ଓଡିଶା

odisha

ETV Bharat / health

ମଧୁମେହ ରୋଗୀଙ୍କ ପାଇଁ ବରଦାନ 'ବିଟ ଲୁଣ', କୋଲେଷ୍ଟ୍ରଲ ଏବଂ BP ନିୟନ୍ତ୍ରଣ, ରିପୋର୍ଟରେ ଖୁଲାସା

ଆପଣ ମଧୁମେହ ବା ଡାଇବେଟିସ ରୋଗୀ କି ? ବିଟ୍ ଲୁଣ ଖାଆନ୍ତୁ । ତେବେ କେତେ ଖାଇବେ ଏବଂ କଣ ମିଳିବ ଫାଇଦା, ପଢ଼ନ୍ତୁ ପୂରା ଖବର...

By ETV Bharat Odisha Team

Published : 4 hours ago

kala namak black salt health benefits for diabetics
kala namak black salt health benefits for diabetics (ETV Bharat Odisha)

ହାଇଦ୍ରାବାଦ:ସବୁ ରୋଗର କିଛି ନା କିଛି ପ୍ରତିକାର ରହିଛି । ସେଥିରୁ ମଧୁମେହ ବା ଡାଇବେସିଟ ଅନ୍ୟତମ । ଏହା ଏମିତି ଏକ ରୋଗ, ଏହା ଶରୀରର ପ୍ରତିରୋଧକ ଶକ୍ତିକୁ କ୍ଷତି ପହଞ୍ଚାଏ । ଶରୀରରେ ସୁଗାର ପରିମାଣ ଯେତେ ବଢ଼େ, ରୋଗୀ ଧିରେ ଧିରେ ସେତେ ଦୁର୍ବଳ ହୋଇଯାଏ । ବୟସ ବଢ଼ିବା ସହିତ ଏହା ବଢ଼ି ବଢ଼ି ଚାଲେ ଏବଂ କେତେକ କ୍ଷେତ୍ରରେ ମୃତ୍ୟୁର କାରଣ ସାଜିଥାଏ । ପ୍ରତିବର୍ଷ ମଧୁମେହ ରୋଗରେ ଲକ୍ଷାଧିକ ଲୋକଙ୍କ ଜୀବନ ଯାଉଛି ।

ସୁଗାରର ପ୍ରତିକୂଳ ପ୍ରଭାବ:

ମଧୁମେହ ଯଦିଓ ଏକ ବଡ଼ ରୋଗ ନୁହେଁ, ମାତ୍ର ଏହାଦ୍ବାରା ଶରୀରରେ ବିଭିନ୍ନ ବ୍ୟତିକ୍ରୟ ଦେଖାଯାଏ । ଯେପରି ହୃଦଘାତ, ଷ୍ଟ୍ରୋକ, ଦୃଷ୍ଟି ଶକ୍ତି ହରାଇବା, କିଡନୀ (ବୃକକ) ଫେଲ ଭଳି ବିଭିନ୍ନ ସମସ୍ୟା ସୃଷ୍ଟି ହୋଇପାରେ । ଏହା କେବଳ ଓଡ଼ିଶା କିମ୍ବା ଭାରତରେ ନୁହେଁ, ବିଶ୍ବର ପ୍ରତିଟି ଦେଶ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ତଥ୍ୟ କହୁଛି ଯେ, ବିଶ୍ୱରେ ୪୨୨ ମିଲିୟନ ଲୋକ ମଧୁମେହରେ ପୀଡିତ । ୪୦ ବର୍ଷ ପୂର୍ବେ ଏହି ପରିମାଣ ଯାହା ଥିଲା, ଆଜିର ଦିନରେ ୪ ଗୁଣା ଅଧିକ । ଚିନ୍ତାର ବିଷୟ ଯେ, ମଧୁମେହ ରୋଗ ଏକ ବଡ଼ ବିପଦ ହୋଇଥିବା ବେଳେ, ଅଧିକାଂଶ ରୋଗୀ ଏହାର କୁ ପ୍ରଭାବ ସଂପର୍କରେ ସଠିକ ଭାବେ ଅ ବଗତ ନଥାନ୍ତି ।

କଣ କରିବେ ମଧୁମେହ ରୋଗୀ ?

