ଓଡିଶା

odisha

ପେଟ ସଫା ହଉନି କି ? ହୋଇପାରେ ଏସବୁ ସମସ୍ୟା - Inability to Defecate

ପ୍ରତିଦିନ ମଳତ୍ୟାଗ କରିବା ଶରୀର ପାଇଁ ଖୁବ୍ ଜରୁରୀ । ଯଦି କୌଣସି କାରଣରୁ ଦୀର୍ଘ ଦିନ ଧରି ମଳତ୍ୟାଗ ନହୁଏ, ତାହେଲେ ଶରୀରରେ ଅନେକ ସମସ୍ୟା ଦେଖାଯାଏ ।

By ETV Bharat Health Team

Published : 4 hours ago

Published : 4 hours ago

ଠିକ୍ ଭାବେ ମଳତ୍ୟାଗ ନହେଲେ ହୁଏ ଏସବୁ ସମସ୍ୟା
ଠିକ୍ ଭାବେ ମଳତ୍ୟାଗ ନହେଲେ ହୁଏ ଏସବୁ ସମସ୍ୟା (ETV Bharat)

Inability to defecate: ପ୍ରତିଦିନ ସକାଳୁ ମଳତ୍ୟାଗ କରିବା ଶରୀରର ଏକ ଜରୁରୀ ପ୍ରକ୍ରିୟା । ମଳ ଜରିଆରେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଥାଏ । ତେଣୁ ଯଦି କୌଣସି କାରଣରୁ ପେଟ ସଫା ନ ହୁଏ, ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ପେଟରେ ଗ୍ୟାସ୍ ହେବା, ଯନ୍ତ୍ରଣା, ବାନ୍ତି ଲାଗିବା, ଦେହ ବୁଲାଇବା ଏବଂ ଭୋକ ଲାଗି ନଥାଏ । ସାଧାରଣତଃ ଖାଦ୍ୟପେୟ ଓ ଆମର ଜୀବନଶୈଳୀ ଲାଗି ଏପରି ସମସ୍ୟା ଦେଖାଯାଏ । କିନ୍ତୁ ଦୀର୍ଘ ଦିନ ଧରି ମଳତ୍ୟାଗ ସମସ୍ୟା ରହୁଥିଲେ ଏହାକୁ ଆଦୌ ହାଲୁକାରେ ନେବା ଅନୁଚିତ୍ । ଏନେଇ ଚିକିତ୍ସକଙ୍କ କହିବା କଥା, ଯଦି ଠିକ୍ ଭାବେ ମଳତ୍ୟାଗ ନ ହୁଏ ଏବଂ ଅନେକ ଦିନ ଧରି ଏପରି ଘଟେ, ଏହା ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ ।

ମୁମ୍ବାଇର ଆରୋଗ୍ୟଧାମ ଆୟୁର୍ବେଦିକ ଚିକିତ୍ସାଳୟର ଚିକିତ୍ସକ ଡଃ ମନୀଷା କାଲେ କହିଛନ୍ତି ଯେ, ପ୍ରତିଦିନ ମଳତ୍ୟାଗ କରିବା ଶରୀରର ଏକ ପ୍ରାକୃତିକ ପ୍ରକିୟା । ପାଚନ ତନ୍ତ୍ର ଠିକ୍ ରଖିବା ଓ ଶରୀରକୁ ସୁସ୍ଥ ରଖିବା ପାଇଁ ଏହା ଆବଶ୍ୟକ । ମଳ ଦ୍ବାରା ଆମ ଶରୀରରୁ ବିଷାକ୍ତ ପଦାର୍ଥ ଓ ବର୍ଜ୍ୟ ବାହାରକୁ ବାହାରେ । ଫଳରେ ଆମର ଅନ୍ତଃନଳୀ ସଫା ଓ ସୁସ୍ଥ ରହେ । ହେଲେ ଯଦି କୌଣସି ବି କାରଣରୁ ଠିକ୍‌ ରୂପେ ମଳତ୍ୟାଗ ନ ହୁଏ, ତାହେଲେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ । ତେବେ ଠିକ୍ ଭାବେ ଖାଇବା ପିଇବା କରିବା, ପର୍ଯ୍ୟାପ୍ତ ପାଣି ପିଇବା ଓ ଏକ୍ସରସାଇଜ କରିବା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳିପାରେ । କିନ୍ତୁ ଯଦି ଦୀର୍ଘ ଦିନ ଧରି ମଳତ୍ୟାଗରେ ସମସ୍ୟା ରହୁଛି, ତାହେଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

ଠିକ୍ ଭାବେ ମଳତ୍ୟାଗ ନହେଲେ ହୁଏ ଏସବୁ ସମସ୍ୟା (ETV Bharat)

କାହିଁକି ମଳତ୍ୟାଗ ଜରୁରୀ:

