ଓଡିଶା

odisha

ରିସର୍ଚ୍ଚରେ ଖୁଲାସା, ବୃଦ୍ଧାବସ୍ଥାରେ ମସ୍ତିଷ୍କକୁ ସୁସ୍ଥ ରଖେ ସଙ୍ଗୀତ

Playing Instrument And Brain Health: ମାନସିକ ସ୍ବାସ୍ଥ୍ୟ ସହିତ ଅଙ୍ଗାଙ୍ଗି ଭାବେ ଜଡିତ ମ୍ୟୁଜିକ । ବୃଦ୍ଧାବସ୍ଥାରେ ମ୍ୟୁଜିକ ମସ୍ତିଷ୍କକୁ ସୁସ୍ଥ ରଖେ ବୋଲି ରିସର୍ଚ୍ଚରେ ଖାଲାସା ହୋଇଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 31, 2024, 5:40 PM IST

Published : Jan 31, 2024, 5:40 PM IST

ETV Bharat / health

ରିସର୍ଚ୍ଚରେ ଖୁଲାସା, ବୃଦ୍ଧାବସ୍ଥାରେ ମସ୍ତିଷ୍କକୁ ସୁସ୍ଥ ରଖେ ସଙ୍ଗୀତ

Music Helpful for Brain
Music Helpful for Brain

ହାଇଦ୍ରାବାଦ:ସଙ୍ଗୀତ ସ୍ବାସ୍ଥ୍ୟ ଉପରେ ସୁପ୍ରଭାବ ପକାଇଥାଏ ବୋଲି ସମସ୍ତେ ଜାଣନ୍ତି । ବିଶେଷ କରି ମାନସିକ ସ୍ବାସ୍ଥ୍ୟକୁ ଠିକ ରଖିବା ପାଇଁ ସଙ୍ଗୀତର ଆବଶ୍ୟକତା ରହିଛି । ତେବେ ଏହାକୁ ନେଇ ଏକ ନୂଆ ରିସର୍ଚ୍ଚ ସାମ୍ନାକୁ ଆସିଛି । ବାର୍ଦ୍ଧକ୍ୟ ଅବସ୍ଥାରେ ସଙ୍ଗୀତ ଶୁଣିବା ଦ୍ବାରା ଶରୀର ଉପରେ ସୁପ୍ରଭାବ ପକାଇଥାଏ ବୋଲି ଦର୍ଶାଯାଇଛି । ଇଣ୍ଟରନେସନାଲ ଜୋର୍ନାଲ ଅଫ ଜେରିଏଟ୍ରିକ ସାଇକ୍ରିଏଟିରେ ପ୍ରକାଶିତ ହୋଇଛି। ତେବେ ଏହି ଅଧ୍ୟୟନ ପାଇଁ 40 ବର୍ଷରୁ ଅଧିକ ବୟସର 1000ରୁ ଅଧିକ ବୟସର ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା । ମାନସିକ ସ୍ବାସ୍ଥ୍ୟ ଉପରେ ସଙ୍ଗୀତ କେଉଁ ପ୍ରକାର ପ୍ରଭାବ ପକାଇଥାଏ ତାହା ଜାଣିବା ପାଇଁ ବ୍ୟକ୍ତିବିଶେଷମାନଙ୍କ ବାଦ୍ୟଯନ୍ତ୍ର ବଜାଇବା ସହିତ ସଙ୍ଗୀତ ଶୁଣିବା ପାଇଁ ପରାମର୍ଶ ଦିଆଯାଇଥିଲା ।

