ETV Bharat / state

ଶିକ୍ଷକଙ୍କ ପାଇଁ ଖୁସି ଖବର, ଏଣିକି ଘର ପାଇଁ ଟଙ୍କା ଦେବେ ମୋହନ ମାଝୀ ସରକାର - HOUSE BUILDING ADVANCED

ସ୍କୁଲ ଶିକ୍ଷକଙ୍କ ପାଇଁ ଖୁସି ଖବର । ଏଣିକି ଘର ପାଇଁ ଟଙ୍କା ଦେବେ ରାଜ୍ୟ ସରକାର । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି ହୋଇଛି ।

House
House (@PMAYUrban)
author img

By ETV Bharat Odisha Team

Published : Nov 8, 2024, 5:21 PM IST

ଭୁବନେଶ୍ବର: ହାଇସ୍କୁଲ ଶିକ୍ଷକ ଏବଂ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ଗୃହ ନିର୍ମାଣ ପାଇଁ ମିଳିବ ଅଗ୍ରୀମ ଟଙ୍କା । ସେହିପରି ପୁରୁଣା ଜମିରେ ନୂଆ କୋଠା କରିବା ପାଇଁ ମଧ୍ୟ ଅର୍ଥ ମିଳିବ । ଯଦି ଜଣେ ହାଇସ୍କୁଲ ଶିକ୍ଷକ କୋଠା କିଣିବା ପାଇଁ ଚାହୁଁଛନ୍ତି ତାହାଲେ ମଧ୍ୟ ଅଗ୍ରୀମ ଅର୍ଥ ମିଳିବ । ଏହି ଅର୍ଥ ଦେବେ ମୋହନ ମାଝୀ ସରକାର । ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି ହୋଇଛି । ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶାଳୟ ଚିଠି ଲେଖିଛନ୍ତି ।

ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଘର ନିର୍ମାଣ ପାଇଁ ମିଳିବ ଟଙ୍କା:

ସ୍କୁଲ ଶିକ୍ଷକଙ୍କ ପାଇଁ ଖୁସି ଖବର
ସ୍କୁଲ ଶିକ୍ଷକଙ୍କ ପାଇଁ ଖୁସି ଖବର (ETV Bharat Odisha)

ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବଡ଼ ଘୋଷଣା । ସମସ୍ତ ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଗୃହ ନିର୍ମାଣ ପାଇଁ ମିଳିବ ଅଗ୍ରୀମ ଟଙ୍କା । ତେବେ କେବଳ ଗୃହ ନିର୍ମାଣ ନୁହେଁ ବରଂ ନୂଆ ଜମି କିଣିବା ପାଇଁ ମଧ୍ୟ ଅଗ୍ରୀମ ଦିଆଯିବ ବୋଲି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି କରାଯାଇଛି । ନୂଆ ଜମି କିଣିବା ଲାଗି ଆବେଦନ କରିଥିବା ଆବେଦନ‌କାରୀମାନେ ଜମିର ତଥ୍ୟ ପ୍ରଦାନ କରିବା ସହିତ କିଣିଥିବା ଜମିର ମୂଲ୍ୟ ଏବଂ ବିକ୍ରେତାଙ୍କର ଏଗ୍ରିମେଣ୍ଟକୁ ମଧ୍ୟ ଦାଖଲ କରିବେ ବୋଲି ମଧ୍ୟ ଚିଠିରେ କୁହାଯାଇଛି ।

ଘର କରିବାକୁ ଟଙ୍କା ଦେବେ ମୋହନ ମାଝୀ ସରକାର:

ସେହିପରି ଭାବରେ ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ଏବଂ ନିର୍ମିତ ହୋଇଥିବା କୋଠା କିଣିବା ପାଇଁ ମଧ୍ୟ ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଅଗ୍ରୀମ ଅର୍ଥ ମିଳିବ । ଏସବୁ ପାଇଁ ଆବେଦନକାରୀମାନେ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି । ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଚିଠି କରାଯାଇଛି ।

କଣ ରହିଛି ହାଉସ ପ୍ଳାନ:
ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯାଇଛି ଚିଠି ମାଧ୍ୟମରେ "ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ପାଇଁ କୋଠାବାଡ଼ି ନିର୍ମାଣ ବିଭାଗ, ବିଡିଏ କିମ୍ବା ହାଉସିଂ ବୋର୍ଡର କାର୍ଯ୍ୟକାରୀ ଯନ୍ତ୍ରୀଙ୍କ ଦ୍ଵାରା ଆକଳନ ତଥ୍ୟ ଦାଖଲ କରିବା ଆବଶ୍ୟକ । ଏହା ସହ ଶିକ୍ଷକ ଓ କର୍ମଚାରୀଙ୍କୁ ସେମାନଙ୍କ ହାଉସ ପ୍ଲାନ୍ ମଧ୍ୟ ଦାଖଲ କରିବାକୁ ହେବ" ବୋଲି ଚିଠିରେ କୁହାଯାଇଛି । ଏହା ସହ ଆବଦେନକାରୀଙ୍କୁ ତଥ୍ୟ ପ୍ରଦାନ କରିବା ପାଇଁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ:

ଚାଲିଛି ପ୍ରସ୍ତୁତି, ଖୁବଶୀଘ୍ର ଲାଗୁ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା

ଓଡ଼ିଶାରେ ପ୍ରତିଷ୍ଠା ହେବ NSDର ଆଞ୍ଚଳିକ ଶାଖା, ଦିଆଯିବ ଅଭିନୟ ସହ ନିର୍ଦ୍ଦେଶନା ଶିକ୍ଷା

ଉପାନ୍ତ ନୁହେଁ ଉପକଣ୍ଠ: ଦିନେ 5Tରେ ହୋଇଥିଲା ରୂପାନ୍ତରଣ, ଆଜି ଯାଏଁ ପହଞ୍ଚିନି କମ୍ପ୍ୟୁଟର

କେବଳ ହାଇସ୍କୁଲ ଶିକ୍ଷକଙ୍କ ପାଇଁ ରହିଛି ଏହି ସୁବିଧା:

ଜମି କିଣିବା ପାଇଁ କରିଥିବା ଆବେଦନକୁ ପ୍ରଦାନ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ଜମିର ମୂଲ୍ୟ ଏବଂ ବିକ୍ରେତାଙ୍କ ଏଗ୍ରିମେଣ୍ଟକୁ ମଧ୍ୟ ଶିକ୍ଷକଙ୍କୁ ଦାଖଲ କରିବା ପାଇଁ କୁହାଯାଇଛି । ତେବେ ଏହା କେବଳ ହାଇସ୍କୁଲ ଶିକ୍ଷକ ଏବଂ କର୍ମଚାରୀଙ୍କ ପାଇଁ ଲାଗୁ ନେଇ ଚିଠିରେ ଉଲ୍ଲେଖ ରହିଥିବା ବେଳେ ଏମଇ ସ୍କୁଲ ଶିକ୍ଷକଙ୍କ ପାଇଁ କୌଣସି ଘୋଷଣା ହୋଇନାହିଁ"ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.