ଯଦି ଆପଣ ମଧୁମେହରେ ଶୀକାର ବା ଯଦି ଆପଣଙ୍କ ବ୍ଲଡ ସୁଗାର (Blood Sugar)କୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି । ତେବେ ପ୍ରାଥମିକ କାମ ହେଲା ଜୀବନ ଶୈଳୀରେ ପରିବର୍ତ୍ତନ । ଖାଦ୍ୟ ପେୟ, ଚାଲି ଚଳନ ଏବଂ ବିଶ୍ରାମ ଏସବୁକୁ ଧ୍ୟାନ ଦେବାକୁ ପଡ଼ିବ । ବିଶେଷ କରି କଣ ଖାଇବା ଉଚିତ, କଣ ଅନୁଚିତ ? ବ୍ଲଡ ସୁଗାରକୁ ପ୍ରାକୃତିକ ଉପାୟରେ କେମିତି ନିୟନ୍ତ୍ରଣ କରିବେ ? ମଧୁମେହ ନିୟନ୍ତ୍ରଣରେ କିପରି ଏକ ଲୁଣ ରାମବାଣ ଭଳି କାମ କରିଥାଏ, ଆସନ୍ତୁ ଜାଣିବା...

ଲୁଣ ନୁହେଁ ତ ରାମବାଣ:

ଇଂରାଜୀରେ -Black Salt ବା ବ୍ଲାକ୍ ସଲ୍ଟ, ହିନ୍ଦୀରେ -kala Namak ବା କାଲା ନମକ କୁହାଯାଉଥିବା ବେଳେ ଓଡ଼ିଆରେ ବିଟ ଲୁଣ ଭାବେ ପରିଚିତ । ଏହା ସାଧାରଣତଃ ଭାରତ, ପାକିସ୍ତାନ, ବାଂଲାଦେଶ, ନେପାଳ ଏବଂ ଅନ୍ୟାନ୍ୟ ଦେଶ ସହିତ ହିମାଳୟ ପର୍ବତମାଳାରୁ ମିଳିଥାଏ । ବିଟ ଲୁଣର ବ୍ୟବହାର ପ୍ରଥମେ ଆୟୁର୍ବେଦିକ ଚିକିତ୍ସା ବ୍ୟବସ୍ଥାରେ କରାଯାଉଥିଲା । ଏହା ଏପରି ଏକ ଖଣିଜ ପଦାର୍ଥ, ଯାହା ଶରୀର ପାଇଁ ବେଶ ଭଲ କାମ କରେ । ସାଧାରଣତଃ ବିଟ ଲୁଣ ରୋଷେଇରେ ବ୍ୟବହାର ହୋଇଥାଏ । ଏହାର ସୃଷ୍ଟି ଆଗ୍ନେୟଗିରି ଜ୍ବାଳାମୁଖୀରୁ ଏବଂ ଏହା ସଲଫର ବା ଗନ୍ଧକ ଯୁକ୍ତ । ଏଥିରେ ଲୌହ ବା Iron ଏବଂ ପୋଟାସିୟମ କ୍ଲୋରାଇଡ (Potassium Cloride) ଥାଏ ।

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ:

ବିଟ ଲୁଣର ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିବା ସହ କମ ସୋଡିୟମ ରହିଥାଏ । ଏଥିରେ ଆଇରନ, କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ ଭଳି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ମଧ୍ୟ ରହିଥାଏ, ଯାହା ସୁସ୍ଥ ଶରୀର ପାଇଁ ନିହାତି ଆବଶ୍ୟକ ।

ମଧୁମେହରୁ ମୁକ୍ତି :

