ଭୁବନେଶ୍ୱର: ଡିପ୍ରେସନ ବା ଅବସାଦ ଏକ ମାନସିକ ସ୍ଥିତି । କ୍ରମାଗତ ଭାବରେ ଦୁଃଖ କିମ୍ବା କୌଣସି ଆଘାତ କାରଣରୁ ଜଣେ ବ୍ୟକ୍ତି ଡିପ୍ରେସନର ବା ଅବସାଦର ଶିକାର ହୋଇଥାଆନ୍ତି । ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ମାନସିକ ଅବସାଦ ହେବାର ସମ୍ଭାବନା ଅଧିକ ଥାଏ। କାରଣ ଏହି ସମୟରେ ସେମାନଙ୍କ ଶରୀରରେ ହରମୋନ ପରିବର୍ତ୍ତନ ହୁଏ । ପାରିପାରର୍ଶ୍ୱିକ ପରିବର୍ତ୍ତନ ହୁଏ । କର୍ମ କ୍ଷେତ୍ରରେ ହେଉ କିମ୍ବା ପରିବାର ପ୍ରତି ହେଉ ଦାୟିତ୍ୱ ବୃଦ୍ଧି ଘଟେ । ବିଭିନ୍ନ ପ୍ରକାରର ମାନସିକ ଚିନ୍ତା ଆସିଥାଏ । ଯାହା ଫଳରେ ଗର୍ଭବତୀ ମହିଳାମାନେ ଅନେକ ସମୟରେ ଚିଡଚିଡ଼ା ହୋଇଯାଆନ୍ତି ।
depression during pregnancy (ETV Bharat Odisha) ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ କ୍ଷେତ୍ରରେ ମାନସିକ ଅବସାଦର ଶିକାର ହେବା ଦୁଇ ଗୁଣ ଅଧିକ ସମ୍ଭାବନା ଥାଏ । ବିଶେଷ କରି ମହିଳାମାନଙ୍କଠାରେ ଗର୍ଭାବସ୍ଥା ଆରମ୍ଭରୁ ବିଭିନ୍ନ କାରଣ ଯୋଗୁଁ ସେମାନଙ୍କ ମାନସିକ ସ୍ଥିତିରେ ପରିବର୍ତ୍ତନ ଆସିଥାଏ । କହିବାକୁ ଗଲେ ଗର୍ଭାବସ୍ଥାର ଆରମ୍ଭରୁ ଏହି ଡିପ୍ରେସନ ଆରମ୍ଭ ହୋଇଯାଇଥାଏ । କେବଳ ଗର୍ଭାବସ୍ଥାରେ ନୁହେଁ, ଛୁଆ ଜନ୍ମ ପରେ ମଧ୍ୟ ମହିଳାମାନେ ଡିପ୍ରେସନର ଶିକାର ହୋଇଥାନ୍ତି । ଅନେକ ସମୟରେ ଗର୍ଭାବସ୍ଥା ସମୟରେ ଡିପ୍ରେସନ ବାବଦରେ ଜଣାପଡ଼ିନଥାଏ । ତେଣୁ ପ୍ରାଥମିକ ଅବସ୍ଥାରୁ ଚିକିତ୍ସା ହୋଇପାରେ ନାହିଁ । ଯାହା ଫଳରେ ଉଭୟ ମା' ଏବଂ ଛୁଆ ଏହି ମାନସିକ ଅବସାଦ ଦ୍ବାରା ପ୍ରଭାବିତ ହୋଇଥାଆନ୍ତି । ଗର୍ଭାବସ୍ଥାର ପ୍ରଥମ ମାସ ଏବଂ ତୃତୀୟ ମାସରେ ମହିଳାମାନେ ଅଧିକ ମାତ୍ରାରେ ଚାପଗ୍ରସ୍ତ ହୋଇପଡ଼ନ୍ତି ।
