏ ଓ ଭଲ କୋଲେଷ୍ଟ୍ରଲ ବୃଦ୍ଧି କରିଥାଏ ।
  • ଏହି ଫଳରେ ଫାଇବର ଭରପୂର ରହିଛି । ହଜମ ଜନିତ ସମସ୍ୟା ଏହା ଦୂର କରିଥାଏ । ଏଥିସହ ପେଟରେ ହେଉଥିବା ଯନ୍ତ୍ରଣାକୁ ଦୂର କରେ ।
  • ଏହି ଫଳ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
  • ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍ ଅନୁଯାୟୀ, ଏହି ଫଳ ମଧୁମେହ ରୋଗୀଙ୍କ ପାଇଁ ରାମବାଣ ସଦୃଶ । ଏହାକୁ ନିୟମିତ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ମଧୁମେହ ରୋଗୀଙ୍କ ପାଇଁ ଏହା ଏକ ଉତ୍ତମ ଫଳ ।
  • ଯଦି କେହି ଚାପରେ ରହୁଛନ୍ତି, ଏହି ଫଳ ସେମାନେ ଖାଇବା ନିହାତି ଜରୁରୀ । ଏହା ଦ୍ବାରା ଚାପମୁକ୍ତ ହୋଇପାରିବେ । ମୁଡ ସୁଇଂ ପରି ସମସ୍ୟାକୁ ଏହା ଦୂର କରିଥାଏ ।
  • କର୍କଟ ପରି ରୋଗକୁ ନିୟନ୍ତ୍ରଣ କରିବାର କ୍ଷମତା ମାଙ୍ଗୋଷ୍ଟେନ୍ ଫଳରେ ରହିଛି । ଏହା କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବାରେ ସହାୟକ ହୋଇପାରେ । ବ୍ଲଡପ୍ରେସର ରୋଗୀଙ୍କ ପାଇଁ ବି ଲାଭଦାୟକ ଅଟେ । ଚର୍ମ ରୋଗକୁ ମଧ୍ୟ ଏହା ଦୂର କରିପାରେ । ଏହି ଫଳର ଡାଳ, ଛାଲ ଓ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି ।

(Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.