ଓଡିଶା

odisha

ETV Bharat / health

'ଅପେକ୍ଷା କରିବା ଦ୍ବାରା ମାନସିକ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ କୁପ୍ରଭାବ' - Wait is Toxic

Wait is Toxic: ଅପେକ୍ଷା କରିବା ଦ୍ବାରା ଏହା ଆମର ମାନସିକ ସ୍ତରରେ କି ପ୍ରକାର ପ୍ରଭାବ ପକାଉଛି । କିପରି ଏଭଳି ସମସ୍ୟାରୁ ମୁକ୍ତି ପାଇପାରିବେ, ଜାଣନ୍ତୁ ।

By ETV Bharat Odisha Team

Published : Apr 8, 2024, 1:02 PM IST

Wait is Toxic
Wait is Toxic

ହାଇଦ୍ରାବାଦ:ବର୍ଷ ବର୍ଷ ଧରି କବି ଏବଂ ଦାର୍ଶନିକମାନେ ମନୁଷ୍ୟର ଉତ୍ପତି ନେଇ ତର୍କ ବିତର୍କ କରିଆସୁଛନ୍ତି । ବୈଜ୍ଞାନିକମାନେ ଦୀର୍ଘ ଦିନ ଧରି ମନୁଷ୍ୟର ଜୀବନଶୈଳୀକୁ ନେଇ ଅନୁସନ୍ଧାନ ଜାରି ରହିଛି । ଅଧ୍ୟୟନରୁ ଜଣାପଡ଼ିଛି ଯେ, 'ଅପେକ୍ଷା' ମନୋବଳରେ ପରିବର୍ତ୍ତନ ଆଣିପାରେ । ଏହା ଚିନ୍ତାର କାରଣ ସାଜିପାରେ । ଯେଉଁ ବ୍ୟକ୍ତି ଆପଣଙ୍କୁ ଅଧିକ ସମୟ ଅପେକ୍ଷା କରାଇଥାନ୍ତି, ସେ ଭାବନ୍ତି ଯେ, ଆପଣଙ୍କ ପାଖରେ ଅଧିକ ସମୟ ଅଛି। ଏହାକୁ ନେଇ ବରିଷ୍ଠ ସାମ୍ବାଦିକ ତୋଫିକ ରଶିଦ କହିଛନ୍ତି, "ନିଜକୁ ରକ୍ଷା କର । ଆଉ ଏଭଳି ସ୍ଥିତିରୁ ଦୂରରେ ରୁହ ।"

କାହାକୁ ଅପେକ୍ଷା କରିବା କାରଣରୁ ଆପଣ କେବେ ବିରକ୍ତି ପ୍ରକାଶ କରିଛନ୍ତି କି? ଯଦି ଆପଣ କାହାକୁ ମେସେଜ ଦେବାର ୨୪ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରି ସୁଧା ପ୍ରତିଉତ୍ତର ପାଇନାହାନ୍ତି ସେତେବେଳେ ଆପଣଙ୍କୁ ବିରକ୍ତି ଅନୁଭବ ହେଉଥିବ । ସେହିପରି ଯଦି ଆପଣ ଚାକିରି ପାଇଁ ଆବେଦନ କରିଛନ୍ତି ଏବଂ ମାସ ମାସ ଧରି କୌଣସି ଉତ୍ତର ଆସୁନି, ତେବେ ଏହାର ଫଳାଫଳ ଅପେକ୍ଷାରେ ଆପଣ ରହୁଥିବେ । ସେହିପରି ପରୀକ୍ଷା ଫଳାଫଳକୁ ଅପେକ୍ଷାରୁ ଆରମ୍ଭ କରି ଚିକିତ୍ସା କ୍ଷେତ୍ରରେ ସାକ୍ଷାତ ପାଇଁ ଡାକ୍ତର ଦେଇଥିବା ସମୟକୁ ମଧ୍ୟ ଆପଣ ଅପେକ୍ଷା କରୁଥିବେ ।