depression during pregnancy (ETV Bharat Odisha) ଗର୍ଭାବସ୍ଥାରେ ମାନସିକ ଅବସାଦର କାରଣ:ଜଣେ ଗର୍ଭବତୀ ମହିଳାଙ୍କ ମାନସିକ ଅବସାଦର କାରଣ ବିଭିନ୍ନ ପ୍ରକାର ହୋଇପାରେ । ଏହାମଧ୍ୟରେ ବଂଶାନୁକ୍ରମିକ କାରଣ ମଧ୍ୟ ରହିଛି ।
- ଜୀବନରେ କୌଣସି କଥାକୁ ନେଇ ଚାପ ଗ୍ରସ୍ତ ହେବା କିମ୍ବା ଅଧିକ ଚିନ୍ତା କରିବା
- ବଂଶାନୁକ୍ରମିକ ଭାବରେ ଚାପ ରହିବା
- ଖରାପ ସାମାଜିକ ସମର୍ଥନ
- ଅବାଞ୍ଛିତ ଗର୍ଭଧାରଣ
- ସାଥୀଙ୍କ ହିଂସା ମନୋଭାବ
- ଧୂମପାନ, ମଦ୍ୟପାନ କରିବା କିମ୍ବା ଡ୍ରଗ୍ସର ବ୍ୟବହାର କରିବା
- ମଧୁମେହ ଭଳି ରୋଗର ପ୍ରଭାବ
depression during pregnancy (ETV Bharat Odisha)
ଗର୍ଭାବସ୍ଥାରେ ଡିପ୍ରେସନର ମୁଖ୍ୟ ଲକ୍ଷଣ:ଗର୍ଭାବସ୍ଥାରେ ଯଦି ଏହି ସବୁ ଲକ୍ଷଣ ଦେଖାଯାଏ ତେବେ ଆପଣ ମାନସିକ ଅବସାଦର ଶିକାର ହୋଇଛନ୍ତି । ତୁରନ୍ତ ଏନେଇ ଡାକ୍ତରଙ୍କ ପରାମର୍ଶ କରିବା ଜରୁରୀ ।
- ଶିଶୁଟି ବିଷୟରେ ଅଧିକ ଚିନ୍ତା କରିବା
- ବାରମ୍ବାର କାନ୍ଦ ଲାଗିବା
- ଆତ୍ମ ସମ୍ମାନ ଏବଂ ଆତ୍ମବଳ କମି ଯିବା ପରି ମନେ ହେବା
- ନିଜେ ପିତାମାତା ହେବା ନେଇ ଅଯୋଗ୍ୟତା ଅନୁଭବ କରିବା
- କୌଣସି କାମରେ ଇଚ୍ଛା ପ୍ରକାଶ ନ କରିବା
- ଆନନ୍ଦକୁ ଉପଭୋଗ ନ କରିପାରିବା
- ସଠିକ ଭାବେ ନିଜର ଯନ୍ତ୍ର ନ ନେବା ଓ ଅସ୍ବାସ୍ଥ୍ୟକର ଖାଦ୍ୟ ଯୋଗୁଁ ଓଜନ ବୃଦ୍ଧି କିମ୍ବା ହ୍ରାସ ପାଇବା
- ଆତ୍ମହତ୍ୟା ବିଷୟରେ ଚିନ୍ତା କରିବା ସହ ଅନେକ ସମୟରେ ଏକାକୀ ଜୀବନ ବିତାଇବାକୁ ଚେଷ୍ଟା କରିବା
- ଭଲ ଭାବରେ ନିଦ ନହେବା
- ଭୋକ ନ ଲାଗିବା
- ନିଜକୁ ଦୋଷୀ ଅନୁଭବ କରିବା
- ସବୁବେଳେ ଦୁଃଖୀ ଅନୁଭବ କରିବା
- ଆତ୍ମବିଶ୍ବାସ ହରାଇବା
