ନିମାପଡା: ଶୀତ ଦିନେ ଅଧିକାଂଶ ଲୋକେ ଥଣ୍ଡା, କାଶ, ଜ୍ବରରେ ଆକ୍ରାନ୍ତ ହୋଇଥାନ୍ତି । ଶୀତୁଆ ପବନ ଓ ଥଣ୍ଡା ଜଳବାୟୁ କାରଣରୁ ଏହି ସ୍ବାସ୍ଥ୍ୟ ସମସ୍ୟା ବହୁଳ ଦେଖାଯାଇଥାଏ । ବିଶେଷକରି ଶୀତ ଦିନେ ଅଧିକ କଷ୍ଟ ଦେଇଥାଏ ଶୁଖିଲା କାଶ । ଦୀର୍ଘ ଦିନ ପର୍ଯ୍ୟନ୍ତ କାଶ ଲାଗି ରହେ । ଔଷଧ ସେବନ ଦ୍ବାରା ମଧ୍ୟ ଭଲ ହୋଇନଥାଏ । ତେବେ ଶୀତ ଦିନେ କାହିଁକି ଶୁଖିଲା କାଶ ଅଧିକ ହୋଇଥାଏ, ଏହାର କାରଣ ଓ ନିରାକରଣ ବିଷୟରେ ଅଧିକ ଆଲୋଚନା କରିଛନ୍ତି ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିସିନ ବିଶେଷଜ୍ଞ ଡ଼ାକ୍ତର ଆଶୁତୋଷ ଜେନା ।
ଶୁଖିଲା କାଶ କାରଣ ?
ଡାକ୍ତରଙ୍କ କହିବା ଅନୁଯାୟୀ, ଶୀତ ଦିନେ ଜଳବାୟୁରୁ ଆର୍ଦ୍ରତା କମିଯାଏ ଏବଂ ବାୟୁ ଶୁଷ୍କ ହୋଇଯାଏ । ଆମେ ଶ୍ବାସକ୍ରିୟାରେ ଶୁଖିଲା ବାୟୁ ଗ୍ରହଣ କରିଥାଉ । ଏହାସହିତ ଶୀତ ଦିନେ ଅନେକ ପ୍ରକାର ଫସଲ ଅମଳ ହୁଏ । ଏହି ଫସଲରୁ ପ୍ରଚୁର ଧୂଳିକଣା ଆସିଥାଏ । ସେହିପରି ଗାଡିମୋଟରରୁ ନିର୍ଗତ ଧୂଆଁ, ବାୟୁ ପ୍ରଦୂଷଣ ଓ ଶୁଷ୍କ ପାଗ ଯୋଗୁଁ ବାୟୁରେ ଆର୍ଦ୍ରତା ନଥାଏ । ଆମେ ଏହି ଧୂଳି, ଧୂଆଁ ସହିତ ଶୁଖିଲା ବାୟୁ ଗ୍ରହଣ କରିବା ଯୋଗୁଁ କାଶ ସମସ୍ୟା ହୋଇଥାଏ । ଭାଇରାଲ ସଂକ୍ରମଣ, ଆଲର୍ଜି, ଆଜମା, ଏସିଡ୍ ରିଫ୍ଲକ୍ସ, ଧୂମପାନ, ଧୂଳି ଏବଂ ପ୍ରଦୂଷଣ ଆଦି ବିଭିନ୍ନ କାରଣରୁ ଶୁଖିଲା କାଶ ହୋଇପାରେ । କେତେକ କ୍ଷେତ୍ରରେ ଔଷଧର ପାର୍ଶ୍ବପ୍ରତିକ୍ରିୟା ଯୋଗୁଁ ମଧ୍ୟ ହୋଇଥାଏ ।
କ'ଣ ସାବଧାନତା ଅବଲମ୍ବନ କରିବେ ?