ବିଟ ଲୁଣ ବଲ୍ଡ ସୁଗାର ବା ରକ୍ତ ଶର୍କରା ସ୍ତରକୁ ସାମାନ୍ୟ ହ୍ରାସ କରିବାରେ ସାହାଯ୍ୟ କରେ । ମଧୁମେହ ରୋଗୀମାନେ ସାଧାରଣତଃ ଇନୁସୁନିଲ ନେଇଥାନ୍ତି, ଯାହାକୁ ଶରୀରରେ ସୁଗାର ସ୍ତରକୁ ନିୟନ୍ତ୍ରଣ କରିଥାଏ । ଯାହା ଶରୀରରେ କମ ଇନସୁଲିନ ରହିଥାଏ, ସେମାନେ ସୁଗାର ଲେବଲକୁ ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ଭାବେ ଇନସୁଲିନ ନେଇଥାନ୍ତି । Biotechjournal.in ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ବିଟ ଲୁଣ ବ୍ୟବହାର କରୁଥିଲେ, ଇନସୁଲିନ ନେବା ସମ୍ଭାବନା କମ ହୋଇଥାଏ । କାରଣ ଏହା ଶରୀରରେ ଶର୍କରା ସ୍ତରର ସଠିକ ନିୟନ୍ତ୍ରଣ କରିଥାଏ । ତେଣୁ, ଯଦି ଆପଣ ମଧୁମେହ ରୋଗରେ ପୀଡ଼ିତ. କିମ୍ବା ଏପରି କିଛି ବିପଦ ରହିଛି, ତେବେ ଖାଦ୍ୟରେ ବିଟ ଲୁଣ ଖାଆନ୍ତୁ ।

ଛାତି ଜଳିବାରୁ ରକ୍ଷା ମିଳେ :

ବିଟ ଲୁଣ ଲିଭର ବା ଯକୃତରେ ପିତ୍ତ ଉତ୍ପାଦନ ବଢାଇଥାଏ । ଫଳରେ ଏହା ଛାତି ଜଳିବା, ହୃଦଘାତ ଏବଂ ପ୍ରଦାହକୁ ନିୟନ୍ତ୍ରଣ କରେ । ଏହା ଏସିଡ ସ୍ତର ହ୍ରାସ ଏବଂ ରିଫ୍ଲକ୍ସ ହ୍ରାସ କରେ । ଏକ ଚାମଚ ବିଟ ଲୁଣ ଗ୍ୟାସ ସୃଷ୍ଟିକୁ କମାଇଥାଏ । ଏହା ସହ ପେଟ ଫୁଲିବାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।

ସହଜ ହଜମ:

ଆପଣଙ୍କ ହଜମ ପ୍ରକ୍ରିୟାରେ କୌଣସି ସମସ୍ୟା ଅଛି କି ? ଯଦି ହଁ, ତେବେ ବିଟ ଲୁଣ ବା କଳା ଲୁଣ ବ୍ୟବହାର କରନ୍ତୁ । ଏହା ଲିଭର ବା ଯକୃତକୁ ପିତ୍ତ ଉତ୍ପାଦନ କରିବାରେ ସାହାଯ୍ୟ କରିଥାଏ ଏବଂ କ୍ଷୁଦ୍ର ଅନ୍ତନଳୀ ଚର୍ବିରେ ଦ୍ରବୀଭୂତ ଭିଟାମିନ ଗ୍ରହଣ କରିଥାଏ ।

ହୃଦରୋଗ:

ବଦ ହଜମ ବା ହଜମ ହୋଇ ନପାରୁଥିବା ଖାଦ୍ୟର ବିଷାକ୍ତ ଅବଶିଷ୍ଟାଂଶକୁ ନିୟନ୍ତ୍ରଣ କରେ ବିଟ ଲୁଣ । ଏହାକୁ ଖାଇଲେ, କୋଲେଷ୍ଟ୍ରଲ ପରିମାଣ ହ୍ରାସ ପାଏ । ଅର୍ଥାକ ବିଟ ଲୁଣ ଉଭୟ ସୁଗାର ଏବଂ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥାଏ ।

କେତେ ଲୁଣ ଖାଇବା ଉଚିତ ?

ବିଟ ଲୁଣ ଖାଇଲେ କଣ ହୋଇଥାଏ ? ଏହା ରକ୍ତକୁ ସାଧାରଣତଃ ପତଳା କରିବା ସହ ରକ୍ତଚାପ ନିୟନ୍ତ୍ରଣ କରେ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ବିଟ ଲୁଣ ଖାଇବା ଉଚିତ । ଜଣେ ବ୍ୟକ୍ତି ପ୍ରତିଦିନ ୬ ଗ୍ରାମରୁ ଅଧିକ ଲୁଣ ନ ଖାଇବାକୁ ପରାମର୍ଶ ଦେଇଥାନ୍ତି ଡାକ୍ତର । କାରଣ ଏହାଠାରୁ ଅଧିକ ଲୁଣ ଖାଇଲେ, ରକ୍ତଚାପ ବଢ଼ିଥାଏ । ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, ଯଦି ଆପଣଙ୍କୁ High Blood Pressure ବା ଉଚ୍ଚ ରକ୍ତଚାପ ଅଛି, ତେବେ ପ୍ରତିଦିନ ୩.୭୫ ଗ୍ରାମରୁ ଅଧିକ ଲୁଣ ଖାଆନ୍ତୁ ନାହିଁ ।

