ETV Bharat / state

ଆମ୍ବ ଟାକୁଆ ରିପୋର୍ଟକୁ ନେଇ ଦ୍ବନ୍ଦ୍ବ, ହାଇଡ୍ରାଜେନ ସଲଫାଇଡରେ ମୃତ୍ୟୁ ହୁଏକି ? ଏମିତି କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ - MANGO KERNEL TRAGEDY

ଆମ୍ବ ଟାକୁଆ ଟ୍ରାଜେଡି । ମୃତ୍ୟୁ ରିପୋର୍ଟକୁ ନେଇ ବଢୁଛି ଦ୍ଵନ୍ଦ୍ବ । ପ୍ରତିକ୍ରିୟା ରଖିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।

HEALTH DIRECTOR ON MANGO KERNEL
HEALTH DIRECTOR ON MANGO KERNEL (ETV Bharat Odisha)
author img

By ETV Bharat Odisha Team

Published : Nov 8, 2024, 4:45 PM IST

ଭୁବନେଶ୍ବର: ବିକଶିତ ଭାରତର ନାରା ଦେଉଥିବା ଦେଶରେ ଏବେ ବି ଆଦିବାସୀମାନେ ଖାଉଛନ୍ତି ଆମ୍ୱ ଟାକୁଆ । ରାୟଗଡା ପରେ କନ୍ଧମାଳ ଜିଲ୍ଲାରେ ଆମ୍ୱ ଟାକୁଆରୁ ପ୍ରସ୍ତୁତ ଖାଦ୍ୟ ଖାଇ ଦୁଇ ଜଣଙ୍କ ଜୀବନ ଯିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଯାହା ଫଳରେ ଖାଦ୍ୟ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । କାହିଁକି ଦୁଇ ଜଣ ପ୍ରାଣ ହରାଇଲେ ତାହାର ତର୍ଜମା କରାଯାଉଛି । ହେଲେ ଗତକାଲି(ଗୁରୁବାର) ଏକ ରିପୋର୍ଟକୁ ଚର୍ଚ୍ଚା ଧରିଥିଲା । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ଏହା ସହ ଏପରି କିଛି ରିପୋର୍ଟ କିଛି ହସ୍ତଗତ ହୋଇନଥିବା କହିଛନ୍ତି ସେ ।

ଆମ୍ବ ଟାକୁଆ ମୃତ୍ୟୁ ଘଟଣାର ରିପୋର୍ଟ ହସ୍ତକ୍ଷେପ ହୋଇନି:

ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, ‘ରିପୋର୍ଟ ଆମର ହସ୍ତଗତ ହୋଇନି । ରାଜ୍ୟ ଫୋରେନସିକର ଯେଉଁ ରିପୋର୍ଟ ଗତକାଲି(ଗୁରୁବାର) ଟିଭିରେ ଦେଖା ଯାଉଥିଲା, ତାହା ଜିଲ୍ଲା ରିପୋର୍ଟ । ଷ୍ଟେଟ ରିପୋର୍ଟ ଆସିନି । ଏହି ରିପୋର୍ଟ ଖାଦ୍ୟ ସୁରକ୍ଷା କମିସନରଙ୍କୁ ଦେବେ । କମିଶନର ପାଇବା ପରେ ଆମେ ପାଇବୁ’ ।

ଆମ୍ବ ଟାକୁଆ ରିପୋର୍ଟକୁ ନେଇ ଦ୍ବନ୍ଦ୍ବ (ETV Bharat Odisha)

ରିପୋର୍ଟକୁ ନେଇ ଦ୍ଵନ୍ଦ୍ବ:

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି, ‘ହାଇଡ୍ରୋଜେନ ସଲଫାଇଡ ନେଇ ଯେଉଁ କଥା ରିପୋର୍ଟରେ ଅଛି, ତାହା ବହୁତ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି । ଗୋଟେ କଥା ସ୍ପଷ୍ଟ ଯେ ହାଇଡ୍ରୋଜେନ ସଲଫାଇଡରେ ଏହି ମୃତ୍ୟୁ ହୋଇପାରିବ ନାହିଁ । କାରଣ ହାଇଡ୍ରୋଜେନ ସଲଫାଇଡରେ ଝାଡା ବାନ୍ତି ହୁଏ । ସେହି ଲକ୍ଷଣ ମୃତକଙ୍କ ନଥିଲା । Food Poisoning(ଫୁଡ ପଏଜନିଂ) ବୋଲି କୁହାଯାଉଛି । ମୃତ୍ୟୁର ପ୍ରକୃତ କାରଣ ଜାଣିବା ଆବଶ୍ୟକ । ରିପୋର୍ଟ ଆସିଲେ, ମୃତ୍ୟୁର କାରଣ ତର୍ଜମା କରାଯିବ’ ।

