ହାଇଦ୍ରାବାଦ: ଶୀତ ଦିନେ ଖରାରେ ବସିବାକୁ ସମସ୍ତେ ଭଲପାଆନ୍ତି । ଏପରିକି ସକାଳର ସୂର୍ଯ୍ୟକିରଣରେ ଭିଟାମିନ-D ଥିବା କଥା ଆମେ ଜାଣିଛୁ । ହେଲେ ଏହି ସୂର୍ଯ୍ୟକିରଣ ସଂସ୍ପର୍ଶରେ ମାତ୍ର କିଛି ସମୟ ଆସିବା ଦ୍ବାରା ଆପଣଙ୍କ ଆୟୁ ବି ବଢିପାରେ ।
ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସୁନଥିବା ବ୍ୟକ୍ତିଙ୍କ ଆୟୁଷ କମ୍:
ଏକ ଅଧ୍ୟୟନ ଅନୁସାରେ, ଯେଉଁ ବ୍ୟକ୍ତି ଧୂମ୍ରପାନ କରନ୍ତି ନାହିଁ କି ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସନ୍ତି ନାହିଁ, ସେମାନଙ୍କ ଆୟୁଷ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ସହ ସମାନ ହୋଇଥାଏ । ଏହି ରିପୋର୍ଟ ଅନୁସାରେ, ସୂର୍ଯ୍ୟଙ୍କ କିରଣରୁ ନିଜ ଉପରେ ପଡିବାକୁ ନଦେବା ଅର୍ଥ ଧୂମ୍ରପାନ କରିବା ସହ ସମାନ । ସୂର୍ଯ୍ୟକିରଣକୁ ଆସୁନଥିବା ବ୍ୟକ୍ତିଙ୍କ ଜୀବନ ଅବଧି ନିୟମିତ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କ ଜୀବନ ଅବଧି ତୁଳନାରେ ପାଖାପାଖି ୬ ମାସରୁ ୨.୧ବର୍ଷ କମ୍ ରହିଥାଏ । ଏପରି ତଥ୍ୟ ଏକ ଅଧ୍ୟୟନରେ ଜଣାପଡ଼ିଛି ।
ସୂର୍ଯ୍ୟକିରଣରୁ କେଉଁ ସବୁ ଲାଭ ମିଳିଥାଏ:
ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ଆପଣ ପ୍ରତିଦିନ କିଛି ସମୟ ସୂର୍ଯ୍ୟକିରଣରେ ରହୁଛନ୍ତି ତାହାଲେ ଏହା ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ଫଳପ୍ରଦ । ଏହାଦ୍ବାରା ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ । ମଧୁମେହ ଓ ହୃଦରୋଗୀଙ୍କ କ୍ଷେତ୍ରରେ ମଧ୍ୟ ଲାଭଦାୟକ । ସେହିପରି ସଂକ୍ରମିତ ରୋଗରୁ ମଧ୍ୟ ବ୍ୟକ୍ତିଙ୍କୁ ରକ୍ଷା କରିଥାଏ ସୂର୍ଯ୍ୟକିରଣ । ଯଦି କେଉଁ ରୋଗର ସଂକ୍ରମଣ ନେଇ ଭୟ ରହୁଛି, ତେବେ ପ୍ରତିଦିନ ସକାଳେ ୫ ମିନିଟ୍ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବା ଦ୍ବାରା ଏସବୁ ସଂକ୍ରାମକ ରୋଗ ହେବାର ସମ୍ଭାବନା କମ୍ ରହିଥାଏ ।