ବିଭିନ୍ନ ପୁସ୍ତକରେ କବିତା ମାଧ୍ୟରେ 'ଅପେକ୍ଷା' ସମ୍ପର୍କିତ କାବ୍ୟ ଆପଣ ପଢିଥିବେ । ଅପେକ୍ଷା କରିବାର ଭାବାବେଗ ସହ ଜଡ଼ିତ କବିତା ଅନେକ ପୁସ୍ତକରେ ରଚନା କରାଯାଇଛି । ହେଲେ ଅନୁସନ୍ଧାନକାରୀଙ୍କ କହିବା ଅନୁସାରେ, କାହାରିକୁ ଅପେକ୍ଷା କରିବା ଦ୍ବାରା ଏହା ଆମକୁ ମାନସିକ ସ୍ତରରେ ପ୍ରଭାବିତ କରିଥାଏ । ବିଗତ ଦିନମାନଙ୍କରେ ଏଥିପ୍ରତି ଏତେଟା ଧ୍ୟାନ ଦିଆଯାଇନଥିବା ସତ । କିନ୍ତୁ ବର୍ତ୍ତମାନ ବ୍ୟକ୍ତିର ମାନସିକ ସ୍ବାସ୍ଥ୍ୟକୁ ନେଇ ସବୁଠି ତତ୍ପରତା ଦେଖାଦେଇଛି । ବିଶେଷଜ୍ଞଙ୍କ କହିବା ଅନୁସାରେ, କୌଣସି ବ୍ୟକ୍ତି ପାଇଁ ହେଉ ବା ଅନୁଷ୍ଠାନ ପାଇଁ ହେଉ ଅପେକ୍ଷା କରିବା ଦ୍ବାରା ଏହା ବ୍ୟକ୍ତିକୁ ମାନସିକ ସ୍ତରରେ ପ୍ରଭାବିତ କରିଥାଏ । ଅପେକ୍ଷା କରିବା ଦ୍ବାରା ମନୋବଳ ହ୍ରାସ ପାଏ ।

'ଅପେକ୍ଷା' ସମ୍ପର୍କରେ ବିଶେଷଜ୍ଞଙ୍କ ମତ:

ମନସ୍ତତ୍ତବବିତ୍ ଡକ୍ଟର ଜିତେନ୍ଦ୍ର ନାଗପାଲ କହିଛନ୍ତି, ଅପେକ୍ଷା ଚିନ୍ତା ବଢାଇବା ସହ ଅସ୍ଥିରତା ମଧ୍ୟ ବଢାଇଥାଏ । ଏହା ମନୋବଳ ପରିବର୍ତ୍ତନ କରେ ଏବଂ ଉଦାସୀନତା ମନୋଭାବ ବୃଦ୍ଧି କରେ । ୟୁନିଭର୍ସିଟି କଲଜ ଲଣ୍ଡନ ଏବଂ ଏନଆଇଏଚ (NIH) ର ଅନୁସନ୍ଧାନକାରୀମାନେ ନେଚରସ ହ୍ୟୁମାନ ବିହେଭିଅର ଜର୍ଣ୍ଣାଲ (Nature's Human Behaviour Journal)ରେ ଏ ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି । ବ୍ୟକ୍ତିର ମନୋବଳ ପ୍ରତି ମିନିଟରେ ପ୍ରାୟ 2% ହ୍ରାସ ପାଇଛି ପାଉଥିବା ନେଇ ରିସର୍ଚ୍ଚରୁ ଜଣାପଡ଼ିଛି ବୋଲି ଏହି ପତ୍ରିକାରେ ପ୍ରକାଶ ପାଇଛି । ତେବେ ଏହି ପ୍ରକ୍ରିୟାକୁ ସମୟ ଅନୁସାରେ ମନ ପରିବର୍ତ୍ତନ (Mood Drift Over Time) ବୋଲି କୁହାଯାଏ । ସଂକ୍ଷିପ୍ତରେ 'ମୁଡ୍ ଡ୍ରିଫ୍ଟ' ମଧ୍ୟ କେହି କେହି କହିଥାନ୍ତି ।

ଅଧ୍ୟୟନ ସମୟରେ ପର୍ଯ୍ୟାୟକ୍ରମେ 28ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ମନୋବଳକୁ ଆକଳନ କରିବାକୁ କୁହାଯାଇଥିଲା । ଯେହେତୁ ସେମାନେ ବିଶ୍ରାମ କରୁଥିଲେ ସେ ସମୟରେ ଏହା ପରୀକ୍ଷା କରିବା ସମ୍ଭବପର ନଥିଲା । ସେଥିପାଇଁ ସେମାନଙ୍କୁ ଅପେକ୍ଷା କରିବାକୁ କୁହାଗଲା । ଅଂଶଗ୍ରହଣକାରୀମାନଙ୍କୁ ଅପେକ୍ଷା ସମୟ ଦେଇ ରଖାଗଲା ଏବଂ ପରେ ମସ୍ତିଷ୍କ ସ୍କାନ କରାଗଲା । ଏହାପରେ ପୂର୍ବ ଅପେକ୍ଷା ସେମାନଙ୍କ ମନୋବଳ ବିଶେଷ ଖରାପ ହୋଇଯାଇଥିବା ଜଣାପଡ଼ିଥିଲା ।