ମାଂସପେଶୀ ପାଇଁ ଲାଭଦାୟକ:

ବିଟ ଲୁଣରେ ପୋଟାସିୟମ୍ ଥାଏ, ଯାହା କି ମଣିଷର ମାଂସପେଶୀକୁ ସଠିକ ଭାବେ କାର୍ଯ୍ୟ କରିବାରେ ସାହାଯ୍ୟ କରେ । ଏହା ମାଂସପେଶୀ ଯନ୍ତ୍ରଣା ବା କଷ୍ଟକୁ ମଧ୍ୟ ହ୍ରାସ କରିଥାଏ ।

ସ୍ୱାସ୍ଥ୍ୟ ଜଟିଳତା ନିୟନ୍ତ୍ରଣ:

Black Salt ବା ବିଟ ଲୁଣ, ବିଭିନ୍ନ ସ୍ବାସ୍ଥ୍ଯ ଜଟିଳତା ଦୂର କରିବାରେ ସହାୟତା କରିଥାଏ । ତେବେ ଏହାକୁ ସଠିକ ପରିମାଣରେ ବ୍ୟବହାର କରିବା ଉଚିତ । କମ୍ କିମ୍ବା ଅଧିକ ପରିମାଣର ବିଟ ଲୁଣ ବା କଳା ଲୁଣ ଖାଇଲେ, ଶରୀର ଉପରେ ପ୍ରତିକାର ପ୍ରଭାବ ମଧ୍ୟ ପଡ଼ିବାର ଆଶଙ୍କା ରହିଛି । କାରଣ ବିଟ ଲୁଣରେ ଫ୍ଲୋରାଇଡ ଏବଂ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ମଧ୍ୟ ରହିଛି । ଏହା ଶାରୀରିକ କାର୍ଯ୍ୟ ଉପରେ ପ୍ରଭାବ ପକାଇପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ରିପୋର୍ଟ ଅନୁଯାୟୀ ଜଣେ ବ୍ୟକ୍ତି ଦିନକୁ ପାଞ୍ଚ ଗ୍ରାମରୁ ଅଧିକ ଲୁଣ ଖାଇବା ଅନୁଚିତ ।

Disclaimer:ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

Refference:

https://www.webmd.com/diet/health-benefits-black-salt

https://biotechjournal.in/images/paper_pdffiles/Hea-64636228cf302.pdf

ଏହା ମଧ୍ୟ ପଢନ୍ତୁ-

ଡାଇବେଟିସ୍ ରୋଗୀ ଖାଆନ୍ତୁ ଏହି 10ଟି ଫଳ, ଏମିତି ମିଳେ ଫାଇଦା - Fruits good for diabetes

ଆପଣଙ୍କୁ ଡାଇବେଟିସ କି ? ସତର୍କ ହୁଅନ୍ତୁ, କ୍ୟାନ୍ସର ଆଶଙ୍କା ଅଧିକ - Higher Cancer Risk In Diabetes

ଡାଇବେଟିସ୍‌ରୁ ହୃଦରୋଗ ଯାଏ, ଅଁଳା ଖାଇଲେ ମିଳିପାରେ ଏମିତି ଫାଇଦା

ଓଜନ କମାଇବାଠୁ ନେଇ ମଧୁମେହ ଯାଏ, ଜିରା ପାଣିରୁ ମିଳିପାରେ ଏହି ଚମତ୍କାର ଫାଇଦା - Health benefits of Jeera water

କୋଲେଷ୍ଟ୍ରଲ ବଢିଲେ ହୁଏ କେଉଁ ରୋଗ ? ଜାଣନ୍ତୁ କେମିତି କରିବେ କଣ୍ଟ୍ରୋଲ - How to control Cholesterol

ABOUT THE AUTHOR

...view details