ସ୍ମୃତି ଶକ୍ତି ବୃଦ୍ଧି କରେ ସଙ୍ଗୀତ:10 ବର୍ଷ ଧରି ଚାଲୁଥିବା ପ୍ରୋଟେକ୍ଟ ନାମକ ଏହି ଅଧ୍ୟୟନ ପାଇଁ 25ହଜାରରୁ ଅଧିକ ଲୋକ ସାଇନ୍ ଅପ୍ କରିଥିଲେ । ତେବେ ପିଆନୋ ଭଳି ବାଦ୍ୟଯନ୍ତ୍ର ବଜାଇବା ଦ୍ବାରା ଜଣେ ବ୍ୟକ୍ତିର ସ୍ମୃତିଶକ୍ତିରେ ଉନ୍ନତି ଆସିବା ସହିତ କାର୍ଯ୍ୟ କରିବା କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ ବୋଲି ରିସର୍ଚ୍ଚରୁ ଜଣାପଡିଛି । ଏହି ଦକ୍ଷତା କଠିନ ପରିସ୍ଥିତିକୁ ସାମ୍ନା କରିପାରିବ ବୋଲି ମଧ୍ୟ କୁହାଯାଇଛି । ବୟସ ବୃଦ୍ଧି ହେବା ସହିତ ଏହି ଅଭ୍ୟାସ ଜାରି ରଖିବା ଉଚିତ ବୋଲି କୁହାଯାଇଛି । ତେବେ ସଙ୍ଗୀତ ମାନସିକ ସ୍ବାସ୍ଥ୍ୟ ସହିତ ଜଡିତ ବୋଲି ରିସର୍ଚ୍ଚରେ ଉଲ୍ଲେଖ କରାଯାଇଛି । ଅନୁସନ୍ଧାନକାରୀଙ୍କ କହିବା ଅନୁସାରେ, ସଙ୍ଗୀତ ଶୁଣିବା ଦ୍ୱାରା ଅନେକ ନ୍ୟୁରୋକେମିକାଲ୍ ରିଲିଜ୍ ହୁଏ, ଯାହା ମସ୍ତିଷ୍କ କାର୍ଯ୍ୟ ଏବଂ ମାନସିକ ସ୍ବାସ୍ଥ୍ୟରେ ଏକ ଭୂମିକା ଗ୍ରହଣ କରିଥାଏ ।

ଏହା ମଧ୍ୟ ପଢନ୍ତୁ: Benefits Of Music: ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ସଙ୍ଗୀତ, କମ ହୁଏ ଡିପ୍ରେସନ

ବ୍ରିଟେନର ଏକ୍ସଟର ୟୁନିଭରସିଟିରେ ଡିମେନ୍ସିଆ ରିସର୍ଚ୍ଚର ପ୍ରଫେସର ଏନି କର୍ବେଟ କହିଛନ୍ତି, "ପ୍ରୋଟେକ୍ଟ ଷ୍ଟଡିରେ ବୟସ୍କଙ୍କ ମଧ୍ୟରେ ଜ୍ଞାନଗତ ପ୍ରଦର୍ଶନ ଏବଂ ସଙ୍ଗୀତ ମଧ୍ୟରେ ସମ୍ପର୍କକୁ ଅନୁସନ୍ଧାନ କରିବା ପାଇଁ ଏକ ବଡ଼ ସୁଯୋଗ ମିଳିଥିଲା । ମସ୍ତିଷ୍କକୁ ଆକ୍ଟିଭ ରଖିବା ପାଇଁ ସଙ୍ଗୀତ ଶୁଣିବା ଆବଶ୍ୟକ ବୋଲି ଆମେ ଭାବୁଛୁ ।"

ପ୍ରକାଶଥାଉକି, ଏହା ବ୍ୟତୀତ ଆହୁରି ମଧ୍ୟ ସ୍ବାସ୍ଥ୍ୟ ଲାଭ ରହିଛି । ଚିନ୍ତାରୁ ମୁକ୍ତି, ନିଦ ସମସ୍ୟାରୁ ମୁକ୍ତି, ଡିପ୍ରେସନ କମ ହୋଇଥାଏ, ସ୍ମରଣଶକ୍ତି ବୃଦ୍ଧି ଏବଂ ଓଜନ ନିୟନ୍ତ୍ରଣ ହୋଇଥାଏ ।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ, ଏହା ତଥ୍ୟଭିତ୍ତିକ ଖବର

ABOUT THE AUTHOR

...view details