'ଅପେକ୍ଷା' ଦ୍ବାରା କାହିଁକି ମନୋବଳ ପରିବର୍ତ୍ତନ ହୁଏ? କ'ଣ ରହିଛି ଏହା ପଛର କାରଣ:

'ଅପେକ୍ଷା' ହେଉଛି ଏକ ପ୍ରକାର ନିଷ୍କ୍ରିୟତା । ଯଦି ଆପଣ କୌଣସି କାର୍ଯ୍ୟକଳାପରେ ନିୟୋଜିତ ଅଛନ୍ତି ସେ ସମୟରେ ଆପଣ ସକ୍ରିୟ ରୁହନ୍ତି । ହେଲେ ଅପେକ୍ଷା କରିବା ଦ୍ବାରା ମନୁଷ୍ୟ କିଛି ଘଟିବା ନେଇ ଆଶା କରୁଥାଏ, ସେହି ସମୟରେ ସେ ନିଷ୍କ୍ରିୟ ରହେ । ଆଉ ଯେତେବେଳେ ବିଳମ୍ବ ହୁଏ ଏହା ମନୋବଳ ଦୁର୍ବଳ କରେ ।

ସାଇକେସେଣ୍ଟ୍ରାଲ ପତ୍ରିକାରେ ବିଶେଷଜ୍ଞମାନେ ଉଲ୍ଲେଖ କରିଛନ୍ତି ଯେ, ମସ୍ତିଷ୍କର ଦୁଇଟି ଅଂଶ ଏଥିରେ ଜଡିତ ଅଛି । ପ୍ରଥଟି ହେଲା ଆମର ଅପେକ୍ଷା କରିବାର ଧୈର୍ଯ୍ୟ, ଯାହା ଚିନ୍ତାକୁ ବଜାୟ ରଖେ ଏବଂ ପରିବର୍ତ୍ତନ କରେ । ଦ୍ବିତୀୟଟି ହେଉଛି ଭୟ । ଅନେକ କ୍ଷେତ୍ରରେ ଟେନସନ ବୃଦ୍ଧି କାରଣରୁ ଶରୀରର ରକ୍ତଚାପ, ମାଂସପେଶୀ ଏବଂ ନିଶ୍ବାସ ପ୍ରଶ୍ବାସ ନେବା ପ୍ରକ୍ରିୟାରେ ପରିବର୍ତ୍ତନ ଦେଖା ଦିଏ । ନିଜକୁ ଆୟତ୍ତ କରିପାରୁନଥିବା ମଣିଷ ଶରୀର ପ୍ରତି ଅନେକ କୁପ୍ରଭାବ ପଡିଥାଏ ।

ଚିନ୍ତା ଦୂର କରିବାର ଉପାୟ:

1. ଆତ୍ମ ସଚେତନତା ନିହାତି ଆବଶ୍ୟକ । ଅର୍ଥାତ୍ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବାକୁ ନିଜକୁ ପ୍ରସ୍ତୁତ ରଖିବା ଆବଶ୍ୟକ ।

2. ନିଜକୁ ଶାନ୍ତ ରଖିବାକୁ ସଂଗୀତ ଶୁଣିବା ସହ ଆରାମ ଦାୟକ ଅନୁଭୂତି ପାଇଁ ଶରୀର ମସାଜ (Body Massage) ଇତ୍ୟାଦି ଆବଶ୍ୟକ ।

3. ଶ୍ବାସକ୍ରିୟା ସହ ଜଡ଼ିତ ବ୍ୟାୟାମ ଅଭ୍ୟାସ କରାଯିବାର ଆବଶ୍ୟକତା ରହିଛି ।

4. ଏକ ପୁରୁଣା ବନ୍ଧୁଙ୍କୁ ଡାକନ୍ତୁ, ଆପଣଙ୍କର ପ୍ରିୟ ଚଳଚ୍ଚିତ୍ରକୁ ପୁନର୍ବାର ଦେଖନ୍ତୁ |

5. ଯଦି କେହି ଆପଣଙ୍କ ମାନସିକ ଶାନ୍ତିକୁ କ୍ଷୁର୍ଣ୍ଣ କରୁଥାଏ ତେବେ ସେଭଳି ବ୍ୟକ୍ତିବିଶେଷଙ୍କଠାରୁ ଦୂରରେ ରୁହନ୍ତୁ ।

ଏହା ମଧ୍ୟ ପଢନ୍ତୁ...ମୁଣ୍ଡରେ ସାମାନ୍ୟ ଆଘାତ ସାଜିପାରେ ମୃତ୍ୟୁର କାରଣ, ସତର୍କତା ଜରୁରୀ

ABOUT THE AUTHOR

...view details