ଡଃ ମନୀଷା କାଲେ କହିଛନ୍ତି, ପ୍ରତିଦିନ ମଳତ୍ୟାଗ କରିବା ଶରୀରର ପାଇଁ ଅତି ଜରୁରୀ ।

ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରେ:

ଖାଦ୍ୟ ହଜମ ହେବା ପରେ ଆମ ଶରୀରରେ ବର୍ଜ୍ୟ ପଦାର୍ଥ ରହିଯାଇଥାଏ, ଯାହାକି ମଳ ଭାବେ ବାହାରକୁ ବାହାରେ । ଏହି ବର୍ଜ୍ୟ ଶରୀରରେ ଜମା ହୋଇ ରହିଲେ ଟକ୍ସିନରେ (ବିଷାକ୍ତ) ପରିଣତ ହୁଏ । ଏହା ଶରୀର ପାଇଁ ହାନିକାରକ ହୋଇଥାଏ । ନିୟମିତ ଭାବେ ମଳତ୍ୟାଗ କରିବା ଦ୍ବାରା ବିଷାକ୍ତ ପଦାର୍ଥ ଶରୀରରୁ ବାହାରି ଯାଏ ।

ହଜମ ପ୍ରକ୍ରିୟା ଠିକ୍ ରହେ:

ନିୟମିତ ମଳତ୍ୟାଗ ଦ୍ବାରା ହଜମ ପ୍ରକ୍ରିୟା ଠିକ୍ ରହେ । ଭଲ ଭାବେ ହଜମ ନହେଲେ କୋଷ୍ଠକାଠିନ୍ୟ ଭଳି ସମସ୍ୟା ହୋଇଥାଏ । ଏଥିସହ ପେଟ ଫୁଲିବା, ଗ୍ୟାସ ଓ ଯନ୍ତ୍ରଣା ମଧ୍ୟ ହୋଇପାରେ ।

ଅନ୍ତଃନଳୀ ସୁସ୍ଥ ରହେ:

ପ୍ରତିଦିନ ଝାଡା ଫେରିବା ଦ୍ବାରା ଅନ୍ତଃନଳୀ ସଫା ରହେ । ଯଦି ଅନ୍ତଃନଳୀରେ ମଳ ଜମା ରହେ, ତାହେଲେ ଏହି ସ୍ଥାନରେ ସଂକ୍ରମଣ, ଯନ୍ତ୍ରଣା ହେବାର ଆଶଙ୍କା ଥାଏ । ତେଣୁ ଅନ୍ତଃନଳୀ ସୁସ୍ଥ ରଖିବା ପାଇଁ ନିୟମିତ ମଳତ୍ୟାଗ ହେବା ଅତି ଆବଶ୍ୟକ ।

ପେଟ ସଫ ନହେଲେ ହେଉଥିବା ସମସ୍ୟା:

କୋଷ୍ଠକାଠିନ୍ୟ: ନିୟମିତ ମଳତ୍ୟାଗ ନହେଲେ କୋଷ୍ଠକାଠିନ୍ୟ ହୋଇପାରେ । ଏଥିରେ ମଳ କଠିନ ହୋଇଯାଏ ଓ ବାହାରକୁ ବାହାରିବା ମୁସ୍କିଲ ହୁଏ । ଅଧିକ ଦିନ ଯାଏଁ କୋଷ୍ଠକାଠିନ୍ୟ ରହିଲେ ପାଇଲ୍ସ ଭଳି ସମସ୍ୟା ସୃଷ୍ଟି କରେ ।

ପେଟ ଯନ୍ତ୍ରଣା ଓ ଗ୍ୟାସ: ଅଧିକ ଦିନ ଧରି ଠିକ ଭାବେ ଝାଡା ନ ହେଲେ ପେଟରେ ଗ୍ୟାସ୍ ହୋଇଥାଏ । ଅଧିକ ଗ୍ୟାସ୍ ହେଲେ ପେଟରେ ଯନ୍ତ୍ରଣା, ବାନ୍ତି ହୋଇଥାଏ ଓ ଅସହଜ ଅନୁଭବ ହୁଏ ।

ଅନ୍ତଃନଳୀ ସମସ୍ୟା: ଦୀର୍ଘ ଦିନ ଧରି ଅନ୍ତଃନଳୀରେ ମଳ ଜମା ରହିଲେ ସଂକ୍ରମଣ ହୋଇପାରେ । ଏହା ଅଲ୍‌ସର ଓ ଅନ୍ୟ କିଛି ଗମ୍ଭୀର ରୋଗର କାରଣ ହୋଇଥାଏ । ଏମିତିକି ଅନ୍ତଃନଳୀରେ କ୍ୟାନ୍ସର ବିପଦ ମଧ୍ୟ ବଢିଯାଏ ।