ଏହା ମଧ୍ୟ ପଢନ୍ତୁ:

ଆମ୍ବ ଟାକୁଆ ଟ୍ରାଜେଡି: '୧୨ ବର୍ଷର ତପସ୍ୟା ଶୁଖୁଆ ପୋଡାରେ ଗଲା’, ନବୀନଙ୍କ ବୟାନଙ୍କୁ ବିଜେପିର କାଉଣ୍ଟର

RDC ନୁହେଁ ବିଚାର ବିଭାଗୀୟ ତଦନ୍ତ ହେଉ: ପୂର୍ବତନ କେନ୍ଦ୍ରମନ୍ତ୍ରୀ

ଆମ୍ବ ଟାକୁଆ ଖାଇବା ଘଟଣା; SCBରେ ୨ ଅସୁସ୍ଥଙ୍କୁ ଭେଟିଲା ବିଜେଡି ଟିମ୍‌, କ୍ଷତିପୂରଣ ପ୍ରତିଶ୍ରୁତି ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଫୁଲବାଣୀରେ ଆମ୍ବ ଟାକୁଆ ଖାଇ ୨ମୃତ, ବ୍ରହ୍ମପୁର MKCGରେ ଗୁରୁତରଙ୍କ ଚିକିତ୍ସା

କାହିଁକି ଆମ୍ବ ଟାକୁଆ ପ୍ରସ୍ତୁତ ଖାଦ୍ୟ ଖାଆନ୍ତି ଆଦିବାସୀ, ଖାଦ୍ୟ ଅଭାବ ନା ପାରମ୍ପରିକ ଆହାର? ଜାଣନ୍ତୁ

ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ଚାଲିଛି ତନାଘନା:

କନ୍ଧମାଳରେ ଦୁଇ ଜଣଙ୍କ ଆମ୍ବ ଟାକୁଆ ଖାଇ ମୃତ୍ୟୁ ପରେ ପ୍ରଶାସନିକ ସ୍ତରରେ ତନାଘନା ଆରମ୍ଭ ହୋଇଛି । ପ୍ରାଥମିକ ତଦନ୍ତରୁ ଏହା ଫୁଡ୍ ପଏଜନିଂ ବା ଖାଦ୍ୟ ବିଷାକ୍ତ ଯୋଗୁଁ ହୋଇଥିବା କୁହାଯାଉଛି । ହେଲେ ପ୍ରଶ୍ନ ଉଠୁଛି ବାରମ୍ବାର ଏଭଳି ଘଟଣା ଘଟିଆସୁଥିଲେ ମଧ୍ୟ ଲୋକେ ଏବେବି ଆମ୍ବ ଟାକୁଆକୁ ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି । ଉଭୟ ସରକାରୀ ଓ ଘରୋଇ ସ୍ତରରେ ବହୁ ସଂସ୍ଥା ଆଦିବାସୀଙ୍କ ଉନ୍ନତି ପାଇଁ କାମ କରୁଛନ୍ତି । ହେଲେ କାହିଁକି ସଚେତନତାର ଅଭାବ ରହୁଛି । ଯାହା ଫଳରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟିଛି ।

ମୃତକଙ୍କ ପରିବାର ନିଜେ ଖାଇଥିଲେ, ଅନ୍ୟକୁ ବାଣ୍ଟିଥିଲେ:

ମୃତକଙ୍କ ପରିବାରରେ ଆମ୍ୱ ଟାକୁଆକୁ ରଖାଯାଇଥିଲା । ଗତ କିଛି ଦିନ ତଳେ ରଖାଯାଇଥିବା ଆମ୍ବ କୋଇଲିକୁ ବାହାର କରାଯାଇ ସେଥିରୁ ଯାଉ ପ୍ରସ୍ତୁତ କରି ଗ୍ରାମର ବହୁ ବ୍ୟକ୍ତିବିଶେଷ ବଣ୍ଟନ କରି ଖାଇଥିଲେ । ହେଲେ ସେଥିରୁ ବଳକା ରହିଥିବା କୋଇଲିକୁ ଗଚ୍ଛିତ ରଖି ପୁଣି ଥରେ ପ୍ରସ୍ତୁତ କରି ଆଠ ଜଣ ଆଦିବାସୀ ମହିଳା ବଣ୍ଟନ କରି ଖାଇଥିଲେ । ଆଉ ଏହା ପରେ ଏଭଳି ଘଟଣା ଘଟିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.