- ଥକାପଣ ଓ ଚାପରେ ରହିବା ଭଳି ଅନୁଭବ ହେବା
- ଏକାଗ୍ରତା ହ୍ରାସ ପାଇବା
- କୌଣସି କାର୍ଯ୍ୟରେ ଆଗ୍ରହ ନଦେଖାଇବା
depression during pregnancy (ETV Bharat Odisha)
ଗର୍ଭାବସ୍ଥାରେ ଡିପ୍ରେସନର ଜଟିଳତା:ମାନସିକ ସ୍ଥିତି ଠିକ ନ ରହିବା କାରଣରୁ ମହିଳାମାନେ ସଠିକ ଭାବେ ଖାଇବା ପିଇବା କରିନଥାଆନ୍ତି । ଯାହା ଫଳରେ ସେମାନଙ୍କ ଓଜନରେ ନିୟନ୍ତ୍ରଣ ରହିନଥାଏ । ଗର୍ଭାବସ୍ଥାରେ ପ୍ରତି ମାସରେ ଉଭୟ ମା' ଏବଂ ଛୁଆର ଡାକ୍ତରୀ ଚିକିତ୍ସା ଜରୁରୀ ହୋଇଥାଏ । କିନ୍ତୁ ଏଭଳି ପରିସ୍ଥିତିରେ ସେମାନେ ଉପଯୁକ୍ତ ଭାବେ ଡାକ୍ତରୀ ଚିକିତ୍ସା କରିବାକୁ ପସନ୍ଦ କରିନଥାଆନ୍ତି । ବିଶେଷ ଭାବରେ ଅବସାଦରେ ପୀଡ଼ିତ ମହିଳାମାନଙ୍କର ଆତ୍ମହତ୍ୟା ଚିନ୍ତାଧାରା ରହୁଥିବାରୁ ଏହା ପିଲା ଏବଂ ମା' ଉଭୟଙ୍କୁ କ୍ଷତି ପହଞ୍ଚାଇଥାଏ । ମାନସିକ ଅବସାଦ କାରଣରୁ ଶିଶୁଟିଏ ଠିକ ଭାବରେ ବିକଶିତ ହୋଇପାରିନଥାଏ । ଯାହା ଫଳରେ ପ୍ରି- ମାଚ୍ୟୁଅର ଛୁଆ ଜନ୍ମ ହୋଇଥାଏ । ଜନ୍ମ ସମୟରେ ଶିଶୁର ଓଜନ ଠିକ ରହିନଥାଏ । ଶିଶୁ ଦୁର୍ବଳ ହୋଇଥିବା କାରଣରୁ ତାର ମୃତ୍ୟୁ ମଧ୍ଯ ହେବାର ସମ୍ଭାବନା ଅଧିକ ଥାଏ ।
ଗର୍ଭାବସ୍ଥାରେ ଡିପ୍ରେସନର ଚିକିତ୍ସା କେତେ ଗୁରୁତ୍ବପୂର୍ଣ୍ଣ:ଗର୍ଭବତୀଙ୍କ କ୍ଷେତ୍ରରେ ଯଦି ଅବସାଦ ଦେଖାଦେଲା ତେବେ ଏହା ଚିକିତ୍ସା ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ ଅଟେ । ଯଦି ଗର୍ଭାବସ୍ଥାର ପ୍ରାଥମିକ ଅବସ୍ଥାରେ ଅବସାଦର ଚିକିତ୍ସା ନ କରାଯାଏ ତେବେ ଛୁଆ ଜନ୍ମ ବେଳକୁ ଅନେକ ସମସ୍ୟା ଦେଖା ଦେବାର ସମ୍ଭାବନା ରହିଥାଏ । ମାନସିକ ଅବସାଦର ଶିକାର ମହିଳା ସଠିକ ଭାବରେ ନିଜର ପ୍ରସବକାଳୀନ ଯନ୍ତ୍ରଣା ନେଇ ପାରିନଥାଏ । ଶିଶୁ ଆବଶ୍ୟକ କରୁଥିବା ସମସ୍ତ ପୋଷକ ତାକୁ ଉପଯୁକ୍ତ ମାତ୍ରାରେ ମିଳିପାରି ନଥାଏ । ଯାହା ଫଳରେ ଶିଶୁର ଠିକ ରୂପେ ବିକାଶ ହୋଇପାରିନଥାଏ । ମାନସିକ ଅବସାଦର ସ୍ଥିତିକୁ ନଜରରେ ରଖି ଡାକ୍ତରମାନେ ବିଭିନ୍ନ ଚିକିତ୍ସା କରିଥାନ୍ତି । ସାଇକୋଥେରାପି କିମ୍ବା ଆଣ୍ଟିଡିପ୍ରେସାଣ୍ଟ ଥେରାପି ମାଧ୍ଯମରେ ଏହି ସମସ୍ୟା ଦୂର ହୋଇପାରିବ । ବର୍ତ୍ତମାନ ସ୍ଥିତିରେ ମାନସିକ ଅବସାଦ ବାବଦରେ ଜାଣିବା ପାଇଁ ସ୍କ୍ରିନିଂ ମଧ୍ୟ କରାଯାଉଛି ।
ଗର୍ଭାବସ୍ଥା ସମୟରେ ମା’ ଅବସାଦରେ ରହିଲେ ଛୁଆଙ୍କୁ ବି ହୋଇପାରେ:ଗର୍ଭାବସ୍ଥାରେ ମାଆକୁ ଯଦି ଅବସାଦ ହୋଇଛି ତେବେ ଛୁଆଙ୍କୁ ମଧ୍ୟ ଅବସାଦ ହେବାର ସମ୍ଭାବନା ରହିଛି । ପିଲାଟି ବଡ଼ ହେବାପରେ ସେ ଅନେକ ସମସ୍ୟାରେ ସମ୍ମୁଖୀନ ହେବ । ଗର୍ଭାବସ୍ଥାରେ ଅବସାଦ ଯଦି ବର୍ଷ ବର୍ଷ ଧରି ରହିଲା ତେବେ ସେ ଅବସ୍ଥାରେ ପିଲା ଯାହା ଦେଖିଲା ତାହା ଶିଖିଯାଏ । ଯଦି ମା ସବୁବେଳେ କାନ୍ଦୁଛି ତେବେ ପିଲାଟି ମଧ୍ୟ କାନ୍ଦୁରା ହେବାର ସମ୍ଭାବନା ରହିଛି । ଯଦି ମାଆ ଯଦି ଛୋଟ ଛୋଟ କଥାରେ ଚିଡଚିଡା ହେଉଛି ତେବେ ଛୋଟ ପିଲା ମଧ୍ୟ ଏଭଳି ହେବାର ସମ୍ଭାବନା ଅଧିକ ଦେଖାଯାଏ ।
ଏହି ସମୟରେ ଖାଦ୍ୟପେୟ:ବିଶେଷ ଭାବରେ ଗର୍ଭାବସ୍ଥା ସମୟରେ ଅବସାଦ ହେଲେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହିସମୟରେ ଉଭୟ ମା ଓ ପିଲା ପାଇଁ ଉଚିତ୍ ମାନର ଖାଦ୍ୟ ଦେବା ଆବଶ୍ୟକ । ସୁଷମ ଏବଂ ଉତ୍ତମ ଖାଦ୍ୟ ହେବା ଆବଶ୍ୟକ । ପୃଷ୍ଟିକର ଖାଦ୍ୟଖାଇବା ନିହାତି ଜରୁରୀ ।
କିପରି ଗର୍ଭବତୀ ମହିଳାମାନଙ୍କର ଧ୍ୟାନ ନେବେ:ଗର୍ଭାବସ୍ଥାରେ ମହିଳାମାନଙ୍କ ବିଶେଷ ଭାବେ ଧ୍ୟାନ ନେବା ନିହାତି ଜରୁରୀ । ତେବେ ଜାଣନ୍ତୁ ଏହି ସମୟରେ କିପରି ତାଙ୍କର ଜନ୍ମ ନେବେ ।
