ହାଇଦ୍ରାବାଦ: ଭାରତରେ ଡେଙ୍ଗୁକୁ ମହାମାରୀ ରୋଗ ସହିତ ତୁଳନା କରାଯାଇଥାଏ । କାରଣ ପ୍ରତିବର୍ଷ ଏହି ମାରାତ୍ମକ ରୋଗ ଦ୍ବାରା ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରିଥାନ୍ତି । ମଶା କାମୁଡିବା ଦ୍ବାରା ଅନ୍ୟ କୌଣସି ରୋଗ ହ୍ରାସ ପାଉଥିଲେ ହେଁ ଡେଙ୍ଗୁ ହେବାର ଆଶଙ୍କା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗ୍ରୀଷ୍ମ ଋତୁରେ ଡାକ୍ତରଖାନାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ, ବିଶ୍ବର ପ୍ରାୟ ଅଧା ଦେଶରେ ଡେଙ୍ଗୁ ରୋଗ ଦେଖାଯାଇଥାଏ ଡେଙ୍ଗୁ ଏକ ଭାଇରାଲ ସଂକ୍ରମଣ ହୋଇଥିଲେ ହେଁ ପ୍ଲେଟଲେଟ କମ୍ ହେଉଥିବା କାରଣରୁ ଏହା ଗୁରୁତର ହୋଇଥାଏ । ଯଦି ଠିକ ସମୟରେ ଡେଙ୍ଗୁ ଚିକିତ୍ସା କରାନଯାଏ ତେବେ ଏହା ମୃତ୍ୟୁର କାରଣ ମଧ୍ୟ ସାଜିପାରେ । ତେବେ ଡେଙ୍ଗୁ ବିଷୟରେ ସତର୍କ କରାଇବା ପାଇଁ ପ୍ରତିବର୍ଷ ମେ 16 ତାରିଖରେ ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଏ । ଡେଙ୍ଗୁ ରୋଗର ଲକ୍ଷଣ ଏବଂ ପ୍ରତିରୋଧ ବିଷୟରେ ଲୋକଙ୍କୁ ସଚେତନ କରାଯାଇଥାଏ ।
ଏହା ମଧ୍ୟ ପଢନ୍ତୁ: National Dengu Day: ମାରାତ୍ମକ ଡେଙ୍ଗୁ, ଜାଣନ୍ତୁ ରୋଗର କାରଣ, ଲକ୍ଷଣ ଏବଂ ନିରାକରଣ
ଡେଙ୍ଗୁର ଲକ୍ଷଣ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ, ଅନେକ ଲୋକଙ୍କ ଠାରେ ଡେଙ୍ଗୁ ହେବା ଦ୍ବାରା ଏହା 2ରୁ 3 ଦିନ ଭିତରେ ଠିକ ହୋଇଯାଇଥାଏ । ବେଳେବେଳେ ଏହା 1ରୁ 2 ସପ୍ତାହ ସମୟ ମଧ୍ୟ ଲାଗିଥାଏ । ବେଳେବେଳେ ଯଦି ରୋଗୀ ଉପଯୁକ୍ତ ଚିକିତ୍ସା ପାଏ ନାହିଁ ତେବେ ପ୍ଲେଟଲେଟ କରିବା ସହିତ ରୋଗୀ ଗୁରୁତର ହେବାର ସମ୍ଭାବନା ଅଧିକ ରହିଥାଏ । ମଶା କାମୁଡ଼ିବାର ପ୍ରାୟ 3-4 ଦିନ ପରେ ଶରୀରରେ ଡେଙ୍ଗୁ ରୋଗର ଲକ୍ଷଣ ଦେଖାଯାଏ । ପ୍ରତିବର୍ଷ ଏକ ଥିମକୁ ନେଇ ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଇଥାଏ । ତେବେ ଚଳିତ ବର୍ଷର ଥିମ ରହିଛି ଡେଙ୍ଗୁ ନିରାକରଣ । ଆସନ୍ତାକାଲି ନିରାପଦ ରହିବା ଆମର ଦାୟିତ୍ବ ।
- ଡେଙ୍ଗୁ ରୋଗର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଜ୍ୱର ।
- ବାନ୍ତି, ପେଟ ଯନ୍ତ୍ରଣା, ଦାଗ, ଶରୀର ଯନ୍ତ୍ରଣା, ନାକରୁ ରକ୍ତସ୍ରାବ, ଏବଂ ଷ୍ଟୁଲରେ ମଧ୍ୟ ସମସ୍ୟା ହୋଇଥାଏ ।
- ଡେଙ୍ଗୁ ରୋଗର ଲକ୍ଷଣ 2ରୁ 7 ଦିନ ପର୍ଯ୍ୟନ୍ତ ରହିପାରେ ।
- ପ୍ରଥମ 24ରୁ 48 ଘଣ୍ଟା ପୋଷ୍ଟ ଜ୍ୱରରେ ଭୟଙ୍କର ଡେଙ୍ଗୁ ଲକ୍ଷଣ ଦେଖାଯାଏ ।
- ରୋଗୀ ମଧ୍ୟ ଥକ୍କା, ଅସ୍ଥିରତା ଏବଂ ବିରକ୍ତିକର ଅନୁଭବ କରିପାରନ୍ତି।
- ଦ୍ବିତୀୟ ଥର ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ଠାରେ ଡେଙ୍ଗୁ ଭୟଙ୍କର ହୋଇଥାଏ । ଜ୍ବର କମିଗଲେ ହେଁ ଲକ୍ଷଣ ଦେଖାଯାଏ ।