ETV Bharat / technology

ଏଣିକି ଫେଭରେଟ୍‌ Sceneର ନିଅନ୍ତୁ ସ୍କ୍ରିନସଟ୍‌; ଅନୁମତି ଦେଲା Netflix - NETFLIX ADDS MOMENTS FOR SAVING

ନେଟଫ୍ଲିକ୍ସରେ ଏଣିକି ନିଜ ଫେଭରେଟ୍‌ ମୁଭି ସିନ୍‌ର ସ୍କ୍ରିନସଟ୍‌ ନିଅନ୍ତୁ । 'Moments' ନାଁରେ ନୂଆ ଫିଚର ଆଣିଲା ନେଟଫ୍ଲିକ୍ସ । କିପରି ଜାଣନ୍ତୁ...

Netflix New 'Moments' Feature
Netflix New 'Moments' Feature (Credit- Netflix)
author img

By ETV Bharat Tech Team

Published : Nov 8, 2024, 4:34 PM IST

ହାଇଦ୍ରାବାଦ: ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଆଜିକାଲି ସମସ୍ତେ ନିଜ ନିଜ ପସନ୍ଦର ଫିଲ୍ମ, ୱେବ ସିରିଜ ଆଦି ଦେଖୁଛନ୍ତି । କୌଣସି ଫିଲ୍ମ ଦେଖୁଥିଲେ ଏହାର ଗୋଟିଏ ଗୋଟିଏ ସିନ୍‌ ଦର୍ଶକଙ୍କ ମନକୁ ଛୁଇଁଯାଏ । ସେମାନେ ଏହାକୁ ସୋସିଆଲ ମିଡିଆ ହେଉ କି ବନ୍ଧୁ ପରିଜନଙ୍କ ସହିତ ସେୟାର କରିବାକୁ ଚାହାଁନ୍ତି । ହେଲେ ସ୍କ୍ରିନସଟ୍‌କୁ ଅନୁମତି ନଥିବାରୁ କେହି କେହି ଅନ୍ୟ କୌଣସି ଡିଭାଇସର ସହାୟତା ନିଅନ୍ତି । ଅର୍ଥାତ ଆଉ ଗୋଟେ ମୋବାଇଲ ଆଣି ଉକ୍ତ ସିନ୍‌କୁ କ୍ୟାପଚର କରନ୍ତି । ଏବେ ଆଉ କଷ୍ଟ କରିବାକୁ ପଡ଼ିବ ନାହିଁ । ନୂଆ ଫିଚର ଆଣିଛି ନେଟଫ୍ଲିକ୍ସ ।

Netflix New 'Moments' Feature
Netflix New 'Moments' Feature (Credit- Netflix)

ନେଟଫ୍ଲିକ୍ସ ନୂଆ ଫିଚର 'Moments' ଆଣି ଏହାକୁ ଅତି ସହଜ କରିଛି । ଏବେ ଆପଣ ଅତି ସହଜରେ ଯେକୌଣସି ଫିଲ୍ମ ବା ଶୋ'ର ସିନ୍‌କୁ କ୍ୟାପଚର, ସେଭ ଓ ସେୟାର କରିପାରିବେ । ନିଜ ମୋବାଇଲରୁ ସେୟାର କରିପାରିବେ । ନେଟଫ୍ଲିକ୍ସ ପୂର୍ବରୁ କଣ୍ଟେଣ୍ଟ ସେୟାରକୁ ଅନୁମତି ଦେଉନଥିବାରୁ ସ୍କ୍ରିନସଟ୍‌ ନେବା ମାତ୍ରେ ଏହା ବ୍ଲାକ୍‌ ଭଳି ଆସିଥାଏ । ମାତ୍ର ନୂଆ ଫିଚର ସାହାଯ୍ୟରେ iOS ୟୁଜର ଆଜିଠୁ ଏହାର ସୁବିଧା ପାଇପାରିବେ । ଆଉ କିଛି ସପ୍ତାହ ମଧ୍ୟରେ ଆଣ୍ଡ୍ରଏଡ ୟୁଜର ମଧ୍ୟ ସ୍କ୍ରିନସଟ୍‌ ନେଇପାରିବେ ।

ଏହା ବି ପଢନ୍ତୁ
  1. TVରେ ଆପେ ଆପେ ବ୍ଲର୍‌ ହେବ Adult ସିନ୍‌; ଏଣିକି ଅଚିନ୍ତାରେ ପରିବାର ସହ ଦେଖିବେ ଟିଭି
  2. ସିନେପ୍ରେମୀଙ୍କ ପାଇଁ ଖୁସି ଖବର; ଏହି ସପ୍ତାହରେ ଓଟିଟି ଧମାକା, ରିଲିଜ ହେଉଛି 10ରୁ ଉର୍ଦ୍ଧ୍ୱ ଫିଲ୍ମ-ସିରିଜ
Netflix Now Allow To Take Screenshot
Netflix Now Allow To Take Screenshot (Credit- Netflix)

କେମିତି କାମ କରିବ ଏହି ଫିଚର ?

  • ଧରନ୍ତୁ ଆପଣ କୌଣସି ଫିଲ୍ମ ବା ଶୋ' ଦେଖୁଛନ୍ତି । ଏଠାରେ ଏପରି ଏକ ସିନ୍‌ ଆସିଲା ଯାହାକୁ ଆପଣ କ୍ୟାପଚର କରିବାକୁ ଚାହୁଁଛନ୍ତି ।
  • ତେବେ ସ୍କ୍ରିନର ତଳ ଭାଗରେ ଥିବା Moments ବଟନ୍‌ ଉପରେ ଟାପ୍‌ କରନ୍ତୁ ।
  • ଏହାପରେ ସଙ୍ଗେ ସଙ୍ଗେ ଉକ୍ତି ସିନ୍‌ଟି ଆପଣଙ୍କ 'My Netflix tab'ରେ ସେଭ୍‌ ହୋଇଯିବ । ଆପଣ ପରେ ଏହାକୁ ଯାଇ ଦେଖିପାରିବେ ।

କେମିତି ସେୟାର କରିବେ ?

  • ନେଟଫ୍ଲିକ୍ସରେ ନିଆଯାଇଥିବା ସ୍କ୍ରିନସଟ୍‌କୁ ସେୟାର କରିବା ମଧ୍ୟ ଆହୁରି ସହଜ ।
  • ଆପଣ ଥରେ ସିନ୍‌କୁ ସେଭ୍‌ କରିବା ପରେ ଏହାକୁ ସିଧାସଳଖ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ, ଇନଷ୍ଟାଗ୍ରାମ ଓ ଅନ୍ୟ ପ୍ଲାଟଫର୍ମରେ ପୋଷ୍ଟ କରିପାରିବେ ।
  • ଏଥିଲାଗି ଆପଣଙ୍କୁ My Netflix tabକୁ ଯିବାକୁ ହେବ । ସେଠାରୁ ହିଁ ସେୟାର କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.