ବେଙ୍ଗାଲୁରୁ: ଚୀନରୁଭାରତକୁ ବ୍ୟାପିଲା 'ହ୍ୟୁମାନ ମେଟାନ୍ୟୁମୋଭାଇରସ'(human metapneumovirus) ବା HMPV । କର୍ଣ୍ଣାଟକ 2 ଓ ଗୁଜୁରାଟରୁ ଜଣେ ଶିଶୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବେଙ୍ଗାଲୁରୁ ଜଣେ ୩ ମାସର ଶିଶୁ କନ୍ୟା ଓ ୮ ମାସର ଶିଶୁପୁତ୍ର ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ICMR) ଚିହ୍ନଟ କରିଛି । ଏହାପରେ ଅହମ୍ମଦାବାଦ ଜଣେ ଜଣେ ଶିଶୁ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନର ସ୍ୱାସ୍ଥ୍ୟ ଦାୟିତ୍ୱରେ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଗୋଟିଏ ଦିନରେ ଭାରତରେ 3 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କର୍ଣ୍ଣାଟକରେ HMPV:
ରୋଟିନ ସର୍ଭିଲାନ୍ସ ଦ୍ବାରା ଆଇସିଏମଆର HMPV ଭାଇରସ ଚିହ୍ନଟ କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ 'ଦୁଇ ଶିଶୁଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।' ପ୍ରଥମେ ଏହି ଭାଇରସ ଚୀନରେ ଚିହ୍ନଟ ହୋଇଥିବା ବେଳେେ ଏବେ ଭାରତରେ ଚିହ୍ନଟ ହୋଇଛି । କର୍ଣ୍ଣାଟକରେ 'ହ୍ୟୁମାନ ମେଟାନ୍ୟୁମୋଭାଇରସ' ଚିହ୍ନଟ ପରେ ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତତ୍ପର ହୋଇଛି । ଆଜି ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବୈଠକ ବସୁଛି ।
ସୁସ୍ଥ ଅଛନ୍ତି ୨ ଶିଶୁ:
HMPV ମାମଲାଗୁଡ଼ିକର ସବିଶେଷ ତଥ୍ୟ ପ୍ରଦାନ କରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ୩ ମାସର ଶିଶୁକୁ ବ୍ରୋଙ୍କୋନିମୋନିଆ କାରଣରୁ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ HMPV ରୋଗରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଥିଲା। ପରେ ତାଙ୍କୁ ଡିସଚାର୍ଜ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ, ୮ ମାସର ଏକ ଶିଶୁ ପୁତ୍ର ବ୍ରୋଙ୍କୋନିମୋନିଆ କାରଣରୁ ବାପଟିଷ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ (ଜାନୁଆରୀ) ୩ ତାରିଖରେ ସେ HMPV ପଜିଟିଭ ଥିବା ରିପୋର୍ଟ ଆସିଥିଲା । ଶିଶୁଟି ବର୍ତ୍ତମାନ ସୁସ୍ଥ ଅଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଅହମ୍ମଦାବାଦରେ ତୃତୀୟ ସଂକ୍ରମଣ:
ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନର ସ୍ୱାସ୍ଥ୍ୟ ଦାୟିତ୍ୱରେ ଥିବା ଡାକ୍ତର ଭବିନ ସୋଲାଙ୍କି କହିଛନ୍ତି, ''ପରୀକ୍ଷା ପରେ ଡିସେମ୍ବର 26ରେ ତୃତୀୟ HMPV ସଂକ୍ରମଣ ନିଶ୍ଚିତ ହୋଇଥିଲା । କିନ୍ତୁ ସେ ଭର୍ତ୍ତି ହୋଇଥିବା ଘରୋଇ ଡାକ୍ତରଖାନା ଆମକୁ ବିଳମ୍ବରେ ଏ ବିଷୟରେ ଅବଗତ କରାଇଥିବାରୁ ଆଜି ଏହା ବିଷୟରେ ଆମେ ଜାଣିଲୁ । ଶିଶୁଟିକୁ ପ୍ରଥମେ ଭେଣ୍ଟିଲେଟରରେ ରଖାଯାଇଥିଲା କିନ୍ତୁ ଏହା ପରେ ସ୍ବାସ୍ଥ୍ଯାବସ୍ଥା ରହିଛି । ରାଜସ୍ଥାନର ଡୁଙ୍ଗରପୁରରୁ ଏହି ଶିଶୁକୁ ଡିସେମ୍ବର 24 ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।''
ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ନାହିଁ: କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