ହାଇଦ୍ରାବାଦ:ପ୍ରସାଧନ ସାମଗ୍ରୀରେ ବ୍ୟବହୃତ ଅନେକ ପ୍ରକାରର ରାସାୟନିକ ପଦାର୍ଥ ଚର୍ମ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ । ଅନୁସନ୍ଧନକାରୀଙ୍କ କହିବା ଅନୁସାରେ, କେତେକ ସାମଗ୍ରୀରେ ଏଭଳି ରାସାୟନିକ ପଦାର୍ଥ ରହିଥାଏ ଯାହାର ଗମ୍ଭୀର ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳେ । ଏହାରି ଭିତରେ PFAS(Per- and polyfluoroalkyl substances) ଉପରେ ପ୍ରତିବନ୍ଧକ ଲଗାଇଲା ନ୍ୟୁଜିଲ୍ୟାଣ୍ଡ । ଏଥିରେ ଏଭଳି କିଛି ରାସାୟନିକ ପଦାର୍ଥ ରହିଛି ଯାହାକି ନେଲପଲିସ, ସେଭିଂ କ୍ରିମ, ଫାଉଣ୍ଡେସନ୍, ଲିପଷ୍ଟିକ, ମସ୍କାରା ଭଳି ପ୍ରସାଧାନ ସାମଗ୍ରୀରେ ବ୍ୟବହୃତ ହୋଇଥାଏ । ତେବେ ଅଧ୍ୟୟନରୁ ଜଣାପଡିଛି ଯେ, PFAS କେବଳ ଚର୍ମର ନୁହେଁ ବରଂ ଏହା ଶରୀରରେ କର୍କଟ ରୋଗ ସୃଷ୍ଟି କରିପାରେ ବୋଲି କୁହାଯାଇଛି । ପିଏଫଏସ ଦ୍ବାରା ସୃଷ୍ଟି ହେଉଥିବା ବିପଦ କାରଣରୁ ନ୍ୟୁଜିଲ୍ୟାଣ୍ଡ ସରକାର ପ୍ରସାଧାନ ସାମଗ୍ରୀ ଉପରେ ଏହାର ବ୍ୟବହାରକୁ ନେଇ ପ୍ରତିବନ୍ଧକ ଲଗାଇଛନ୍ତି । ତେବେ ଜାମନ୍ତୁ ଏହା ଚର୍ମ ଉପରେ କେଉଁ ପ୍ରକାର ପ୍ରଭାବ ପକାଇଥାଏ ।
ରିପୋର୍ଟରେ ଦର୍ଶାଯାଇଛି ଯେ, ଚର୍ମକୁ ତେଲିଆ ରଖିବା, ପ୍ରସାଧାନ ସାମଗ୍ରୀକୁ ଅଧିକ ସମୟ ପର୍ଯ୍ୟନ୍ତ ସ୍ଥାୟୀ କରି ରଖିବା ପାଇଁ ପ୍ରସାଧାନ ସାମଗ୍ରୀରେ PFASର ବ୍ୟବହାର କରାଯାଇଥାଏ । ଏହି ରାସାୟନିକ ପ୍ରସାଧାନ ସାମଗ୍ରୀ ବ୍ୟବହାର କରିବା ଦ୍ବାରା ଶରୀର ଉପରେ ଅନେକ କ୍ଷତି ପହଞ୍ଚାଇଥାଏ । ତେବେ ଗ୍ରାହକ ଏବଂ ପରିବେଶର ସୁରକ୍ଷା ପାଇଁ PFASର ବ୍ୟବହାରକୁ ନିଷିଦ୍ଧ କରିଥିବା ପ୍ରଥମ ଦେଶ ହେଉଛି ନ୍ୟୁଜିଲ୍ୟାଣ୍ଡ । ଅନୁସନ୍ଧାନକାରୀଙ୍କ କହିବା ଅନୁସାରେ, ଏହି ରାସାୟନିକ ପଦାର୍ଥ ଶରୀରରେ ଶୀଘ୍ର ମିଳେଇବ ନାହିଁ। ଫଳରେ ଏହା ଶରୀରରେ ଜମା ହୋଇ ଅଧିକ ବିଷାକ୍ତ ହେବାର ସମ୍ଭାବନା ଅଧିକ ରହିଥାଏ ।