ବ୍ରଣ, ଦାଗ: ମଳ ଜରିଆରେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହାରେ । ଯଦି ଏପରି ନ ହୁଏ ତାହେଲେ ବିଷାକ୍ତ ପଦାର୍ଥ ତ୍ବଚା ଉପରେ ପ୍ରଭାବ ପକାଏ । ଏହାଦ୍ବାରା ମୁହଁରେ ବ୍ରଣ, ଦାଗ ଭଳି ସମସ୍ୟା ହୋଇପାରେ ।

ମଳତ୍ୟାଗ ନ ହେବାର ପ୍ରମୁଖ କାରଣ:

ଡଃ ମନୀଷା କାଲେ କହିଛନ୍ତି ଯେ, ଠିକ୍ ଭାବେ ଝାଡା ବା ମଳତ୍ୟାଗ ନହେବା ପଛରେ ବିଭିନ୍ନ କାରଣ ଥାଇପାରେ । ଯେମିତିକି-

କମ୍ ଖାଇବା ପିଇବା: ଖାଦ୍ୟରେ ଫାଇବର ଅଭାବ ମଳତ୍ୟାଗ ସମସ୍ୟାର ମୁଖ୍ୟ କାରଣ ହୋଇପାରେ । ଫାଇବର ଯୁକ୍ତ ଭୋଜନ ଯେମିତିକି ଫଳ, ସବୁଜ ପନିପରିବା ଖାଇଲେ ପାଚନ ପ୍ରକ୍ରିୟା ଠିକ୍ କାମ କରେ ଓ ଭଲରେ ପେଟ ସଫା ହୋଇଥାଏ ।

ଶରୀରରେ ଜଳ ଅଭାବ:ପର୍ଯ୍ୟାପ୍ତ ପାଣି ନ ପିଇଲେ ଡିହାଇଡ୍ରେସନ ହୁଏ । ଏଥିଲାଗି ମଳ କଠିନ ହୋଇଯାଏ ଓ ମଳତ୍ୟାଗ କରିବାରେ ସମସ୍ୟା ହୁଏ । ତେଣୁ ପ୍ରଚୁର ପାଣି ପିଇବା ଜରୁରୀ ।

ଶାରିରୀକ ଗତିବିଧି ଅଭାବ: ଯେଉଁ ଲୋକ ଅଧିକ ସମୟ ଯାଏଁ ଗୋଟିଏ ସ୍ଥାନରେ ବସି ରୁହନ୍ତି ବା ଶାରିରୀକ ଗତିବିଧି (ଚାଲିବା, ଦୌଡିବା, ସାଇକେଲିଂ କିମ୍ବା ଅନ୍ୟ କୌଣସି ଏକ୍ସରସାଇଜ) କରନ୍ତି ନାହିଁ ସେମାନଙ୍କୁ ମଳତ୍ୟାଗରେ ସମସ୍ୟା ହୋଇଥାଏ । କାରଣ ଶାରିରୀକ ଗତିବିଧି ଦ୍ବାରା ଶରୀରର ପାଚନ ପ୍ରକ୍ରିୟା ଠିକ୍ ରହେ । ଏହି କାରଣରୁ ପେଟ ବି ଭଲ ଭାବେ ସଫା ହୁଏ ।

ମାନସିକ ଚାପ:ମାନସିକ ଚାପ ଓ ଚିନ୍ତା ମଧ୍ୟ ମଳତ୍ୟାଗ ଉପରେ ପ୍ରଭାବ ପକାଏ । ଅଧିକ ଚାପ କାରଣରୁ ପାଚନ ପ୍ରକ୍ରିୟା ମନ୍ଥର ହୋଇପାରେ, ଯେଉଁ କାରଣରୁ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଯାଏ ।

ଏହା ମଧ୍ୟ ପଢନ୍ତୁ:ବିନା ଭିସାରେ ବୁଲନ୍ତୁ ବିଶ୍ବର ଏହି 7 ସୁନ୍ଦର ଦେଶ - Visa Free Countries For Indians

ଏହା ମଧ୍ୟ ପଢନ୍ତୁ:ଅଧିକ ସମୟ ବସି ରହୁଥିଲେ ସାବଧାନ ! ହୃଦରୋଗଠୁ କ୍ୟାନ୍ସର ଯାଏ ହୋଇପାରେ ମାରାତ୍ମକ ରୋଗ - Sitting risks

ଏହା ମଧ୍ୟ ପଢନ୍ତୁ:ଆପଣ ବଜାରରୁ କିଣୁଥିବା ପନିର ନକଲି ନୁହେଁ ତ ? ଏମିତି ଚିହ୍ନନ୍ତୁ - How to identify fake paneer

Disclaimer-ଏଠାରେ ଦିଆଯାଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ABOUT THE AUTHOR

...view details