ଶିମଲା:ଭାରତରେ ମଧୁମେହ ରୋଗ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ମାହାମାରୀ ସାଜିଲାଣି ଡାଇବେଟିସ । ତେବେ ମଧୁମେହ ଯାଞ୍ଚ ପାଇଁ ବ୍ୟବହୃତ ଗ୍ଲୁକୋମିଟର ସର୍ବୋତ୍ତମ ଉପକରଣ ଭାବରେ ବିବେଚନା କରାଯାଏ । ଯେଉଁଥିରେ ରକ୍ତ ନମୁନା ବ୍ୟବହାର କରି କିଛି ସେକେଣ୍ଡରେ ମଧୁମେହ ଚିହ୍ନଟ ହୋଇପାରେ । ତେବେ ଆଗାମୀ ଦିନରେ ମଧୁମେହ ଚିହ୍ନଟ ପାଇଁ ଆଉ ରକ୍ତ ନମୁନାର ଆବଶ୍ୟକ ହେବ ନାହିଁ । ଆଇଆଇଟି ମଣ୍ଡିର ଅନୁସନ୍ଧାନକାରୀମାନେ ଏକ ନୂତନ ଉପକରଣ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ କେବଳ ନିଶ୍ବାସ ଦ୍ବାରା ଜାଣି ହେବ ଡାଇବେଟିସ । ବେଲୁନରେ ନିଶ୍ୱାସ ନେବା ଦ୍ୱାରା ମଧୁମେହ ପରୀକ୍ଷା କରାଯାଇପାରିବ ।
ନିଶ୍ବାସରୁ ମଧୁମେହ ଜାଣିହେବ :ଆଇଆଇଟି ମଣ୍ଡିର ଅନୁସନ୍ଧାନକାରୀମାନେ ଯେଉଁ ଉପକରଣ ପ୍ରସ୍ତୁତ କରୁଛନ୍ତି, ସେଥିରୁ ଭଲ ଫଳାଫଳ ଦେଖାଯାଇଛି । ଏହି ଡିଭାଇସର ନାମ ନନଇମୋଭେସିଭ ଗ୍ଲୁକୋମିଟର ଅଟେ । ଆଇଆଇଟି ମଣ୍ଡିର ସିନିୟର ପ୍ରୋଜେକ୍ଟ ବିଶେଷଜ୍ଞ ଡାକ୍ତର ରିତୁ ଖୋସଲା କହିଛନ୍ତି, "ରକ୍ତ ପରୀକ୍ଷା କରିବା ସମୟରେ ଜଣେ ବ୍ୟକ୍ତିଙ୍କ ଶରୀରରେ ମଧୁମେହର ଉପସ୍ଥିତି ଚିହ୍ନଟ ହୁଏ । କିନ୍ତୁ ଏହି ନୂତନ ଉପକରଣ ମାଧ୍ୟମରେ ଜଣେ ବ୍ୟକ୍ତି ରକ୍ତ ନମୁନା ପରୀକ୍ଷା ନକରି ନିଜ ମଧୁମେହ ବିଷୟରେ ଜାଣିପାରିବେ ।"
ସେ ଆହୁରି ମଧ୍ୟ କହିଛନ୍ତି, "ଏହି ଉପକରଣରେ ମଲ୍ଟି ସେନ୍ସର ଲଗାଯାଇଛି । ଯାହା ରକ୍ତରୁ ଶର୍କରା ସ୍ତର ଚିହ୍ନଟ କରିବାରେ ସକ୍ଷମ ହେବ । ଡିଭାଇସରେ ରକ୍ତଚାପ, ରକ୍ତରେ ଅମ୍ଳଜାନ ସ୍ତର, ଲିଙ୍ଗ ଏବଂ ନାମ ଇତ୍ୟାଦି ପ୍ରବେଶ କରାଯାଇଛି । ଯାହା ମୋବାଇଲ୍ ଆପ୍ ସହିତ ସଂଯୁକ୍ତ ଅଟେ । ଏହି ସେନ୍ସର ସାହାଯ୍ୟରେ ବ୍ୟକ୍ତିର ମଧୁମେହ ଚିହ୍ନଟ କରେ । ଶର୍କରା ପରିମାଣ କେତେ ଡିଭାଇସ ସଠିକ ଉତ୍ତର ଦେବ ବୋଲି କୁହାଯାଇଛି ।