- ଗର୍ଭାବସ୍ଥାରେ ମହିଳାମାନଙ୍କ ଉପରେ କୌଣସି ଶାରୀରିକ କିମ୍ବା ମାନସିକ ଚାପ ପକାନ୍ତୁ ନାହିଁ
- ଗର୍ଭବତୀ ମହିଳାଙ୍କ ପସନ୍ଦ ଅନୁସାରେ ସେମାନଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତୁ
- କୌଣସି ପ୍ରକାର ଘରୋଇ ଏବଂ ବାହ୍ୟ ହିଂସାକାଣ୍ଡରୁ ସେମାନଙ୍କୁ ଦୂରରେ ରଖନ୍ତୁ
- ଶାରୀରିକ ବ୍ୟାୟମ ଏବଂ ଯୋଗ ଅଭ୍ୟାସ କରାନ୍ତୁ
- ଆବଶ୍ୟକସ୍ଥଳେ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସା କରାନ୍ତୁ
- ସେମାନଙ୍କ ସହ ଉତ୍ତମ ବ୍ୟବହାର କରନ୍ତୁ
ଗର୍ଭାବସ୍ଥାରେ ମାନସିକ ଅବସାଦର କିଭଳି କରିବେ ମୁକାବିଲା:ଗର୍ଭାବସ୍ଥା ସମୟରେ ଯଦି ମାନସିକ ଅବସାଦର ଶିକାର ହୋଇଛନ୍ତି ତେବେ କିଛି ସହଜ ଉପାୟ ଆପଣାଇ ଆପଣ ଚାହିଁଲେ ଏଥିରୁ ମୁକ୍ତି ପାଇପାରିବେ । ଆସନ୍ତୁ ଜାଣିବା ଏଥିରୁ ମୁକୁଳିବା ପାଇଁ କଣ କରିବାକୁ ପଡିବ ।
ବିଭିନ୍ନ ଲୋକଙ୍କ ସହ କଥା ହେବାକୁ ଚେଷ୍ଟା କରନ୍ତୁ
- ସାଙ୍ଗମାନଙ୍କ ସହ ଅଧିକରୁ ଅଧିକ ଭାବରେ ମିଶିବାକୁ ଚେଷ୍ଟା କରନ୍ତୁ
- ପ୍ରତ୍ୟେକ ଦିନ ସୁଆଦିଆ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ
- ପ୍ରତ୍ୟେକ ଦିନ ବ୍ୟାୟାମ କରନ୍ତୁ
- ଅନ୍ତର୍ନିହିତ ଗୁଣକୁ ସମସ୍ତଙ୍କ ସମ୍ମୁଖରେ କିମ୍ବା ପ୍ରୀୟଜନଙ୍କ ସମ୍ମୁଖରେ ପରିପ୍ରକାଶ କରନ୍ତୁ
- ନକାରାତ୍ମକ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ
- ନିଜ କାମର ସମୀକ୍ଷା କରନ୍ତୁ
- ନିୟମିତ ଛୁଟି ନିଅନ୍ତୁ
- ଭଲ ନିଦରେ ଶୋଇବାକୁ ଚେଷ୍ଟା କରନ୍ତୁ
- ନିଜ ପସନ୍ଦର ବହି ଯେପରି ଗଳ୍ପ କବିତା ଉପନ୍ୟାସ ଆଦି ପଢନ୍ତୁ
- ପୁରୁଣା କଥା ଭାବନ୍ତୁ ନାହିଁ
ଇଟିଭି ଭାରତ, ଭୁବନେଶ୍ୱର